ପ୍ରମୂଖ ଖବର
  • ଜଳେଶ୍ୱର : ଭରସାମ୍ୟ ହରାଇ ଶ୍ରମିକ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୭ ଗୁରୁତର
  • ||
  • କରଞ୍ଜିଆ : ମହିଳାଙ୍କୁ ହତ୍ୟା କରି ପୋତିଦେଲା ଯୁବକ, ମାଟିତଳୁ ଉଦ୍ଧାର ହେଲା ମୃତଦେହ
  • ||
  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ୨୩ ରୁ ଖୋଲିବ ଭିତରକନିକା
  • ||
  • ୨୮ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ଉତ୍କର୍ଷ ଓଡ଼ିଶା ସମ୍ମେଳନରେ ହେବେ ସାମିଲ
  • ||

ପୂର୍ବତନ ଡିଜିପି ପ୍ରକାଶ ମିଶ୍ରଙ୍କ ରଚିତ ‘କମେଡି ଇନ୍ ଖାକି’ ଇଂରାଜୀ ପୁସ୍ତକ ଉନ୍ମୋଚିତ

Published By : Prameya | January 21, 2025 11:07 PM

ଭୁବନେଶ୍ୱର ୨୧/୦୧ ଭୁବନେଶ୍ୱର ଠାରେ ଓଡ଼ିଶାର ପୂର୍ବତନ ଡିଜି ତଥା ସିଆରପିଏଫ୍ ମୁଖ୍ୟ ପ୍ରକାଶ ମିଶ୍ରଙ୍କ ରଚିତ ଇଂରାଜୀ ପୁସ୍ତକ ‘କମେଡି ଇନ୍ ଖାକି : ଦ ହ୍ୟୁମୋରସ୍ ମେମୋରିଜ୍ ଅଫ୍ ଏ ପୋଲିସମ୍ୟାନ’  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି । 

ଶ୍ରୀ ପ୍ରଧାନ ପୁସ୍ତକଟିକୁ ଲୋକାର୍ପଣ କରି ଖୁସି ପ୍ରକାଶ କରିବା ସହ କହିଛନ୍ତି ଯେ ଓଡ଼ିଶା ପୋଲିସର ଜଣେ ଦକ୍ଷ ଓ ଶୃଙ୍ଖଳିତ ଅଧିକାରୀ ଭାବେ ଓଡ଼ିଶାର ଘରେ ଘରେ ପରିଚିତ ପ୍ରକାଶ ମିଶ୍ରଙ୍କ ଲିଖିତ ଏହି ହାସ୍ୟରସାତ୍ମକ ପୁସ୍ତକକୁ ଉନ୍ମୋଚନ କରିବାର ସୁଯୋଗ ମିଳିବା ମୋର ସୌଭାଗ୍ୟ । ବହିଟି ବହୁତ ରୋଚକ ହୋଇଛି । ନିଜ ମନର ଅଭିବ୍ୟକ୍ତିକୁ ପୁସ୍ତକରେ ପ୍ରକାଶ କରିଛନ୍ତି । ଆମ ରାଜ୍ୟରେ ପଢ଼ିବା, ବୁଝିବା ଏବଂ ତାହା ଉପରେ ତର୍କ କରିବା ସହଜ ନୁହେଁ । ପ୍ରକାଶ ମିଶ୍ରଙ୍କ ଏହି ବହିକୁ ସମସ୍ତେ ପଢିବା ଜରୁରୀ । ଏହି ପୁସ୍ତକ ଓଡ଼ିଶାର ନୀତି ନିର୍ଦ୍ଧାରକମାନଙ୍କ ପାଇଁ ଏକ ରୋଚକ ବିଷୟ ବିନ୍ଦୁ ତିଆରି କରିବ। 

ପ୍ରକାଶ ବାବୁ ଏଭଳି ଏକ ନିଆରା ବହି ଲେଖି ଗୁରୁଗମ୍ଭୀର ପ୍ରଶାସକୀୟ ବ୍ୟକ୍ତିତ୍ୱ ଭିତରେ ଲୁଚି ରହିଥିବା ମଜାଳିଆ କଥା ଲୋକମାନଙ୍କ ସାମ୍ନାକୁ ଆଣିଛନ୍ତି । ପିଲାଦିନରୁ ଦୀର୍ଘବର୍ଷର ସେବା କାଳରେ ସେ ଅଙ୍ଗେ ନିଭାଇଥିବା ଅନେକ ଛୋଟ ବଡ଼ ମଜାଳିଆ ଘଟଣା ଓ ସ୍ମୃତିକୁ ସାଉଁଟି ଏହି ସୁନ୍ଦର ପୁସ୍ତକଟି ଭେଟି ଦେଇଥିବାରୁ ଶୁଭେଚ୍ଛା । ଓଡ଼ିଆ ଲୋକଙ୍କ ମଧ୍ୟରେ ସୃଜନଶୀଳତା ରହିଛି । ଏକବିଂଶ ଶତାବ୍ଦୀରେ ଓଡ଼ିଆ ଲୋକମାନେ ସମ୍ପନ୍ନ ହେବେ ବୋଲି ସେ କହିଛନ୍ତି । ଉନ୍ମୋଚିତ ହୋଇଥିବା ପୁସ୍ତକ କମେଡି ଇନ୍ ଖାକି ଲୋକାଦୃତ ହେବା ନେଇ ଶ୍ରୀ ପ୍ରଧାନ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛନ୍ତି।

 

 

 

 

.

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.