ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

୫ ଚୀନ ସାମଗ୍ରୀ ଉପରେ ଆଣ୍ଟି ଡମ୍ପିଂ ଟିକସ ଲଗାଇଲା ଭାରତ, ଘରୋଇ ଶିଳ୍ପକୁ ମିଳିବ ଫାଇଦା

Published By : Prameya | March 24, 2025 11:07 AM

ନୂଆଦିଲ୍ଲୀ,୨୪/୦୩: ଚୀନର ୫ ସାମଗ୍ରୀ ଉପରେ ଭାରତ ଆଣ୍ଟି ଡମ୍ପିଂ ଟିକସ ଲାଗୁ କରିଛି । ଅପେକ୍ଷାକୃତ ଶସ୍ତା ମୂଲ୍ୟରେ ପଡ଼ୋଶୀ ଦେଶରୁ ସାମଗ୍ରୀ ଆମଦାନି ହେଉଥିବାରୁ ଏହା ଦ୍ୱାରା ଘରୋଇ ବଜାରର ଶିଳ୍ପ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଉପୁଜିଛି । ଏହାକୁ  ନଜରରେ ରଖି କେନ୍ଦ୍ର ସରକାର  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।  

ସଫ୍ଟ ଫେରାଇଟି କୋରସ୍‌, ଭାକ୍ୟୁମ୍‌ ଇନ୍‌ସୁଲେଟେଡ୍‌ ଫ୍ଲାସ୍କ, ଆଲୁମିନିୟମ  ଫଏଲ୍‌, ଟ୍ରାଇକ୍ଲୋରୋ ଆଇସୋସିନ୍‌ରିକ  ଏସିଡ୍‌, ପଲି ଭିନିଲ୍‌ କ୍ଲୋରାଇଡ  ପେଷ୍ଟ ରେଜିନ ଭଳି ସାମଗ୍ରୀ ଉପରେ  ଏହି ନୂଆ ଟିକସ ଲାଗୁ ହେବ । ସଫ୍ଟ ଫେରାଇଟି କୋରସ,  ଭାକ୍ୟୁମ ଇନ୍‌ସୁଲେଟେଡ୍‌ ଫ୍ଲାସ୍କ ଏବଂ  ଟ୍ରାଇକ୍ଲୋରୋ ଆଇସୋସିନରିକ ଏସିଡ୍‌  ଉପରେ ୫ ବର୍ଷ ଲାଗି ଟିକସ ଲାଗୁ  ହେବ ବୋଲି କେନ୍ଦ୍ରୀୟ ପରୋକ୍ଷ ଏବଂ  ସୀମା ଶୁଳ୍କ ବୋର୍ଡ ପକ୍ଷରୁ ସୂଚନା  ମିଳିଛି । ୬ ମାସ ଲାଗି ଆଲୁମିନିୟମ  ଫଏଲ ଉପରେ ଟନ୍‌ ପିଛା ୮୭୩  ଡଲାର ଆଣ୍ଟି ଡମ୍ପିଂ ଟିକସ ଲାଗୁ ହେବ ।  ଚୀନ ଏବଂ ଜାପାନରୁ ଏସିଡ୍‌ ଆମଦାନି  ଉପରେ ଟନ୍‌ ପିଛା ୨୭୭ ଡଲାରରୁ  ୯୮୬ ଡଲାର ଟିକସ ଲାଗୁ ହେବ ।  

ଇ-ଯାନ, ଚାର୍ଜର ଏବଂ ଟେଲିକମ  ଡିଭାଇସରେ ବ୍ୟବହାର ହେଉଥିବା  ସଫ୍ଟ ଫେରାଇଟି କୋରସ୍‌ ଉପରେ  ୩୫% ଯାଏ ଟିକସ ଲାଗିବ । ଭାକ୍ୟୁମ ଇନ୍‌ସୁଲେଟେଡ ଫ୍ଲାସ୍କ ଉପରେ ଟନ୍‌  ପିଛା ୧୭୩୨ ଡଲାର ଟିକସ ଲାଗୁ  ନେଇ ଘୋଷଣା କରାଯାଇଛି । ପଲି  ଭିନିଲ ଉପରେ ଟନ୍‌ ପିଛା ୮୯  ଡଲାରରୁ ୭୦୭ ଡଲାର ଆଣ୍ଟିଂ  ଡମ୍ପିଂ ଟିକସ ଲାଗୁ ହେବ । ଚୀନ,  କୋରିଆ, ମାଲେସିଆ, ନରେୱ,  ତାଇୱାନ ଏବଂ ଥାଇଲ୍ୟାଣ୍ଡ ଭଳି  ଦେଶରୁ ହେଉଥିବା ଏହି ବର୍ଗର  ଉତ୍ପାଦ ଉପରେ ୫ ବର୍ଷ ଲାଗି ଆଣ୍ଟି  ଡମ୍ପିଂ ଟିକସ ଲାଗୁ କରିଛି ଭାରତ ।  ଡିଜିଟିଆର୍‌ ତଦନ୍ତ ପରେ କେନ୍ଦ୍ର  ସରକାର ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରିଛନ୍ତି । ଚୀନ ଭାରତର ଦ୍ୱିତୀୟ  ବୃହତ ବାଣିଜ୍ୟିକ ସହଯୋଗୀ ।

କେନ୍ଦ୍ର ଆଣିବ ଏକକ ନିଯୁକ୍ତି ପୋର୍ଟାଲ,ଏହା କାର୍ଯ୍ୟକ୍ଷମ ହେଲେ ଆଶାୟୀଙ୍କ ସମୟ ଏବଂ ଶକ୍ତି ଅପଚୟକୁ ରୋକିବ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.