ପ୍ରମୂଖ ଖବର
  • ବଡମ୍ବା : ପାରିବାରିକ କଳହର କରୁଣ ପରିଣତି . ବିଷ ପିଇ ଶାଶୂ-ବୋହୂ ମୃତ, ପୁଅ ଗୁରୁତର
  • ||
  • ସୁନ୍ଦରଗଡ଼କୁ ବର୍ଷା ପାଇଁ ରେଡ୍ ଆଲର୍ଟ, ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରଦାର୍
  • ||
  • କେନ୍ଦୁଝର : ଗଛକୁ ଧକାଦେଇ ଓଲଟିଲା ଆମ୍ବୁଲାନ୍ସ, ୫ଆହତ
  • ||
  • ବିନିକା : ଅଜଣା ଗାଡ଼ି ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ୱର : ସମୁଦ୍ରରେ ବୁଡିଲେ ୩ ପର୍ଯ୍ୟଟକ; ଜଣେ ମୃତ, ଜଣେ ନିଖୋଜ, ଜଣେ ଉଦ୍ଧାର
  • ||
  • ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ, କହିଲେ ଅତି ଜରୁରି ଭାରତ-କାନାଡ଼ା ସମ୍ପର୍କ
  • ||
  • ଫୁଲୁରି ତେଲ ଲାଗି ପରେ ସାମାନ୍ୟ ସୁସ୍ଥ ଶ୍ରୀଜିଉ, ନବମୀ ଯାଏ ଚାଲିବ ଓଷ ଲାଗି, ଜୋରସୋରରେ ଚାଲିଛି ରଥ କାର୍ଯ୍ୟ
  • ||
  • ଡାଇରିଆ ଅଣାୟତ୍ତ, ହାଇଆଲର୍ଟରେ ସମସ୍ତ ଜିଲ୍ଲା, ୨୯୮ଜଣ ନୂଆ ରୋଗୀ ଚିହ୍ନଟ, ସାମୀକ୍ଷା କଲେ ସିଏସ୍
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ, ବିଜାପୁରରେ ୩ଜଣଙ୍କୁ ହତ୍ୟା, ରାତିରେ ୧୦ ଗ୍ରାମବାସୀଙ୍କୁ ଉଠାଇ ନେଇଥିଲେ
  • ||
  • ଆଗେଇଲା ମୌସୁମୀ... ଆଜି, କାଲି ବଡ଼ ବର୍ଷା, ୨୦ରୁ କମିବ
  • ||
  • ଗଞ୍ଜାମ : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ ହତ୍ୟା କଲା ନୃଶଂସ ସ୍ତ୍ରୀ
  • ||
  • ଗୋପାଳପୁର ଗଣଦୁଷ୍କର୍ମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||

କାହିଁକି ଟେଷ୍ଟ ଟିମ୍‌ ଅଧିନାୟକ ହେଲେ ନାହିଁ ? ମୁହଁ ଖୋଲିଲେ ବୁମରା, କହିଲେ ମନା କରିଥିଲି

Published By : Ankita S | June 18, 2025 1:12 PM

ନୂଆଦିଲ୍ଲୀ,୧୮/୦୬: ପେସ୍‌ ତାରକା ଯଶପ୍ରୀତ ବୁମରା କାହିଁକି ଟେଷ୍ଟ ଦଳର ଅଧିନାୟକ ହେଲେ ନାହିଁ ? ଏ ପ୍ରଶ୍ନ ଏବେବି କ୍ରିକେଟ୍‌ପ୍ରେମୀଙ୍କ ମନକୁ ଆନ୍ଦୋଳିତ କରୁଛି । କିନ୍ତୁ ନିଜେ ବୁମରା ଏ ବିଷୟରେ ମୁହଁ ଖୋଲିଛନ୍ତି । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅବସର ପୂର୍ବରୁ ବିସିସିଆଇକୁ ଅଧିକନାୟ ହେବିନାହିଁ ବୋଲି କହିଥିବା କହିଛନ୍ତି ବୁମରା ।

ସେ କହିଛନ୍ତି, ‘ଆଇପିଏଲ ସମୟରେ ମୁଁ ବିସିସିଆଇ ସହ ଆଗାମୀ ୫ ମ୍ୟାଚ ବିଶିଷ୍ଟ ସିରିଜରେ ମୋର କାର୍ଯ୍ୟଭାର ବିଷୟରେ କଥା ହୋଇଥିଲି । ମୁଁ କହିଥିଲି, ଦଳର ନେତୃତ୍ୱ ନେବାକୁ ଚାହୁଁନାହିଁ, କାରଣ ସିରିଜରେ ହୁଏତ ସବୁ ମ୍ୟାଚ୍‌ ଖେଳି ପାରିବି ନାହିଁ । ଅଧିନାୟକ ଦାୟିତ୍ୱ ବହୁ ବଡ଼ କଥା । ଏଥିପାଇଁ ବହୁ ପରିଶ୍ରମ କରିଛି । କିନ୍ତୁ ଦୁର୍ଭାଗ୍ୟ, ବେଳେବେଳେ ବଡ଼ ଛବି ଉପରେ ନଜର ଦେବାକୁ ହୁଏ । ମୁଁ ନେତୃତ୍ୱ ନେବା ଠାରୁ କ୍ରିକେଟକୁ ଅଧିକ ଭଲ ପାଏ । ତେଣୁ ଜଣେ ସଦସ୍ୟ ଭାବରେ ଭାରତୀୟ କ୍ରିକେଟ ପ୍ରତି ମୋର ଅବଦାନ ରଖିବାକୁ ଚାହେଁ ।’ 

ବୁମରାଙ୍କୁ ଏବେ ୩୧ ବର୍ଷ ବୟସ । ଗତ ୯ ବର୍ଷ ହେଲା ସେ ଅନ୍ତର୍ଜାତୀୟ କ୍ରିକେଟ ଖେଳି ଆସୁଛନ୍ତି । ଚମତ୍କାର ପ୍ରଦର୍ଶନ ପାଇଁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଏକ ପୋଡକାଷ୍ଟ କାର୍ଯ୍ୟକ୍ରମରେ ସାମିଲ ହୋଇ ସେ କହିଥିଲେ, ‘କ୍ରିକେଟକୁ ମୁଁ ବହୁତ ଭଲ ପାଏ । ମୋ ଶରୀର ଯେତେଦିନ ପର୍ଯ୍ୟନ୍ତ ଅନୁମତି ଦେବ ସେତେ ଦିନ ଖେଳ ଜାରି ରଖିବି ।’ 

ଗତ ଅଷ୍ଟ୍ରେଲିଆ ଗସ୍ତରେ ବୁମରା ସିରିଜରେ ୩୨ଟି ୱିକେଟ୍‌ ହାସଲ କରିଥିଲେ । ଭାରତ ୧-୩ରେ ସିରିଜ ହାତଛଡ଼ା କରିଥିଲା । ଏହାପରେ ସେ ଆହତ ହୋଇଥିଲେ । ସୁସ୍ଥ ହେବାକୁ ତାଙ୍କୁ ୨ ମାସ ସମୟ ଲାଗିଥିଲା । ସୁସ୍ଥ ହୋଇ ସେ ଆଇପିଏଲ୍‌ ଖେଳିଥିଲେ । ୪୫ ଟେଷ୍ଟ ଖେଳି ବୁମରା ଏପର୍ଯ୍ୟନ୍ତ ୨୦୫ଟି ୱିକେଟ୍‌ ହାସଲ କରିବାରେ ସଫଳ ହୋଇଛନ୍ତି । ଇଂଲଣ୍ଡ ଗସ୍ତ କରିବା ପୂର୍ବରୁ କୋଚ ଗୌତମ ଗମ୍ଭୀର ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ‘ବୁମରା ୩ଟି ମ୍ୟାଚ୍‌ ଖେଳିବେ । ତେବେ ସେ କେଉଁ ମ୍ୟାଚ ଗୁଡ଼ିକ ଖେଳିବେ ତାହା ନିର୍ଦ୍ଧାରିତ ହୋଇ ନାହିଁ ।’ ପୂର୍ବରୁ ପ୍ରକାଶିତ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ବୁମରା ସଂପୂର୍ଣ୍ଣ ଫିଟ୍‌ ନାହାନ୍ତି । ଡାକ୍ତର ଏବଂ ଫିଜିଓଙ୍କ ପରାମର୍ଶ କ୍ରମେ ସେ ପୂରା ସିରିଜ ଖେଳି ପାରିବେ ନାହିଁ । ଅଧିକ କାର୍ଯ୍ୟଭାର ବଢ଼ିଲେ ବୁମରା ପୁଣି ଥରେ ଆହତ ହେବାର ସମ୍ଭାବନା ରହିଛି । ତେଣୁ ସେ ସିରିଜରେ ୩ରୁ ୪ଟି ମ୍ୟାଚ ଖେଳି ପାରିବେ ।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.