ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ଜମ୍ମୁ-କାଶ୍ମୀରରେ ଆତଙ୍କୀ ହମଲା : ସବୁଦିନ ପାଇଁ ଦୁଃସ୍ୱପ୍ନ ପାଲଟି ଗଲା ମହିଳାଙ୍କ କରୱା ଚୌଥ ବ୍ରତ

ନୂଆଦିଲ୍ଲୀ : ସ୍ୱାମୀଙ୍କ ଦୀର୍ଘ ଆୟୁଷ କାମନା କରି କରୱା ଚୌଥ ବ୍ରତ କରି ଥିଲେ ସ୍ତ୍ରୀ। ସ୍ୱାମୀଙ୍କ ଫୋନ୍‌କୁ ଖୁବ୍‌ ଆଗ୍ରହର ସହ ଅପେକ୍ଷା କରିଥିଲେ ରୁଚି ଅବରୋଲ। କିନ୍ତୁ ଏହି ସମୟରେ ତାଙ୍କୁ ଏମିତି ଖବର ମିଳିଲା , ଯାହାକି ତାଙ୍କ ଦୁନିଆକୁ ଦୋହଲାଇ ଦେଲା। ତାଙ୍କ ସ୍ୱାମୀ ଶଶି ଅବରୋଲଙ୍କର ରବିବାର ବିଳମ୍ୱିତ ରାତିରେ କାଶ୍ମୀରର ଗନ୍ଦେରୱଲ ଜିଲ୍ଲାରେ ହୋଇଥିବା ଆତଙ୍କୀ ହମଲାରେ ହୋଇଥିଲା ମୃତ୍ୟୁ। କହି ରଖୁଛୁ କି, ଆର୍କିଟେକ୍ଚରଲ ଡିଜାଇନର ଶଶି ଶ୍ରୀନଗର-ଲେହ ରାଷ୍ଟ୍ରୀୟ ରାଜମାର୍ଗରେ ସୁଡ଼ଙ୍ଗ ନିର୍ମାଣ ସ୍ଥଳରେ ହୋଇଥିବା ପ୍ରାଣଘାତୀ ହମଲାରେ ମୃତ୍ୟୁ ହୋଇଥିବା ୭ ଲୋକଙ୍କ ମଧ୍ୟରେ ଜଣେ ଥିଲେ।

ଟାଇମ୍ସ ଅଫ୍‌ ଇଣ୍ଡିଆର ସୂଚନା ଅନୁସାରେ, ଶଶି ଓ ତାଙ୍କ ଟିମ୍‌ କାମ ସାରି ରାତିରେ ତାଙ୍କ ଶିବିରକୁ ଫେରୁ ଥିବାର ଠିକ୍‌ ପରେ ହମଲା ହୋଇଥିଲା, ଯେଉଁଥିରେ କରୱା ଚୌଥର ଉତ୍ସବ ତାଙ୍କ ପରିବାର ପାଇଁ ପାଲଟି ଗଲା ଦୁଃସ୍ୱପ୍ନ।

ମୁଁ ସନ୍ଧ୍ୟାରେ ତାଙ୍କ ସହ କଥା ହୋଇ ଥିଲି। ସେ କୌଣସି ବି ଧମକ କଥା କହି ନଥିଲେ । ମୁଁ ନିଜର କରୱା ଚୌଥ ବ୍ରତ ପାଇଁ ମନ୍ଦିର ଯାଉଥିଲି ,ଆମେ ସେତେବେଳେ ଅଳ୍ପ ସମୟ କଥାବାର୍ତ୍ତା ହେଲୁ, ପିଟିଆଇ ଅନୁସାରେ ନିଜର ତିନି ବର୍ଷର ଝିଅକୁ ଧରି ଦୁଃଖୀ ରୁଚି ସେହି କଥାକୁ ମନେପକାଉ ଥିଲେ। ମୁଁ ମନ୍ଦିରରୁ ଫେରିବା ପରେ ତାଙ୍କୁ ଫୋନ୍‌ କରିବାକୁ ଚେଷ୍ଟା କଲି , କିନ୍ତୁ ସେ ଫୋନ୍‌ ଉଠାଇଲେ ନାହିଁ । ଏହାପରେ ,ତାଙ୍କର ଫୋନ୍‌ ବନ୍ଦ ହୋଇଗଲା

ବହୁ ସମୟ ପରେ ରୁଚି ଓ ତାଙ୍କ ପରିବାରକୁ ମିଡ଼ିଆ ମାଧ୍ୟମରେ ସେହି ଭୟାନକ ବାସ୍ତବତା ବିଷୟରେ ଜଣାପଡ଼ିଲା। ଶଶିଙ୍କ ଭଉଣୀ ଦିବ୍ୟା କହିଛନ୍ତି , ତାଙ୍କ ଜୀବନ ନଷ୍ଟ ହୋଇଗଲା। କରୱା ଚୌଥ ଆମ ପାଇଁ ପ୍ରଳୟର ଦିନ ହୋଇଗଲା। ପ୍ରିୟ ଶଶିଙ୍କୁ ଆତଙ୍କବାଦୀ ମାନେ ଅତି ନିର୍ଦ୍ଦୟଭାବେ ହତ୍ୟା କଲେ। 

ଶଶି ୬ ବର୍ଷ ହେବ ଏକ କନଷ୍ଟ୍ରକ୍ସନ କମ୍ପାନୀ ଏପିସିଓରେ କାମ କରୁ ଥିଲେ ଏବଂ ପରିବାରର ଏକୁଟିଆ ଆୟ କରୁଥିବା ବ୍ୟକ୍ତି ଥିଲେ। ସେ ନିକଟରେ ନିଜ ପୁଅର କଲେଜ ଆଡମିଶନ ପାଇଁ ଜମ୍ମୁ ଫେରି ଥିଲେ। ତାଙ୍କର ସ୍ୱପ୍ନ ଥିଲା କି ପୁଅ ଇଂଜିନିୟର ହେବ। ଏବେ ଶଶିଙ୍କ ପରିବାରର ଭବିଷ୍ୟତ ଅନ୍ଧକାରରେ । ତାଙ୍କ ପିତା ଜେଏଲ ଅବରୋଲ ସରକାରଙ୍କୁ ସାହାଯ୍ୟ ପାଇଁ ଗୁହାରୀ କରି କହିଛନ୍ତି , ଆମେ ଆମ ବୋହୂ ପାଇଁ ଚାକିରିର ଦାଦି କରୁଛୁ,ଯାହାକି ଆମ ପରିବାରର ଭରଣ ପୋଷଣ ହୋଇ ପାରିବ। ପରିବାରରେ କେହି ଆୟକାରୀ ବ୍ୟକ୍ତି ନାହାନ୍ତି। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.