ଭୁବନେଶ୍ବର, ୨୧।୧ : ଫେବୃୟାରୀ ୧୩ରୁ ବିଧାନସଭା ବଜେଟ ଅଧିବେଶନ । ଏପ୍ରିଲ ୫ ଯାଏ ଚାଲିବ ବଜେଟ ଅଧିବେଶନ। ୨ଟି ପର୍ଯ୍ୟାୟରେ ଏହି ଅଧିବେଶନ ଚାଲିବ। ସମୁଦାୟ ୨୮ଟି କାର୍ଯ୍ୟଦିବସ ଏହି ଅଧିବେଶନରେ ସ୍ଥିର କରାଯାଇଛି । ଫେବୃୟାରୀ ୧୭ରେ ଆଗତ ହେବ ରାଜ୍ୟ ବଜେଟ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରିବେ।
ବିଧାନସଭା ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ଅଭିଭାଷଣ ରଖିବେ। ୧୪ ଓ ୧୫ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା ହେବ। ୧୬ ତାରିଖରେ ଅଧିବେଶନ ବନ୍ଦ ରହିବ। ୧୭ ତାରିଖରେ ବଜେଟ ଉପସ୍ଥାପନ ହେବ। ୨୦ ତାରିଖ ଠାରୁ ବଜେଟକୁ ନେଇ ଆଲୋଚନା ହେବ। ଫେବୃୟାରୀ ୨୨ରୁ ମାର୍ଚ୍ଚ ୬ ତାରିଖ ଯାଏ ଅଧିବେଶନ ମୁଲତବୀ ରହିବ। ଏହା ପରେ ପୁଣିଥରେ ବଜେଟ ଆଲୋଚନା ହେବ। ଏପ୍ରିଲ ୫ ତାରିଖରେ ଅଧିବେଶନ ଶେଷ ହେବ।