ନୂଆଦିଲ୍ଲୀ, ୩୦/୦୪ : ପାକିସ୍ତାନ ସହ ହୋଇଥିବା ସିନ୍ଧୁ ନଦୀ ଜଳ ଚୁକ୍ତିରୁ ଭାରତ ଦୂରେଇବା ପରେ ସିନ୍ଧୁ ଜଳ ଗଚ୍ଛିତ ରଖିବା ଲାଗି ଭାରତ ଦୁଇ ବୃହତ ଷ୍ଟୋରେଜ ବ୍ୟବସ୍ଥା ନିର୍ମାଣ କରୁଛି। ସିନ୍ଧୁ ଜଳ ଚୁକ୍ତି ଲାଗି ୧୦ ବର୍ଷ ଧରି ଥିବା ଟେକ୍ନିକାଲ କନ୍ସଲଟାଣ୍ଟ ତଥା ପୂର୍ବତନ କମିଶନର (ସିନ୍ଧୁ) ଏକେ ବଜାଜ ଏହା କହିଛନ୍ତି ।
ସେ କହିଛନ୍ତି ଯେ, ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବାର ୨ ବର୍ଷ ପୂର୍ବରୁ ଭାରତ ସରକାର ଚୁକ୍ତି ଉପରେ ପୁନଃ ଆଲୋଚନା କରିବା ଲାଗି ଏକ ରୂପରେଖ ବନାଇଥିଲେ। ସରକାର ସିନ୍ଧୁ ନଦୀ ପ୍ରଣାଳୀ ଉପରେ ପକୁଲଦୁଲ ଏବଂ ବୁର୍ସର ନାମରେ ଦୁଇଟି ନୂଆ ଜଳ ସଂରକ୍ଷଣ ପ୍ରକଳ୍ପ ଲାଗି ଜୋରସୋରରେ କାମ ଜାରି ରଖିଛନ୍ତି । ପକୁଲଦୁଲ ପ୍ରୋଜେକ୍ଟ କାମ ଦ୍ରୁତଗତିରେ ଚାଲିଥିବାବେଳେ ବୁର୍ସର ପ୍ରୋଜେକ୍ଟ ଯୋଜନା ଶେଷ ପର୍ଯ୍ୟାୟରେ ଅଛି । ଏହି ଦୁଇଟି ପ୍ରକଳ୍ପ ଶେଷ ହେବା ପରେ ଭାରତ କେବଳ ଅଧିକ ଜଳ ସଂରକ୍ଷଣ କରିବନି ବରଂ ଏହି ଜଳକୁ ରାଜସ୍ଥାନ, ପଞ୍ଜାବ, ହରିୟାଣା ଭଳି ରାଜ୍ୟକୁ ମଧ୍ୟ ପଠାଯାଇପାରିବ।
ପ୍ରକାଶଥାଉ କି, ଗତ ୨୨ ତାରିଖରେ ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ କଡ଼ା ପଦକ୍ଷେପ ସ୍ୱରୂପ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖିଛି । ୧୯୬୦ ପାକିସ୍ତାନ ଓ ଭାରତ ମଧ୍ୟରେ ଏହି ଚୁକ୍ତି ହୋଇଥିଲା । ଏହାର ଜବାବରେ ୧୯୭୨ ହୋଇଥିବା ସିମ୍ଲା ଚୁକ୍ତିକୁ ପାକିସ୍ତାନ ସ୍ଥଗିତ ରଖିଛି । ସିମ୍ଲା ଚୁକ୍ତି ସ୍ଥଗିତ ରଖିବା ଅର୍ଥ ଦୁଇ ଦେଶ ମଧ୍ୟରେ ଥିବା ନିୟନ୍ତ୍ରଣ ରେଖା ଏଲ୍ଓସିର ବୈଧତା ଶେଷ କରିବା ।
ଏହି ଖବରଟିକୁ ପଢନ୍ତୁ-ପଶ୍ଚିମରେ ଆଫଗାନିସ୍ତାନ, ଦକ୍ଷିଣରେ ବେଲୁଚିସ୍ତାନ... ଏବେ ଭାରତ ସହ ତିକ୍ତତା ପାକିସ୍ତାନ ପାଇଁ ହେବ କାଳ