ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

୧ ଜୁଲାଇରୁ ଟ୍ରେନ ଯାତ୍ରା ହେବ ମହଙ୍ଗା ! ଏସି ଓ ନନ୍‌ ଏସି ଟିକେଟର ଦାମ ବଢାଇବା ପ୍ରସ୍ତୁତିରେ ରେଲଓ୍ବେ

Published By : Harapriya Biswal | June 24, 2025 6:47 PM

ନୂଆଦିଲ୍ଲୀ,୨୪।୬: ଆପଣ ଟ୍ରେନ୍‌ରେ ଯାତ୍ରା କରନ୍ତି, ତେ‌ବେ ଆପଣଙ୍କ ପାଇଁ ବଡ଼ ଖବର। ଆଗାମୀ ମାସରୁ ରେଳ ଯାତ୍ରୀଙ୍କୁ ବଡ଼ ଝଟକା ଲାଗିପାରେ। ଭାରତୀୟ ରେଲଓ୍ବେ କୋଭିଡ୍-୧୯ ମହାମାରୀ ପରେ ପ୍ରଥମ ଥର ଯାତ୍ରୀଙ୍କ ଟ୍ରେନ୍ ଭଡା ବୃଦ୍ଧି କରିବାକୁ ଯାଉଛନ୍ତି। ଭଡାରେ ମାମୁଲି ବୃଦ୍ଧି ୧ ଜୁଲାଇ ୨୦୨୫ ରୁ ଲାଗୁ ହେବ। 

‘ଦ ଇକୋନୋମିକ୍ସ ଟାଇମ୍ସ’ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ନନ୍‌- ଏସି ମେଲ୍‌/ ଏକ୍ସପ୍ରେସ୍‌ ଟ୍ରେନ୍ ପାଇଁ ଯାତ୍ରୀଙ୍କ ଭଡାରେ ୧ ପଇସା ପ୍ରତି କିଲୋମିଟର ବୃଦ୍ଧି କରାଯିବ। ଏସି କ୍ଲାସ ପାଇଁ ଭଡାରେ ୨ ପଇସା ପ୍ରତି କିଲୋମିଟର ବୃଦ୍ଧି ହେବ। ଉଲ୍ଲେଖନୀୟ ଯେ, ୫୦୦ କିଲୋମିଟର ଯାତ୍ରା ପାଇଁ ଉପନଗରୀୟ ଟିକେଟ ଓ ସେକେଣ୍ଡ କ୍ଲାସ ଯାତ୍ରା ଭଡାରେ କୌଣସି ବୃଦ୍ଧି କରାଯାଇ ନାହିଁ। ୫୦୦ କିଲୋମିଟରରୁ ଅଧିକ ଦୂର ପାଇଁ, ବୃଦ୍ଧି ଅଧା ପଇସା ପ୍ରତି କିଲୋମିଯର ହେବ। ଏହାଛଡା ମାସିକ ସିଜିନ ଟିକେଟରେ ମଧ୍ୟ ବୃଦ୍ଧି ହେବନି। 

ଉଲ୍ଲେଖନୀୟ ଯେ, ଅନଲାଇନ୍ ତତ୍କାଳ ଟିକେଟ ସିଷ୍ଟମରେ ଦୀର୍ଘ ସମୟ ଧରି ଚାଲିଥିବା ଠକେଇକୁ ଦେଖି ନିକଟରେ ରେଲଓ୍ବେ ତତ୍କାଳ ଟିକେଟ ବୁକିଂ ପକ୍ରିୟାରେ ବଡ଼ ପରିବର୍ତ୍ତନ କରିଥିଲା। ୧ ଜୁଲାଇରୁ ତତ୍କାଳ ଟିକେଟ ବୁକିଂ ପାଇଁ ଆଧାର ସର୍କିଫିକେସନ୍ ବାଧ୍ୟତାମୂଳକ କରି ଦିଆଯାଇଛି। ୧୦ ଜୁନ୍ ୨୦୨୫ ରେ ଜାରି ଏକ ନିର୍ଦେଶ ଜରିଆରେ ରେଳ ମନ୍ତ୍ରଣାଳୟ ସବୁ ରେଲଓ୍ବେ ଜୋନ୍‌କୁ ସୂଚିତ କରିଛନ୍ତି ଯେ, ଏହି ନୂଆ ଆବଶ୍ୟକତାର ଉଦେଶ୍ୟ ଏହା ସୁନିଶ୍ଚିତ କରିବା ପରେ ତତ୍କାଳ ଯୋଜନାର ଲାଭ ଅନ୍ତିମ ଉପଯୋଗକାରୀଙ୍କୁ ଯେପରି ମିଳିପାରିବ।ଉଲ୍ଲେଖନୀୟ ଯେ, ସରକାରଙ୍କ ଏହି ନିୟମ ଅନଲାଇନ୍ ବୁକିଂ, ରିଜରଭେସନ୍ କାଉଣ୍ଟର ଓ ଏଜେଣ୍ଟଙ୍କ ଜରିଆରେ କରାଯାଉଥିବା ବୁକିଂ ଉପରେ ଲାଗୁ ହେବ। ଏହାର ଉଦେଶ୍ୟ ସାଧାରଣ ଲୋକଙ୍କୁ କନଫର୍ମ ତତ୍କାଳ ଟିକେଟ ସହଜରେ ମିଳିପାରିବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.