ପ୍ରମୂଖ ଖବର
  • ବାଙ୍ଗିରିପୋଷି : ବାତ୍ୟା ପ୍ରଭାବରେ ଫୁଲୁଛି ନଈ ଏବଂ ନାଳ, ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ପର୍ଯ୍ୟଟନସ୍ଥଳୀ 'ବ୍ରାହ୍ମଣକୁଣ୍ଡ'
  • ||
  • ମାଲକାନଗିରି : ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ସ୍ୱାଭିମାନ ଅଞ୍ଚଳରେ ଚଢାଉ, ଜଙ୍ଗଲରୁ ଏକ କୁଇଣ୍ଟାଲ ୬୦କେଜି ଗଞ୍ଜେଇ ଜବତ
  • ||
  • ବଢୁଛି ବୁଢାବଳଙ୍ଗ ନଦୀ; ସୃଷ୍ଟି ହେଲା ବନ୍ୟା ସ୍ଥିତି, ଲୋକଙ୍କ ଘରେ ପଶିଲା ବନ୍ୟାଜଳ
  • ||
  • ରାଉରକେଲା : ଜେଲ୍‌ରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ଭୁବନେଶ୍ୱର ବିମାନବନ୍ଦର ନିକଟରେ ବୁଲୁଛି କଳରାପତରିଆ, ବାଘକୁ ଧରିବାକୁ ପହଞ୍ଚିଲେ ବନବିଭାଗ ଟିମ୍
  • ||
  • ପାଟଣାରେ ବଢୁଛି ବୈତରଣୀ ନଦୀର ଜଳସ୍ତର, ଘଣ୍ଟାପ୍ରତି ବଢୁଛି ୫ ସେଣ୍ଟିମିଟର
  • ||
  • ନୟାଗଡ଼ : ବାଣ ତିଆରି ବେଳେ ଅଘଟଣ, ବିସ୍ଫୋରଣରେ ଜଣେ ଗୁରୁତର
  • ||
  • ସମ୍ୱଲପୁର : ପୋଲିସକୁ ଖୋଲା ଚ୍ୟାଲେଞ୍ଜ୍... ଚୋରି ପୂର୍ବରୁ ରିଲ୍ସ କରି ଛାଡ଼ିଲେ ଚୋର, ପୋଲିସ କହୁଛି ଚୋରି ହୋଇନି
  • ||
  • ତେହରାନ୍‌ର ସୈନ୍ୟ ଶିବିର ଉପରେ ରାତିଅଧିଆ ଆକ୍ରମଣ କଲା ଆଇଡିଏଫ୍‌; ଇସ୍ରାଏଲ କହିଲା 'ଆମେ ଜବାବ ଦେଲୁ'
  • ||
  • ଆଜି ବାତ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପ୍ରଭାବିତ ଜିଲ୍ଲାରେ ଆକାଶ ମାର୍ଗରୁ ପରିଦର୍ଶନ କରିବେ
  • ||
  • ଭୁବନେଶ୍ୱର: ଅବପାତର ରୂପ ନେଲା 'ଦାନା', ପ୍ରବଳ ବର୍ଷା ପାଇଁ ଏହି ସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
  • ||
  • ବାରିପଦାରୁ ୧୫ କେଜି ସୁନା ଜବତ ,ସୁନା ଅଳଙ୍କାର ଜବତ କଲା ଜିଏସ୍‌ଟି ଟିମ୍, ସିଟି ଜିଏସ୍‌ଟି କମିଶନରଙ୍କ ସୂଚନା
  • ||
  • ଭଦ୍ରକ : ବାତ୍ୟା ପରେ ଦୁଃଖ ବଢାଇଲା ବନ୍ୟା, ଘରେ ଘରେ ପଶିଲା ଡ୍ରେନ୍‌ ପାଣି
  • ||
  • ବାଲେଶ୍ଵର : ସୋନନଦୀରେ ଆସିଲା ବନ୍ୟାପାଣି, ଉପକୂଳ ଅଞ୍ଚଳବାସୀ ପ୍ରଭାବିତ
  • ||

ଡିସେମ୍ବର ୬ରୁ ରାଜ୍ୟ ପୁସ୍ତକ ମହୋତ୍ସବ: ନୂଆ ରୂପରେ ହେବ ‘ଅକ୍ଷର’,୩ଟି ଥିମ୍‌ ଉପରେ ଆକର୍ଷଣୀୟ ସାଜସଜ୍ଜା

ଭୁବନେଶ୍ୱର,୨୬/୧୦: ୬ଷ୍ଠ ଓଡ଼ିଶା  ରାଜ୍ୟ ପୁସ୍ତକ ମହୋତ୍ସବ-‘ଅକ୍ଷର’ । ଆସନ୍ତା  ଡିସେମ୍ବର ୬ରୁ ୧୭ ତାରିଖ ୧୨ ଦିନ ବ୍ୟାପୀ  ଅନୁଷ୍ଠିତ ହେବ । ସେଥିପାଇଁ ଏବେଠୁ ଏହାର  ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ନୂଆ ସରକାରରେ  ପୁସ୍ତକ ମହୋତ୍ସବକୁ ନୂଆ ରୂପ ଦେବାକୁ ଯୋଜନା  ହୋଇଛି । ଏନେଇ ଓଡ଼ିଶା ସରକାରଙ୍କ ଭାଷା,  ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ  କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିବା ସୂଚନା ମିଳିଛି ।  

ଭୁବନେଶ୍ୱର ୟୁନିଟ୍‌-୩ ସ୍ଥିତ ଇଡ୍‌କୋ  ପ୍ରଦର୍ଶନୀ ପଡ଼ିଆଠାରେ ରାଜ୍ୟ ସଂସ୍କୃତି ବିଭାଗ  ଆନୁକୂଲ୍ୟରେ ରାଜଧାନୀ ପୁସ୍ତକ ମେଳା, ଏକାମ୍ର  ପୁସ୍ତକ ମହୋତ୍ସବ କମିଟି, ଓଡ଼ିଶା ପୁସ୍ତକ ପ୍ରକାଶକ  ଓ ବିକ୍ରେତା ସଂଘ ସହଯୋଗରେ ‘ଅକ୍ଷର’  ଆୟୋଜିତ ହେବ । ଏନେଇ ଗତ ଅକ୍ଟୋବର ୧୮  ତାରିଖରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଡ. ବିଜୟ  କେତନ ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଏକ ବୈଠକ  ହୋଇଥିଲା । ଏଥିରେ ପୁସ୍ତକ ମହୋତ୍ସବକୁ ଅଧିକ  ଆକର୍ଷଣୀୟ କରିବା ଉପରେ ବିଶଦ୍‌ ଆଲୋଚନା  ହୋଇଥିଲା । ମହୋତ୍ସବ ପରିସର ୩ଟି ମୁଖ୍ୟ ଥିମ୍‌  ବା ବିଷୟ ଉପରେ ଆଧାରିତ ହେବ । ଯଥା³ ମହାନ  ବିପ୍ଲବୀ ବିର୍ସା ମୁଣ୍ଡା ଓ ଅନ୍ୟ ସ୍ୱାଧୀନତାଙ୍କ ସଂଗ୍ରାମୀଙ୍କ  ଅବଦାନ, ଡ. ହରେକୃଷ୍ଣ ମହତାବ ଶତବାର୍ଷିକୀ  ଓ ଓଡ଼ିଶାର ବୌଦ୍ଧ ଐତିହ୍ୟକୁ ସ୍ଥାନିତ କରାଯାଇ  ପାଠାକମାନଙ୍କୁ ଅବଗତ କରାଯିବ । ଏଥିସହିତ  ପ୍ରତିବର୍ଷ ପରି ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ରହିଛି ।    

ଚଳିତ ବର୍ଷ ପୁସ୍ତକ ମେଳା ଆୟୋଜନ  ନେଇ ସରକାରୀ ସୂତ୍ରରୁ ସବୁଜ ସଂକେତ ମିଳିବା  ପରେ ଷ୍ଟଲ୍‌ ବୁକିଂ ଆରମ୍ଭ ହୋଇଛି । ବର୍ତ୍ତମାନ  ସୁଦ୍ଧା ୧୦୦ରୁ ଅଧିକ ଷ୍ଟଲ୍‌ ବୁକିଂ ସରିଲାଣି । ମାତ୍ର  ଷ୍ଟଲ୍‌ ଆବଣ୍ଟନକୁ ନେଇ ସାମାନ୍ୟ ଦ୍ୱନ୍ଦ୍ୱ ଏବଂ କିଛି  ଅସନ୍ତୋଷ ସୃଷ୍ଟି ହୋଇଥିବାରୁ ଏହା ଉପରେ  ସଂସ୍କୃତି ବିଭାଗ ସହ ଆଲୋଚନା ଚାଲିଛି । ସରକାର  ଏ ବିଷୟରେ ଖୁବ୍‌ଶୀଘ୍ର ଏକ ସ୍ପଷ୍ଟ ନିର୍ଦ୍ଦେଶନାମା  ଘୋଷଣା କରିବେ ଏବଂ ସଂସ୍କୃତି ବିଭାଗ ନିଜେ  ଏହାର ତଦାରଖ କରିବେ । ଆସନ୍ତା ନଭେମ୍ବର  ୧୫ ତାରିଖ ସୁଦ୍ଧା ଷ୍ଟଲ୍‌ ଆବେଦନ ଶେଷ ତାରିଖ  ଥିବାବେଳେ ଡିସେମ୍ବର ୫ରେ ଷ୍ଟଲ୍‌ ଆବଣ୍ଟନ ହେବ ।  ପାଠକଙ୍କ ଲାଗି ପାର୍କିଂ ବ୍ୟବସ୍ଥା ମାଗଣା ରହିବା ସହ  ଦିନ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ । ୬  ତାରିଖରେ ଉଦ୍‌ଘାଟନ ପର୍ବ ପରେ ପ୍ରତି ସନ୍ଧ୍ୟାରେ  ସାହିତ୍ୟ ଓ ସାଂସ୍କୃତିକ ସଭା ହେବ । ବୈଠକରେ  ବିଭାଗୀୟ ଯୁଗ୍ମ ସଚିବ ତଥା ଏହି ପୁସ୍ତକ ମେଳାର  ନୋଡାଲ୍‌ ଅଧିକାରୀ ଦେବପ୍ରସାଦ ଦାଶ ଏବଂ ୩ଟି  ଯାକ ସହଯୋଗୀ ସଂସ୍ଥାର ପ୍ରତିନିଧି ଓ ଭୁବନେଶ୍ୱରର  କିଛି ବିଶିଷ୍ଟ ପ୍ରକାଶକ ଉପସ୍ଥିତ ଥିଲେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.