ପ୍ରମୂଖ ଖବର
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ଜନଗଣନା ନେଇ ଆଜି ପ୍ରକାଶ ପାଇବ ଗେଜେଟ ବିଜ୍ଞପ୍ତି, ପ୍ରଥମ ଥର ସାମିଲ ହେବ ଜାତି ଭିତିକ ଜନଗଣନା
  • ||
  • ମେଗା ନିଯୁକ୍ତି ମେଳା: ଆଜି ୯୬୪ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ଷୋଡ଼ଶ ଜନଗଣନାର ପ୍ରସ୍ତୁତି ସମୀକ୍ଷା କଲେ ଶାହ, ଆଜି ଆସିବ ଜନଗଣନା ଗେଜେଟ ବିଜ୍ଞପ୍ତି
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ମୌଳିକ ସୁବିଧାରୁ ବଞ୍ଚିତ ଚାବୃପଡା ଗାଁ, ରାସ୍ତା ଶୋଚନୀୟ

Published By : Suraj Kumar | June 15, 2025 10:28 PM

କୋକସରା,୧୫/୦୬ :  କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଲା ପଞ୍ଚାୟତ ର ଏକ ହେମଲେଟ ଗ୍ରାମ ହେଉଛି ଚାବୃପଡା। କାଉଡୋଲା ପଞ୍ଚାୟତ ସଦର ମହକୁମାଠାରୁ ମାତ୍ର ୩ କିମି ଦୂରରେ ଅବସ୍ଥିତ। ଗାଁ ରେ ବସବାସ କରନ୍ତି ପ୍ରାୟ ୧୫/୨୦ ପରିବାର । ପାଖାପାଖି ୨୦୦ ଜନସଂଖ୍ୟାର ବସତି।  କିନ୍ତୁ  ଅବହେଳିତ ହୋଇ ରହିଛି ଗାଁ ଚାବୃପଡା। 

ତେବେ ସ୍ୱାଧୀନତାର ୭ ଦଶନ୍ଧି ପରେ ମଧ୍ୟ ଏହି ଗାଁ କୁ ପକ୍କା ରାସ୍ତା ଖଣ୍ଡେ ନାହିଁ। ଅତି ଶୋଚନୀୟ ମାଟି କାଦୁଅ ରାସ୍ତା ଦେଇ ଯାତାୟାତ କରୁଛନ୍ତି ଗ୍ରାମବାସୀ। ଦୈନନ୍ଦିନ ଜୀବନରେ ଏହି ରାସ୍ତା ଦେଇ ବ୍ଲକ ସଦର ମହକୁମା,ବ୍ୟାଙ୍କ, ସ୍ୱାସ୍ଥ୍ୟ କେନ୍ଦ୍ର,ସ୍କୁଲ କଲେଜ,ପଞ୍ଚାୟତ କୁ ରାସନ ସାମଗ୍ରୀ,ଦୋକାନ ବଜାର ଯିବାପାଇଁ ଏହି ରାସ୍ତା ଉପରେ ନିର୍ଭର କରନ୍ତି।ଅନ୍ୟପଟେ ଗାଁ ରେ ଥିବା ପ୍ରାଥମିକ ବିଦ୍ୟାଳୟ ମଧ୍ୟ ଛାତ୍ରଛାତ୍ରୀ କମ ଥିବା ନେଇ ଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ବନ୍ଦ କରି ଦେବା ପରେ ଏବେ ଏହି ଗ୍ରାମ ର ଥିବା ପିଲାଏ ଜଙ୍ଗଲ ରାସ୍ତା ଦେଇ ବିପଦପୂର୍ଣ୍ଣ ଭାବେ କାଉଡୋଲା ଠାରେ ଥିବା ପ୍ରାଥମିକ ବିଦ୍ୟାଳୟ କୁ ପଢିବା ପାଇଁ ଯାଉଛନ୍ତି। ତେବେ ଅନେକ ଅଭିଭାବକ ମାନେ ନିଜର ପିଲାଙ୍କୁ ଜଙ୍ଗଲ ରାସ୍ତା ଦେଇ ସ୍କୁଲ ଯିବା ପାଇଁ ସୁରକ୍ଷିତ ମଣୁ ନଥିବା କହିଛନ୍ତି। ନିକଟରେ ଥିବା ଗିରି ଗୋବର୍ଦ୍ଧନ ଜଙ୍ଗଲ ରେ ଅନେକ ସମୟରେ ଭାଲୁ ବିଚରଣ କରୁଥିବା ବେଳେ ପିଲାଙ୍କ ପାଇଁ ପାଦେ ପାଦେ ବିପଦ ରହିଛି।  ଏଣୁ ବନ୍ଦ ପଡିଥିବା ସ୍କୁଲ କୁ ପୁନର୍ବାର ଖୋଲିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି। 

କାଉଡୋଲା ଠାରୁ ଗାଁ କୁ ସଂଯୋଗ କରୁଥିବା ରାସ୍ତା ବର୍ଷା ଦିନରେ କାଦୁଅ ପଚ ପଚ ହୋଇ ଶୋଚନୀୟ ହୋଇ ପଡୁଥିବା ବେଳେ ଯାତାୟାତ ରେ ଅନେକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ।ଜିଲ୍ଲା ପ୍ରଶାସନ ସଡକ ଯୋଜନା ରେ ଏହି ରାସ୍ତା କୁ ଅନ୍ତର୍ଭୁକ୍ତ କରି ପକ୍କା ରାସ୍ତା ନିର୍ମାଣ କରିବା ପାଇଁ ମଧ୍ୟ ଚାବୃପଡା ଗ୍ରାମବାସୀ ଦାବି କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.