ଭୁବନେଶ୍ଵର, ୨୬/୧୦ : ବାତ୍ୟା କ୍ଷୟକ୍ଷତି ନେଇ କୃଷି ମନ୍ତ୍ରୀ କେଭି ସିଂହଦେଓଙ୍କ ପ୍ରତିକ୍ରିୟା। ପ୍ରାଥମିକ ଆକଳନ ରିପୋର୍ଟ ଅନୁଯାୟୀ, ରାଜ୍ୟରେ ୭୯ ହଜାର ୬୭୧ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି। କେନ୍ଦ୍ରାପଡା, ଯାଜପୁର ବାଲେଶ୍ଵର ଓ ଭଦ୍ରକରେ ଚାଷ ଜମି ଅଧିକ ପ୍ରଭାବିତ ହୋଇଛି। ୧ ଲକ୍ଷ ୯୯ ହଜାର ୧୭୭ ଏକର ଜମିରେ ଚାଷ କ୍ଷତିଗସ୍ତ ହୋଇଛି। କେନ୍ଦ୍ରାପଡ଼ାରେ ୨୩ ହଜାର ହେକ୍ଟର ଜମି କ୍ଷତି ହୋଇଛି। ସର୍ବାଧିକ ରାଜକନିକା, ଆଳି, ମହାକାଳପଡ଼ା କ୍ଷତିଗ୍ରସ୍ତ ହୋଇଛି। ଭଦ୍ରକରେ ୨୪ ହଜାର ୧୧୫ ହେକ୍ଟର ଜମି କ୍ଷତି ହୋଇଛି। ବାସୁଦେବପୁର, ଚାନ୍ଦବାଲି, ଭଣ୍ଡାରିପୋଖରି, ଧାମନଗରରେ କ୍ଷତି ହୋଇଛି। ବାଲେଶ୍ଵରରେ ୩୧୪୦ ହେକ୍ଟର ଜମି କ୍ଷତି ହୋଇଛି। ସେହିପରି ମୟୂରଭଞ୍ଜରେ ମୋଟ ୨୩୮୧ ହେକ୍ଟର ଚାଷ ଜମି କ୍ଷୟକ୍ଷତି ହୋଇଛି। ଯାଜପୁରରେ ୨୭୦୯, ଜତସିଂହପୁର ୨୪୯୮ ହେକ୍ଟର ଜମି କ୍ଷୟକ୍ଷତି ହୋଇଛି।
କୃଷି ମନ୍ତ୍ରୀ କହିଛନ୍ତି ଯେ, ଜିଲ୍ଲାସ୍ତରରୁ ଆଖି ଦେଖା ରିପୋର୍ଟ ଆସିଛି। ବର୍ଷା କମିଲା ପରେ ଫିଲ୍ଡକୁ ଯାଇ ଜିଓ ଟ୍ୟାଗିଂ କରି ସରକାରଙ୍କୁ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ, SRC ଓ କୃଷି ବିଭାଗ ରିପୋର୍ଟ ଦେଖି ନିଷ୍ପତ୍ତି ନେବେ। ଏସଆରସିଙ୍କ ନୂଆ ଗାଇଡଲାଇନ୍ ଅନୁଯାୟୀ କ୍ଷତିପୂରଣ ଦିଆଯିବ। ଜିଲ୍ଲାସ୍ତରରୁ ରିପୋର୍ଟ ଆସିଲେ ଏସଆରସିଙ୍କୁ ଦିଆଯିବ। ଡିବିଟି ମାଧ୍ୟରେ ଲୋକଙ୍କୁ କ୍ଷତିପୂରଣ ଦିଆଯିବ। ଭୁଲ ରିପୋର୍ଟ ନଦେବା ପାଇଁ ସତର୍କ କରାଯାଉଛି। ଧରାପଡ଼ିଲେ ସରକାର କାର୍ଯ୍ୟାନୁଷ୍ଠାନ ନେବେ। ଗତକାଲି ୯୦% ବିଦ୍ୟୁତ କାମ ସରିଛି। ବର୍ଷା ପାଇଁ ୧୦% ରହିଯାଇଥିଲା। ଆଜି ସନ୍ଧ୍ୟା ସୁଦ୍ଧା ସମ୍ପୂର୍ଣ୍ଣ କାମ ସରିବ।