ପ୍ରମୂଖ ଖବର
  • ଚନ୍ଦନେଶ୍ଵର: କଟକଣା ନମାନିବା ପଡ଼ିଲା ମହଙ୍ଗା, ୨ବୋଟ ସହ ମାଲିକକୁ ଧରିଲା ପୁଲିସ
  • ||
  • ମାଲକାନିରି: ପୁଣି ୧୭ ମାଓବାଦୀଙ୍କ ଆତ୍ମସମର୍ପଣ, ୫୦ ହଜାର ଚେକ୍ ପ୍ରଦାନ କଲେ ଏସ୍‌ପି
  • ||
  • ପାକିସ୍ତାନରେ ଭୂକମ୍ପ ଝଟକା , ରେକ୍ଟର ସ୍କେଲରେ ୪.୨ ତୀବ୍ରତା ରେକର୍ଡ
  • ||
  • ବହୁର୍ଚ୍ଚିତ ନବ ଦାସ ହତ୍ୟା ଘଟଣା, ଗାନ୍ଧି ଛକ ଫଣ୍ଡିରେ କ୍ରାଇମ୍‌ବ୍ରାଞ୍ଚ ଖୋଳତାଡ଼
  • ||
  • ୩ ବର୍ଷ ପରେ ଅଙ୍କିତାଙ୍କୁ ମିଳିଲା ନ୍ୟାୟ; ୩ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ
  • ||
  • 'ପାକିସ୍ତାନ କାଶ୍ମୀରକୁ ଭୁଲିବନି କି ଛାଡ଼ିବନି '; ପାକ୍‌ ସେନାମୁଖ୍ୟ ଆସିମ୍‌ ମୁନୀରଙ୍କ ମୁହଁଫୁଟାଣି
  • ||
  • ସୁନ୍ଦରଗଡ଼ : ପ୍ଲାଣ୍ଟରେ ଶ୍ରମିକଙ୍କ ଉପରେ ମାଡ଼ିଗଲା ଆଇରନ୍‌ ବୋଝେଇ ଟ୍ରକ୍, କ୍ଷତିପୂରଣ ଦାବିରେ ଉତ୍ତେଜନା
  • ||
  • ରାୟଗଡ଼ା :ଯୁବ ବ୍ୟବସାୟୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସିକ୍କିମ ଦୁର୍ଘଟଣାରେ ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ପରିବାର ନିଖୋଜ
  • ||
  • ସମ୍ୱଲପୁର : ବସ୍‌କୁ ପଛରୁ ପିଟିଲା କୋଇଲା ବୋଝେଇ ଟ୍ରକ୍‌, ୨୦ ଆହତ
  • ||
  • ସିକ୍କିମରେ ଟୁରିଷ୍ଟ ଗାଡି ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଯାତ୍ରୀଙ୍କ ସୁରକ୍ଷା ଓ ଚିକିତ୍ସା ପରିଚାଳନା ପାଇଁ ଓଡ଼ିଶାରୁ ଯିବ ଟିମ୍
  • ||
  • ନୟାଗଡ଼ : ବାଣୁଆ ଗୁଳିରେ ଆମ୍ୱ ଗୋଟାଳି ମୃତ, ଶିକାରୀକୁ ଅଟକ ରଖିଲେ ଗ୍ରାମବାସୀ
  • ||
  • ଶୁକ୍ରବାର ବିଏମ୍‌ସି ବୈଠକ: ଉଠିବ ବିଧାୟକଙ୍କ ପାଇଁ ଏସ୍‌ଓପି ଦାବି, ବିଜେଡି କର୍ପୋରେଟର ହୋ ହଲ୍ଲା କରିବେ
  • ||
  • ବଲାଙ୍ଗୀର : ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ
  • ||
  • IPL 2025: ଆଜି ମୁମ୍ବାଇ-ଗୁଜରାଟ ଏଲିମିନେଟର ଲଢ଼େଇ, ପରାଜିତ ଦଳ ହେବ ବିଦା
  • ||
  • ‘ଅପରେସନ ସିଲ୍ଡ’, ଆଜି ପାକିସ୍ତାନ ସୀମାରେ ଦ୍ୱିତୀୟ ନାଗରିକ ସୁରକ୍ଷା ମକ୍‌ଡ୍ରିଲ
  • ||
  • ଅନୁଗୁଳ : ଭିଜିଲାନ୍ସ ପଞ୍ଝାରେ RD ବିଭାଗର ମୁଖ୍ୟଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଦେହାନ୍ତ, ରାଜ୍ୟର ପ୍ରଥମ ବିଜେପି MLA ଥିଲେ
  • ||
  • ଗଭୀର ଅବପାତ ପଳେଇଲା, ବଡ଼ ବର୍ଷା ହେଲାନି: ଆଜିଠୁ କମିବ ବର୍ଷା, ଜୁନ୍ ୧ରୁ ୩ ଯାଏ ବଢ଼ିବ ତାପମାତ୍ରା
  • ||
  • ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା: ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ
  • ||

ଓଡ଼ିଶାରେ ଏପ୍ରିଲରେ ସର୍ବାଧିକ ୧.୮ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡ଼ିଛି ଜିଓ : ଟ୍ରାଇ ତଥ୍ୟ

Published By : Gurupada Nath | May 29, 2025 9:58 PM

ଭୁବନେଶ୍ୱର,୨୯/୫ : ରାଜ୍ୟରେ ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ଏହାର ଜୟ ଯାତ୍ରା ଜାରି ରଖି  ରିଲାଏନ୍ସ ଜିଓ ୨୦୨୫ଏପ୍ରିଲ ମାସରେ ଓଡ଼ିଶାରେ ସର୍ବାଧିକ ୧.୮ ଲକ୍ଷରୁ ଅଧିକ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ (ୱେୟାରଲାଇନ୍ ଏବଂ ୫ଜି ଏଫଡବ୍ଲୁଏ) ଗ୍ରାହକ ଯୋଡିଛି। ଆଜି ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟରୁ ଏହା ଜଣାପଡିଛି। ଏହି ତଥ୍ୟ ଅନୁଯାୟୀ, ଏପ୍ରିଲ ମାସରେ ରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ୧.୫୩ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଉପଭୋକ୍ତା ଏବଂ ୩୦୦୦୦ ରୁ ଅଧିକ ନୂତନ ଜିଓଫାଇବର ଏବଂ ଜିଓ ଏୟାରଫାଇବର ଗ୍ରାହକ ଯୋଡିଛି। ଏଥିସହିତ, ଜିଓ ଓଡ଼ିଶାରେ ୪୫.୯ ପ୍ରତିଶତରୁ ଅଧିକ ଗ୍ରାହକ ବଜାର ଅଂଶ ହାସଲ କରିବା ସହିତ ଏପ୍ରିଲ ଶେଷ ସୁଦ୍ଧା ଜିଓ ନେଟୱାର୍କରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୧.୬୧ କୋଟିରେ ପହଞ୍ଚିଛି। ଟ୍ରାଇ ତଥ୍ୟ ଅନୁଯାୟୀ ଏପ୍ରିଲ ମାସରେ ଓଡ଼ିଶାରେ ପ୍ରାୟ ୧.୫୫ ଲକ୍ଷ ନୂତନ ମୋବାଇଲ୍ ଗ୍ରାହକ ଯୋଡି ହେବା ସହିତ ରାଜ୍ୟରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ଏପ୍ରିଲ ଶେଷ ସୁଦ୍ଧା ୩.୫ କୋଟି ଅତିକ୍ରମ କରିଛି।  

ସେହିପରି, ଓଡ଼ିଶାରେ ୱାୟାରଲାଇନ୍ ଏବଂ ୫ଜି ଏଫଡବ୍ଲୁଏ କ୍ଷେତ୍ରରେ ନିଜର ପ୍ରାଧାନ୍ୟକୁ ଆହୁରି ସୁଦୃଢ଼କରି, ଜିଓ ୨୦୨୫ ଏପ୍ରିଲ ମାସରେ ରାଜ୍ୟରେ ସର୍ବାଧିକ ୩୦୦୦୦ ନୂତନ ଜିଓଫାଇବର ଏବଂ ଜିଓଏୟାରଫାଇବର ଗ୍ରାହକ ଯୋଡିଛି। ତଥ୍ୟ ଅନୁଯାୟୀ, ଏପ୍ରିଲ ମାସ ଶେଷ ସୁଦ୍ଧା ରାଜ୍ୟରେ ଜିଓଫାଇବର ଗ୍ରାହକଙ୍କ ସଂଖ୍ୟା ୩ ଲକ୍ଷ ଅତିକ୍ରମ କରିଥିବାବେଳେ ଜିଓଏୟାରଫାଇବର ଗ୍ରାହକଙ୍କ ସଂଖ୍ୟା ୧.୬୭ ଲକ୍ଷରୁ ଅଧିକ ହୋଇଛି। ଜିଓର ଲୋକପ୍ରିୟ ୫ଜି ଏଫଡବ୍ଲୁଏ ସେବା ଜିଓଏୟାରଫାଇବର ରାଜ୍ୟରେ ୮୪ ପ୍ରତିଶତରୁ ଅଧିକ ଗ୍ରାହକ ବଜାର ଅଂଶ ସହିତ ୫ଜି ଏଫଡବ୍ଲୁଏ ବଜାରରେ ପ୍ରାଧାନ୍ୟ ବିସ୍ତାର କରିଛି। ଜିଓ ଓଡ଼ିଶାରେ ଏହାର ସର୍ବବୃହତ ୪ଜି ଓ ୫ଜି ନେଟୱାର୍କ ଉପସ୍ଥିତି ବଳରେ ରାଜ୍ୟର ସବୁଠାରୁ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ରହିଆସିଛି ଏବଂ ଓଡିଶାରେ ଏହାର ସର୍ବାଧିକ ୪୫.୯ ପ୍ରତିଶତରୁ ଅଧିକ ମୋବାଇଲ୍ ଗ୍ରାହକ ବଜାର ଅଂଶ ସହିତ ୮୪ ପ୍ରତିଶତରୁ ଅଧିକ ୫ଜି ଏଫଡବ୍ଲୁଏ ଗ୍ରାହକ ବଜାର ଅଂଶ ରହିଛି।

ଜାତୀୟ ସ୍ତରରେ, ଜିଓ ଏପ୍ରିଲ ୨୦୨୫ ରେ ସର୍ବାଧିକ ୨୬ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଗ୍ରାହକ ଯୋଡିବା ସହିତ ୱାୟାରଲେସ୍ ବ୍ୟବସାୟ କ୍ଷେତ୍ରର ଅଭିବୃଦ୍ଧିରେ ସହାୟକ ହୋଇଛି। ଜିଓ ଏହି ମାସରେ ଯୋଡିଥିବା ନୂତନ ଗ୍ରାହକ ସଂଖ୍ୟା ନିକଟତମ ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ ତୁଳନାରେ ୧୩ ଗୁଣ ଅଧିକ ରହିଛି। ଏପ୍ରିଲ ୨୦୨୫ ରେ ସକ୍ରିୟ ଉପଭୋକ୍ତା ଯୋଡିଥିବା ଏକମାତ୍ର ଅପରେଟର ଭାବରେ ଜିଓ ଏହି ମାସରେ ଦେଶରେ ୫୫ ଲକ୍ଷରୁ ଅଧିକ ନୂତନ ସକ୍ରିୟ ମୋବାଇଲ୍ ଗ୍ରାହକ ଯୋଡିଛି। ଏହା ଲଗାତାର ଦ୍ୱିତୀୟ ମାସ ପାଇଁ ୫ ନିୟୁତରୁ ଅଧିକ ସକ୍ରିୟ ମୋବାଇଲ୍ ଉପଭୋକ୍ତା ଯୋଡିଛି। ଏପ୍ରିଲ ୨୦୨୫ ରେ ପ୍ରାୟ ୯.୧୦ ଲକ୍ଷ ନୂତନ ହୋମ ବ୍ରଡବ୍ୟାଣ୍ଡ (ୱେୟାରଲାଇନ୍ ଓ ଏଫଡବ୍ଲୁଏ) ଗ୍ରାହକ ଯୋଡିଥିବା ଜିଓ ପାଇଁ ଆଉ ଏକ ରେକର୍ଡ ମାସ ହୋଇଛି, ଯାହା ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତୁଳନାରେ ପ୍ରାୟ ଚାରି ଗୁଣ ଅଧିକ ରହିଛି। ୫ଜି ଏଫଡବ୍ଲୁଏ କ୍ଷେତ୍ରରେ ଜିଓ ଦେଶରେ ୮୨ ପ୍ରତିଶତରୁ ଅଧିକ ଗ୍ରାହକ ବଜାର ଅଂଶ ଏବଂ ୬.୧୪ ନିୟୁତ ଗ୍ରାହକଙ୍କ ସହିତ ନିଜର ନେତୃତ୍ୱ ସ୍ଥାନକୁ ଅଧିକ ସୁଦୃଢ଼ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.