ପ୍ରମୂଖ ଖବର
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ବ୍ୟବସାୟ ପ୍ରତିଷ୍ଠାନରେ ମିଳିତ ଚଢାଉ; ଜରିମାନା ଆଦାୟ, ହୋଟେଲ ସିଲ୍ ନିର୍ଦ୍ଦେଶ…

Published By : Ladu Kishor | June 24, 2025 4:24 PM

ବ୍ରହ୍ମପୁର ୨୪/୬: ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନ ଓ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ ନିର୍ଦ୍ଦେଶରେ ମଙ୍ଗଳବାର ମିଳିତ ଚଢ଼ାଉ କରାଯାଇଛି। ମିଳିତ ଟିମ୍ ରେ ବିଏମସି ପ୍ରବର୍ତ୍ତନ, ପରିମଳ, ଖାଦ୍ୟ ନିରାପତ୍ତା, ରାଜସ୍ବ ସମେତ ଯୋଗାଣ ବିଭାଗ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ବୈଧ ମାପ ଓଜନ ଅଧିକାରୀ ସାମିଲ ଥିଲେ। ବ୍ରହ୍ମପୁର ଷ୍ଟେସନ ରୋଡର ବିଭିନ୍ନ ହୋଟେଲ, ମଦ ଦୋକାନ, ରେଷ୍ଟୁରାଣ୍ଟ, ଉଠା ଦୋକାନରେ ଚଢ଼ାଉ କରାଯାଇଥିଲା। ନିୟମ ଉଲଙ୍ଘନ, ବାସି ଓ ଅପମିଶ୍ରିତ ଖାଦ୍ୟ ବିକ୍ରି,ପରିମଳ ଅବ୍ୟବସ୍ଥା, ପ୍ଲାଷ୍ଟିକ ବ୍ୟବହାର ଅଭିଯୋଗରେ ଜୋରିମାନା ଆଦାୟ କରାଯାଇଛି । ଦୁଇଟି ହୋଟେଲ ସିଲ୍ ନିର୍ଦ୍ଦେଶ ସହ ସମସ୍ତଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ ବୋଲି ଡେପୁଟି କମିଶନର କଲ୍ୟାଣୀ ସଂଘମିତ୍ରା ସୂଚନା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.