ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଯୁଦ୍ଧ ବିରାମ ଲାଗି ବ୍ୟାକୁଳ ହମାସ ସଂଗଠନ, ଇସ୍ରାଏଲ କହିଲା- ଦୀର୍ଘ ବର୍ଷ ଧରି ଗାଜାରେ ରହିବ ଆମ ସେନା

Published By : Tapas Panda | November 29, 2024 9:59 PM

Image Courtesy: economist

ନୂଆଦିଲ୍ଲୀ: ହମାସ ଆତଙ୍କବାଦୀ ସଂଗଠନ ଯୁଦ୍ଧବିରାମ ଲାଗି ଅହେତୁକ ଆଗ୍ରହ ପ୍ରକାଶ କରୁଛି । ସେପଟେ ଗାଜାରେ ଇସ୍ରାଏଲ ସେନା (ଆଇଡିଏଫ୍‌) ଆହୁରି ଦୀର୍ଘ ବର୍ଷ ରହିବ ବୋଲି ଜଣେ ମନ୍ତ୍ରୀ କହିଛନ୍ତି । ଇସ୍ରାଏଲର ଖାଦ୍ୟ ସୁରକ୍ଷା ମନ୍ତ୍ରୀ ଅଭି ଡିଚର କହିଛନ୍ତି ଯେ, ଗାଜାରେ ନୂଆ ହମାସ ଆତଙ୍କବାଦୀଙ୍କ ସହ ମୁକାବିଲା କରିବାକୁ ଆଇଡିଏଫ୍‌ ସଜାଗ ରହିବ । ଏହା ସହ ଅନେକ ବର୍ଷ ଧରି ଗାଜାକୁ ମାନବୀୟ ସହାୟତା ଯୋଗାଇବାରେ ସାହାଯ୍ୟ କରିବ । ତେବେ ଗାଜାରେ ଇସ୍ରାଏଲର ଦୀର୍ଘ ଉପସ୍ଥିତି ଏବଂ ଭବିଷ୍ୟତରେ ସେଠାରେ ହମାସ କିମ୍ବା ପାଲେଷ୍ଟାଇନ ପ୍ରଶାସନର ପ୍ରତିଷ୍ଠା ଅସମ୍ଭବ ବୋଲି ଡିଚରଙ୍କ ଏହି ଦାବି ଦର୍ଶାଉଛି । 

ସେ କହିଛନ୍ତି, ‘ ମୋତେ ଲାଗୁଛି ଗାଜାରେ ଦୀର୍ଘ ବର୍ଷ ଧରି ରହିବାକୁ ଯାଉଛୁ ।’  ସେପଟେ ରିପୋର୍ଟ କହୁଛି, ପାଲେଷ୍ଟାଇନ୍‌ ଅଞ୍ଚଳରେ ବିଶେଷ କରି ଗାଜାରେ ମିଲିଟାରି ବେସ୍‌ ପ୍ରତିଷ୍ଠା କରିବା ଲାଗି ଜୋରଦାର ପ୍ରସ୍ତୁତି କରୁଛି ଆଇଡିଏଫ୍‌ । ଏବେ ଗାଜାରେ ଅଣ୍ଟାଠୁ ଅଧିକ ଉଚ୍ଚର କୌଣସି କାନ୍ଥ ବା ଘର ନାହିଁ, ସବୁ କିଛି ମାଟିରେ ମିଶିଯାଇଛି ବୋଲି ଡିଚର କହିଛନ୍ତି । 

ଏସୁବୁ ଭିତରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ, ଇଜିପ୍ଟ ସୀମାରେ ଆଉ କିଛି ଦିନ ରହିବାକୁ ଆଇଡିଏଫକୁ ଅନୁମତି ଦେବାକୁ ଚାହୁଁଛି ହମାସ । ଆମେରିକୀୟ ଅଧିକାରୀ କହୁଛନ୍ତି, ଏବେ ହମାସ ନିଜର ନେତା ୟାୟା ସିନଓ୍ବାରଙ୍କ ଆଦର୍ଶକୁ ପଛ କରି ଇସ୍ରାଏଲ ସହ ଯୁଦ୍ଧ ବିରାମ ଲାଗି ଆଲୋଚନା କରିବାକୁ ପ୍ରସ୍ତୁତ ରହିଛି । ସିନଓ୍ବାର ହିଁ ଇସ୍ରାଏଲ ସହ ବିବାଦ ଜାରି ରଖିବାକୁ ଚାହୁଁଥିଲା । ତା ମତରେ, ଯେତେ ଅଧିକ ସମୟ ଯୁଦ୍ଧ ଚାଲିବ, ସେତିକି ମୁକ୍ତିର ନିକଟତର ହୋଇପାରିବା।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.