ମାଲକାନଗିରି,୩/୧୨ : ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ସଂସ୍କୃତି ଭବନଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସାଶକ୍ତିକରଣ ବିଭାଗ ତରଫରୁ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧରୁଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ, ଡାକ୍ତର ହାବିଦ ହୁସେନ, ଡାକ୍ତର ଦୁର୍ଗାପ୍ରସାଦ ରାଜ, ଆର ବି କେ ଏସ ୱାଇ ମ୍ୟାନେଜେର ହାରିବନ୍ଧୁ ଦେଶିଆନାୟକ, ଜଗତଜିବନ ପାତ୍ର ପ୍ରମୁଖ ଯୋଗଦେଇଥିଲେ।
କେବେ ବି କାହକୁ ଦିବ୍ୟାଙ୍ଗ ବୋଲି ଭାବି ଘୃଣା କରିବା ଉଚିତ ନୁହଁ । ସେମାନେ ମଧ୍ୟ ସାଧରଣ ମଣିଷ ପରି । ସେମାନଙ୍କୁ ଶିକ୍ଷା,ତାଲିମ,ନିଯୁକ୍ତି ଓ ଆତ୍ମ ନିଯୁକ୍ତି ପ୍ରତି ଗୁରୁତ୍ବ ଦେବା ଦରକାର । ସେମାନଙ୍କ ନିରନ୍ତର ବିକାଶ ନିମନ୍ତେ ପ୍ରତିଜ୍ଞାବଦ୍ଧ ବୈଷୟିକ ଶିକ୍ଷାକୁ ଗୁରତ୍ବ ଦେଇ ଦିବ୍ୟାଙ୍ଗମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଦରକାର ବୋଲି ମଞ୍ଚସିନ ଅତିଥିମାନେ ମତ ଉପସ୍ଥାପନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୫୦ଦିବ୍ୟାଙ୍ଗ ଯୋଗଦେଇଥିବାବେଳେ ୪ ଣ ଦିବ୍ୟାଙ୍ଗ ଥିବା ନବ ଦମ୍ପତ୍ତିଙ୍କୁ ୨ଲକ୍ଷ୫୦ ଟଙ୍କା ଲେଖା ମୋଟ ୧୦ଲକ୍ଷର ଚେକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । ୨ ଜଣ ଦିବ୍ୟାଙ୍ଗଙ୍କୁ ହୁଇଲଚେୟାର ପ୍ରଦାନ କରାଯାଇଥିଲା । ୨ଜଣଙ୍କୁ ତିନି ଚକିଆ ସାଇକେଲ ପ୍ରଦାନ କରାଯାଇଥିଲା, ଜଣଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆଓମା ଗୁରୁକୁଳ ଛାତ୍ର ନୃତ୍ୟ ପରିବେଶଣ କରିବା ସହ ବିଭିନ୍ନ ଦିବ୍ୟାଙ୍ଗମାନଙ୍କ ଭିତରେ ସାଂସ୍କୃତିକ କାର୍ଯ୍ୟକ୍ରମ, କ୍ରୀଡା ପ୍ରତଯୋଗୀତା ଆଦି କରାଯାଇଥିଲା। ଶେଷରେ ଉପଖଣ୍ଡ ସାମାଜିକ ସୁରକ୍ଷା ଆଧିକାରୀ ସଶ୍ମିତା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ ନିମନ୍ତେ ଜିଲ୍ଲା ପାଇଁ ବ୍ଲକର ସମସ୍ତ ସାମାଜିକ ସୁରକ୍ଷା ବିଭାଗର କର୍ମକର୍ତ୍ତା ସହଯୋଗ କରିଥିଲେ।