ପ୍ରମୂଖ ଖବର

ହେବାକୁ ଯାଉଛି ଭୀଷଣ ଯୁଦ୍ଧ : ଇସ୍ରାଏଲ ଉପରେ ବାଲାଷ୍ଟିକ୍ ମିଶାଇଲ ଆକ୍ରମଣ ପାଇଁ ଇରାନର ପ୍ରସ୍ତୁତି, ଚେତାଇଲା ଆମେରିକା

Published By : Harapriya Biswal | October 1, 2024 8:19 PM

ନୂଆଦିଲ୍ଲୀ,୧।୧୦: ଇସ୍ରାଏଲ-ଲେବାନନ୍ ଯୁଦ୍ଧ ମଧ୍ୟରେ ଇସ୍ରାଏଲକୁ ଆମେରିକାର ବଡ଼ ଚେତାବନୀ। ଆମେରିକାର ସୂଚନା ଅନୁସାରେ, ଇରାନ ଖୁବ୍ ଶୀଘ୍ର ଇସ୍ରାଏଲ ଉପରେ ବାଲାଷ୍ଟିକ୍ ମିସାଇଲ୍‌ ଆକ୍ରମଣ କରିବାର ଚେଷ୍ଟା କରୁଛି। ଏହି କଥା ଆମେରିକାର ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର ଚେତାବନୀ ଜାରି କରିଛନ୍ତି। ସେ କହିଛନ୍ତି, ଯଦି ଏଭଳି ହୁଏ ତେବେ ଇସ୍ରାଏଲ ସହ ବହୁ ଦେଶ ଏହାର ଗମ୍ଭୀର ପରିଣାମ ଭୋଗ କରିପାରନ୍ତି। ହ୍ବାଇଟ୍ ହାଉସ୍‌ର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ଅଧିକାରୀ ଜଣକ କହିଛନ୍ତି, ଆମେରିକା ସବୁବେଳେ ଇସ୍ରାଏଲର ସୁରକ୍ଷାକୁ ନେଇ ସବୁବେଳେ ସମର୍ଥନ କରୁଛି। ସେ ଚେତାବନୀ ଦେଇଛନ୍ତି, ଏଭଳି କାର୍ଯ୍ୟାନୁଷ୍ଠାନ ଇରାନ ପାଇଁ ମଧ୍ୟ ଗମ୍ଭୀର ପରିଣାମ ସୃଷ୍ଟି କରିପାରେ। ମଧ୍ୟ ପ୍ରାଚ୍ୟରେ ଉପୁଜିଥିବା ସଙ୍କଟ ଭିତରେ ଏଭଳି ଖବର ସେତେବେଳେ ଆସିଛି ଯେତେବେଳେ ଇସ୍ରାଏଲ ସେନା ମଙ୍ଗଳବାର ଲେବାନନ୍‌ ଭିତରେ ପଶି ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କରିଛି। 

ଆମେରିକାଠାରୁ ଇରାନ ଆକ୍ରମଣ କରିବାର ପ୍ରସ୍ତୁତି କରୁଥିବା ଚେତାବନୀ ପରେ ଆଇଡିଏଫ୍ କହିଛି, ସେ କୌଣସି ପ୍ରକାର ଆକ୍ରମଣକୁ ମୁକାବିଲା କରିବାକୁ ପ୍ରସ୍ତୁତ ଅଛି। ଇସ୍ରାଏ ସେନା ମୁଖ୍ୟ କହିଛନ୍ତି, ଇସ୍ରାଏଲ ବାୟୁପ୍ରତିରକ୍ଷା ପ୍ରଣାଳି ଇରାନର ଯେ କୌଣସି ଆକ୍ରମଣକୁ କଡା ମୁକାବିଲା କରିବ, କିନ୍ତୁ ବର୍ତ୍ତମାନ ଏଭଳି କୌଣସି ପ୍ରକାର ବିପଦ ସଙ୍କେତ ମିଳିନାହିଁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.