ପ୍ରମୂଖ ଖବର
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ପାଲଟିଲେ ଲାରି ଏଲିସନ, ପଛରେ ପଡିଲେ ଆମାଜନ ପ୍ରତିଷ୍ଠାତା ଜେଫ୍‌ ବେଜୋସ

Published By : Prameya | June 16, 2025 10:01 AM

ନୂଆଦିଲ୍ଲୀ,୧୬/୦୬: ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ସ୍ଥାନ ହରାଇଛନ୍ତି ଆମାଜନ ପ୍ରତିଷ୍ଠାତା ଜେଫ୍‌ ବେଜୋସ । ଓରାକଲର ଲାରି ଏଲିସନ ବେଜୋସଙ୍କୁ ଟପି ବିଶ୍ୱର ଦ୍ୱିତୀୟ ସବୁଠୁ ବଡ଼ ଧନୀ ବ୍ୟକ୍ତି ଭାବେ ବିବେଚିତ ହୋଇଛନ୍ତି । 

ଫୋର୍ବସ ୱାର୍ଲଡ ବିଲିୟନେୟାର  ତାଲିକା ମୁତାବକ, ଏଲିସନଙ୍କ ନେଟୱର୍ଟ ୨୬ ବିଲିୟନ  ବୃଦ୍ଧି ହେବା ଯୋଗୁ ଏହା ୨୪୩ ବିଲିୟନ ଡଲାର  ଛୁଇଁଛି । କୌଣସି ଅରବପତିଙ୍କ ଗୋଟିଏ ଦିନରେ ଏହା  ସର୍ବାଧିକ ସମ୍ପତ୍ତି ବୃଦ୍ଧି । ଏହି ବୃଦ୍ଧି ଯୋଗୁ ଏଲିସନ  ଜେଫ୍‌ ବେଜୋସ (୨୨୭ ବିଲିୟନ ଡଲାର) ଏବଂ ମେଟା ସିଇଓ ମାର୍କ ଜୁକରବର୍ଗ (୨୩୯ ବିଲିୟନ ଡଲାର)ଙ୍କୁ  ପଛରେ ପକାଇ ଦେଇଛନ୍ତି ।

ଏହି ତାଲିକାର ପ୍ରଥମ  ସ୍ଥାନରେ ଟେସଲା ସିଇଓ ଏଲନ ମସ୍କ ରହିଛନ୍ତି । ତାଙ୍କ ନିକଟରେ ୪୦୭.୩ ବିଲିୟନ ଡଲାରର ସମ୍ପତ୍ତି  ରହିଛି । ଓରାକଲର ଲାଭରେ ଆଖିଦୃଶିଆ ବୃଦ୍ଧି ଯୋଗୁ  ଏଲିସନଙ୍କ ସମ୍ପତ୍ତି ଏଭଳି ବୃଦ୍ଧି ହୋଇଛି । କମ୍ପାନିର  ଷ୍ଟକ ମୂଲ୍ୟ ପ୍ରଥମ ଥର ଲାଗି ୨୦୦ ଡଲାର ଟପିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.