ପ୍ରମୂଖ ଖବର
  • କୋରାପୁଟ : ଜଲାପୁଟ ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
  • ||
  • ଅଣାୟତ୍ତ ଡାଇରିଆ ସ୍ଥିତି; ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଗୃହ ଏବଂ ନଗର ଉନ୍ନୟନ ବିଭାଗର ଆଲର୍ଟ
  • ||
  • ରଥଯାତ୍ରାକୁ ନେଇ କଠୋର ହେଲେ ସରକାର, ରଥ ଉପରକୁ ଅଣସେବାୟତ ଚଢିଲେ ହେବେ ଗିରଫ
  • ||
  • ସୁନ୍ଦରଗଡ଼ରେ ଲୁଟେରାଙ୍କ ଆତଙ୍କରାଜ, ବନ୍ଧୁକ ଦେଖାଇ ନେଇଗଲେ ଅଳଙ୍କାର ଓ ନଗଦ ଟଙ୍କା
  • ||
  • ଅଣସର ଦର୍ଶନର ଚତୁର୍ଥ ଦିନ, ରଜ ସଂକ୍ରାନ୍ତି ପାଇଁ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ଇସ୍ରାଏଲ-ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି, ତେହେରାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ କୋଠା ଓ ପରମାଣୁ ମୁଖ୍ୟାଳୟ ଧ୍ୱଂସ
  • ||
  • କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୬ ମୃତ
  • ||
  • ନାଇଜେରିଆରେ ଗୁଳିମାଡ କଲେ ବନ୍ଧୁକଧାରୀ, ୧୦୦ ଜଣଙ୍କର ମୃତ୍ୟୁ
  • ||
  • ଆଗେଇବ ମୌସୁମୀ ବାୟୁ, ୨୦ ଲଘୁଚାପରେ ଆଗକୁ ହେବ ଅଗ୍ରସର: ଆଜି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ଆଲର୍ଟ
  • ||

ରାସ୍ତାରେ ଯୁବକଙ୍କୁ ଆକ୍ରମଣ କରି ଲୁଟ ଘଟଣା, ୩ ଗିରଫ

Published By : Suraj Kumar | June 14, 2025 9:46 PM

ଭବାନୀପାଟଣା,୧୪।୬: କଳାହାଣ୍ଡି ଜିଲ୍ଲା କର୍ଲାପାଟ ଥାନା ଅନ୍ତର୍ଗତ ପେରମଞ୍ଜି ରାସ୍ତାରେ ଲୋକଙ୍କୁ ଛୁରୀ ଦେଖାଇ ଡ଼କାୟତି କରି ଲୁଟ କରିବା ଅଭିଯୋଗରେ କର୍ଲାପାଟ ପୁଲିସ ଶନିବାର ୩ ଜଣ ଦୁର୍ବୃତ୍ତଙ୍କୁ ଗିରଫ କୋର୍ଟ ଚାଲାଣ କରିଛି। ଗିରଫ ୩ ଜଣ ପୁଲିଂପଦର ଗ୍ରାମର । ଅଭିଯୁକ୍ତ ମାନେ ହେଲେ ପ୍ରବୀଣ ମାଝୀ(୨୩),ଅକ୍ଷୟ ମାଝୀ (୨୦) ଏବଂ ରୋହିତ ମାଝୀ (୧୯) । ଏହି ତିନି ଜଣ ସାଇସୁରୁନି-ପେରମଞ୍ଜି ରାସ୍ତାର ହୁଁକାର୍ ସିଲ୍ ଘାଟିର ଜଙ୍ଗଲୀ ରାସ୍ତାରେ ଯିବା ଆସିବା ଲୋକଙ୍କୁ   ଅଟକାଇବା ସହିତ ଛୁରି ଦେଖାଇ ଟଙ୍କା ପଇସା, ଗହଣା ଲୁଟ କରିବା ସହ ମାଡ଼ ମାରି ଲହୁଲୁହାଣ କରୁଥିଲେ । 

ଶୁକ୍ରବାର ସାଇସୁରୁନି ଗ୍ରାମର ମୋହନ ରେଲି ନାମକ ଜଣେ ଯୁବକ ଭବାନୀପାଟଣା ଠାରୁ ନିଜ ଗାଁକୁ ଫେରୁଥିବା ବେଳେ ଅଟକାଇ ଲୁଟ୍ ଉଦ୍ୟମ କରିବା ସହିତ ମାଡ ମାରିଥିଲେ। ଧାରୁଆ ଅସ୍ତ୍ରରେ ମଧ୍ୟ ଆକ୍ରମଣ କରୁଥିବା ସମୟରେ ସ୍ଥାନୀୟ କିଛି ଯୁବକ ଦେଖି ତୁରନ୍ତ କର୍ଲାପାଟ ପୁଲିସକୁ ସୂଚନା ଦେଇଥିଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ଆହତ ମୋହନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଲେ। ଏନେଇ ଗୁଣପୁର ପଞ୍ଚାୟତର ସରପଞ୍ଚଙ୍କ ସମ୍ପର୍କୀୟ କର୍ଲାପାଟ ଥାନାରେ ଅଭିଯୋଗ କରିଛନ୍ତି। କର୍ଲାପାଟ ପୁଲିସ   ତଦନ୍ତ ୩ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କର୍ଲାପାଟର ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀକାନ୍ତ କାଲୁକା ଘଟଣାର ତଦନ୍ତ ଭାର ନେଇଥିବା ବେଳେ ତଦନ୍ତ ପ୍ରକ୍ରିୟା ଜାରି ରହିଛି ବୋଲି ପ୍ରକାଶ କରିଛନ୍ତି। ଏହି ରାସ୍ତାର ବିଭିନ୍ନ ସ୍ଥାନରେ ଏଭଳି ଘଟଣା ଘଟୁଥିବା ବେଳେ ବର୍ତ୍ତମାନର ଏହି ଘଟଣା ପରେ ଯାତାୟତ କରୁଥିବା ଲୋକଙ୍କ ଭିତରେ ଭୟ ସୃଷ୍ଟି ହେଉଥିବା ଦେଖାଯାଇଛି। ପୁଲିସ ପାଟ୍ରୋଲିଂ  କଡାକଡି କରିବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.