ଭବାନୀପାଟଣା,୧୩/୬(ଆପ୍ର): ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ବିକାଶ ମେଳା ଭବାନୀପାଟଣା ଲାଲବାହାଦୂର୍ ଶାସ୍ତ୍ରୀ ଷ୍ଟାଡିୟମ ଠାରେ ଆୟୋଜିତ ହୋଇଛି। ଆଜି ଦ୍ଵିତୀୟ ଦିନରେ ଜଙ୍ଗଲ ପରିବେଶ ଓ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିକାଶ ବିକାଶ ମେଳା ଆୟୋଜନର ଉଦ୍ଦେଶ୍ୟ ପ୍ରଦାନ କରି କହିଥିଲେ ଯେ, ଜିଲ୍ଲାର ବିକାଶ ପାଇଁ ହୋଇଥିବା ଯୋଜନାକୁ ତ୍ୱରିତ କାର୍ଯ୍ୟକାରି କରିବା ଏହି ବିକାଶ ମେଳାର ମୂଳ ଉଦ୍ଧେଶ୍ୟ। ସରକାରଙ୍କ ବିକାଶ ଯୋଜନା ଗୁଡ଼ିକ କଣ ରହିଛି। ସେଗୁଡ଼ିକୁ ସଧାରଣ ଜନତା ଜାଣନ୍ତୁ। ଲୋକଙ୍କୁ ସଚେତନ କରିବାକୁ ଏହି କାର୍ଯ୍ୟକ୍ରମ ଅୟୋଜନ କରାଯାଇଛି।
କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଜିର ସଭାରେ ମୁଖ୍ୟ ଅତିଥି ଜଙ୍ଗଲ ପରିବେଶ ଓ ଶ୍ରମ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଆହୁରି କହିଥିଲେ ଯେ' ରାଜ୍ୟରେ ସାଢ଼େ ଚାରି କୋଟି ଜନ ସାଧାରଣ। ୩ କୋଟି ୩୬ ଲକ୍ଷ ଲୋକ ମାଗଣା ଚାଉଳ ପାଉଛନ୍ତି। ଏହାର ମାନେ ରାଜ୍ୟରେ ଗରିବ ଅଛନ୍ତି। ଏହାକୁ ସ୍ୱୀକାର କରିବାକୁ ହେବ। ଏହି ପରିସଂଖ୍ୟାନକୁ ନେଇ ଆମ ସରକାର କାମ କରୁଛନ୍ତି। ଏମାନଙ୍କ ବିକାଶ ପାଇଁ ସରକାରଙ୍କୁ ବୁଝିବାକୁ ପଡ଼ିବ। ମୋହନ ସରକାର ରାଜ୍ୟର ସାଢେ଼ ୪କୋଟି ଜନସଂଖ୍ୟାକୁ ନାରୀ, ଚାଷୀ, ଯୁବକ/ଯୁବତୀ ଓ ଗରିବ ଚାରୋଟି ବର୍ଗରେ ଭାଗ କରିଛନ୍ତି। ଯାହାକୁ ନେଇ ସ୍ୱତନ୍ତ୍ର ବିକାଶର ପରିକଳ୍ପନା କରାଯାଇଛି। ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଦେଇଥିବା ସ୍ଲୋଗାନ "ସବକା ସାଥ ସବକା ବିକାଶ"କୁ ପାଥେୟ କରି ଆମେ ଆଗକୁ ପଢ଼ୁଛୁ। ଆମ ସରକାର ଲୋକଙ୍କ ପାଖକୁ ଯିବାକୁ ଗୁରୁତ୍ଵ ଦେଉଛି। ଆମେ ଲୋକଙ୍କ ପାଖକୁ ପହଞ୍ଚି ତାଙ୍କ ସମସ୍ୟା ଶୁଣୁଛୁ। ଲୋକଙ୍କ ଆପତ୍ତି ଅଭିଯୋଗକୁ ନିରନ୍ତର ଶୁଣିବାକୁ ହେବ। ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବାକୁ ମୁଖ୍ୟମନ୍ତ୍ରୀ ନିଜେ ଲୋକଙ୍କ ପାଖକୁ ଯାଉଛନ୍ତି। ସେହି ଜନ ଶୁଣାଣିର ୮୦ ପ୍ରତିଶତ ସମାଧାନ ହୋଇଯାଇଛି। ଆମ ସରକାର ଗ୍ରାମସଭା, ପଲ୍ଲୀସଭାକୁ ପ୍ରାଧାନ୍ୟ ଦେଇ ପୁନର୍ବାର ଆରମ୍ଭ କରାଯାଇଛି।
ଚାଷୀଙ୍କୁ ଦେଶର ମେରୁଦଣ୍ଡ କୁହାଯାଉଛି, ତାହା ପାଇଁ ରାଜ୍ୟ ସରକାର ସବସିଡି ଇନପୁଟ ସହାୟତା ଦେଇ ଚାଷୀଙ୍କ ଆୟ ବୃଦ୍ଧି କରିଛନ୍ତି। ସୁଭଦ୍ରା ଯୋଜନା ଦେଶର ବହୁ ଚର୍ଚ୍ଚିତ ଯୋଜନା। ଆମ ସମାଜର ବିକାଶରେ ନାରୀଙ୍କ ଭୂମିକା ଗୁରୁତ୍ବପୁର୍ଣ ସେମାନଂକୁ ସଶକ୍ତିକରଣ କରିବାକୁ ରାଜ୍ୟସରକାରଙ୍କ ଏହି ଯୋଜନା ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ୍ କୁମାର ଯୋଗଦେଇ କଳାହାଣ୍ଡିରେ ୬୦୦ ମେଗାୱାଟ ପିଏସପି ପ୍ରକଳ୍ପ ହେବାକୁ ଯାଉଛି। ଯାହାକି ଦେଶରେ ତୃତୀୟ ପ୍ରକଳ୍ପ ହେବା। ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ ଏହା ଆମ ଜିଲ୍ଲା ପାଇଁ ବଡ ଉପଲବ୍ଧି ବୋଲି କହିଥିଲେ। ଲୋକସଭା ସାଂସଦ କଳାହାଣ୍ଡି ଜିଲ୍ଲାର ବିକାଶ ପାଇଁ ନିରନ୍ତର ସରକାର କାମ କରୁଛନ୍ତି ବୋଲି କହିଥିଲେ। ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟଯୋଶୀଙ୍କ ସମେତ କଳାହାଣ୍ଡି ଆରସିସିଏଫ୍ ସନ୍ତୋଷ ଯୋଶୀ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ, ଜିଲ୍ଲାପରିଷଦ ସିଡ଼ିଇଓ ଦୟାମୟ ପାଢ଼ୀ ଉପସ୍ଥିତ ଥିଲେ।
ଏହି ଅବସରରେ ବସୁନ୍ଧରା ଯୋଜନା, ରାସନ କାର୍ଡ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣରେ ବିବାହ ରାଶି ପ୍ରୋତ୍ସାହନ, ଜାତୀୟ ପରିବାର ମଙ୍ଗଳ ଯୋଜନା, ମାନସିକ ଅନଗ୍ରସର ନିର୍ମାଣ ଶ୍ରମିକ ମୃତ୍ୟୁ କାଳୀନ ସହାୟତା, ବିବାହ ସହାୟତା, ପୁଅର ଶିକ୍ଷା ସହାୟତା, ପଞ୍ଜୀକୃତ ନିର୍ମାଣ ଶ୍ରମିକ କାର୍ଡ, ଅଣସଂଗଠିତ ପରିବାରକୁ ମୃତ୍ୟୁ କାଳୀନ ସହାୟତା, ଅଣ ସଂଗଠିତ ପଞ୍ଜୀକୃତ ଶ୍ରମିକ କାର୍ଡ ହିତାଧିକାରୀ ସହାୟତା ପ୍ରଦାନ କରାଯାଇଥିଲା।