ଭୁବନେଶ୍ବର, ୫/୧୧ : ଆମେରିକା ହ୍ୟୁଷ୍ଟନରେ ହେବନି ଇସ୍କନ ରଥଯାତ୍ରା । ଓଡ଼ିଆ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ବିଚାର କରି ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ରଥଯାତ୍ରା ବଦଳରେ ହେବ ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା । ଇସ୍କନ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ ଯେ, ବିଦେଶରେ ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ଚାରିଆଡ଼େ ଅସନ୍ତୋଷ ଦେଖାଦେଇଥିଲା। ବିଭିନ୍ନ ସଂସ୍ଥା ଓ ବ୍ୟକ୍ତି ବିଶେଷ ପରେ ଇସ୍କନ ବିରୋଧରେ ଗଭୀର ଅସନ୍ତୋଷ ଜାହିର କରିଥିଲେ ଜନନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟ ସିଂହ ଦେବ । ସେପଟେ ଶ୍ରୀ ଜଗନ୍ନାଥଙ୍କର ସ୍ଵତନ୍ତ୍ର ନୀତିକାନ୍ତି ଓ ପରମ୍ପରା ରହିଛି ଓ ଜଗନ୍ନାଥ ସଂସ୍କୃତିକୁ ନଷ୍ଟ ହେବାକୁ ଦେବୁନି ବୋଲି ସାମ୍ନାକୁ ଆସି ଆଇନ ମନ୍ତ୍ରୀ ପୃଥ୍ର୍ବୀରାଜ ହରିଚନ୍ଦନ ମଧ୍ୟ କହିଥିଲେ।