କଟକ,୧୭/୦୭: ଗୌହାଟୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ମାନସ ରଞ୍ଜନ ପାଠକ ଆସନ୍ତା ୨୧ ତାରିଖ ସୋମବାର ଦିନ ୧୦ଟା ସମୟରେ ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ଶପଥ ଗ୍ରହଣ କରିବେ । ହାଇକୋର୍ଟ ପୁରୁଣା କୋଠାର ନୂତନ ସମ୍ମିଳନୀ କକ୍ଷରେ ତାଙ୍କୁ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ୍ ଟଣ୍ଡନ ଶପଥ ପାଠ କରାଇବେ । ଜଷ୍ଟିସ୍ ପାଠକଙ୍କ ଯୋଗଦାନ ପରେ ଓଡ଼ିଶା ହାଇକୋର୍ଟର ବିଚାରପତି ସଂଖ୍ୟା ୨୦ରେ ପହଞ୍ଚିବ ।
ଶ୍ରୀ ପାଠକଙ୍କ ବଦଳି ନେଇ ସୁପ୍ରିମ୍କୋର୍ଟ କଲେଜିୟମ୍ ଗତ ମେ’ ୨୭ରେ ସୁପାରିସ୍ କରିଥିଲେ । ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିବା ପରେ ଗତ ୧୪ ତାରିଖରେ ଏ ସଂକ୍ରାନ୍ତରେ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।