ପ୍ରମୂଖ ଖବର
  • ଭୁବନେଶ୍ୱର : ସହୀଦ ରାଜକିଶୋର ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
  • ||
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

IPL 2025; ନିଲାମୀରେ ଅନସୋଲ୍ଡ ଥିଲେ, ଏବେ ମ୍ୟାଚ ୱିନର ସାର୍ଦୁଳ ଠାକୁର

Published By : Ankita S | March 28, 2025 1:08 PM

ମୁମ୍ବାଇ,୨୮/୦୩ : ଆଇପିଏଲ ସିଜିନ୍ ୧୮ରେ ଖାତା ଖୋଲିଛି ଲକ୍ଷ୍ନୌ ସୁପର ଜାଏଣ୍ଟସ । ଋଷବ ପନ୍ତଙ୍କ ନେତୃତ୍ବରେ ପ୍ରଥମ ବିଜୟ ହାସଲ କରିଛି ଦଳ । ଏହି ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ ସାର୍ଦୁଲ ଠାକୁର । ଦିନେ ନିଲାମୀରେ ଅନସୋଲ୍ଡ ଥିଲେ ଆଜି ମ୍ୟାଚ ୱିନର ହୋଇଛନ୍ତି । ୪ ଓଭର ବୋଲିଂ କରି ୩୪ ରନ ଦେଇ ୪ ୱିକେଟ ଅକ୍ତିଆର କରିଥିଲେ । ଏହି ସଫଳତା ସହ ଆଇପିଏଲରେ ୧୦୦ ୱିକେଟ ପୂରଣ କରିଛନ୍ତି । ପର୍ପଲ କ୍ୟାପ ହାସଲ କରିଛନ୍ତି । ୪ଟି ୱିକେଟ ପାଇଁ ପ୍ଲେୟାର ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ ସାର୍ଦୁଲ ।

ଲର୍ଡ଼ ସାର୍ଦୁଲ ଠାକୁର- ଚଳିତ ଆଇପିଏଲରେ ପ୍ରଥମ ବିଜୟ ହାସଲ କରିଥିବା ଲକ୍ଷ୍ନୌ ସୁପରଜାଏଣ୍ଟସର ହିରୋ ସାଜିଥିଲେ ସାର୍ଦୁଳ ଠାକୁର । ତାଙ୍କ ନାମ ପଛରେ  'ଲର୍ଡ଼' କାହିଁକି ଲାଗେ ଆପଣ ଭାବୁଥିବେ । ଏହି ନାମରେ ଜଣାଶୁଣା ସାର୍ଦୁଳ ହାଇଦ୍ରାବାଦର ବିସ୍ଫୋରକ ବ୍ୟାଟର ଅଭିଷେକ ଶର୍ମା ଓ ଇଶାନ କିଷନଙ୍କୁ ସଅଳ ଆଉଟ କରିଥିଲେ । ଇଷାନ ଖାତା ଖୋଲି ପାରିନଥିଲେ । ସାର୍ଦୁଲ ୪ ଓଭର ବୋଲିଂ କରି ୪ ୱିକେଟ ଅକ୍ତିଆର କରିଥିଲେ । ଏହା ସହିତ ଆଇପିଏଲରେ ୧୦୦ ୱିକେଟ ହାସଲ କରିଛନ୍ତି । ୩୩ ବର୍ଷୀୟ ସାର୍ଦୁଲ ଆଇପିଏଲ ସିଜନ ୧୮ରେ ଏବେ ମୋଟ ୬ ୱିକେଟ ନେଇ ପର୍ପଲ କ୍ୟାପ ହାତେଇଛନ୍ତି । ୨୦୨୫ ମେଗା ନିଲାମୀରେ ଦିନେ ଯିଏ ଅନସୋଲ୍ଡ ଥିଲେ ଆଜି ସେ ମ୍ୟାଚ ୱିନର ହୋଇଛନ୍ତି । ପୂର୍ବରୁ ଦିଲ୍ଲୀ ବିପକ୍ଷରେ ସେ ୨ଟି ୱିକେଟ ନେଇଥିଲେ ।

ଅଧିକ ପଢନ୍ତୁ...IPL 2025: ସନରାଇଜର୍ସ ହାଇଦ୍ରାବାଦ ନିରାଶ, ଲକ୍ଷ୍ନୌର ପ୍ରଥମ ବିଜୟ

କହି ରଖୁଛୁ କି, ଗତକାଲି (ଗୁରୁବାର) ଆଇପିଏଲର ସପ୍ତମ ଲିଗ୍ ମ୍ୟାଚ ଖେଳାଯାଇଥିଲା । ନିକୋଲାସ ପୂରନ ଓ ମିଚେଲ ମାର୍ଶଙ୍କ ଲଢୁଆ ବ୍ୟାଟିଂ ବଳରେ ପ୍ରଥମ ବିଜୟ ହାସଲ କରିଛି ଲକ୍ଷ୍ନୌ ସୁପର ଜାଏଣ୍ଟସ । ୫ ୱିକେଟରେ ଦାଇଦ୍ରାବାଦକୁ ହରାଇ ଖାତା ଖୋଲିଛି ଦଳ । ପ୍ରଥମେ ବ୍ୟାଟିଂ କରି ୯ୱିକେଟ ହରାଇ ୧୯୦ରନ କରିଥିଲା ହାଇଦ୍ରାବାଦ । ଜବାବରେ ୫ୱିକେଟ ହରାଇ ସୁପର ଜାଏଣ୍ଟସ ୧୬.୧ ଓଭରରେ ବିଜୟୀ ହୋଇଥିଲା । ନିକୋଲାସ ପୂରନ ୨୬ବଲରେ ୭୦ରନ କରିଥିଲେ । ମାର୍ଶ ୩୧ବଲରେ ୫୨ରନ କରି ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.