ପ୍ରମୂଖ ଖବର
  • ଖୋଲିଲା ମା’ ମଝିଘରିଆଣୀ ମନ୍ଦିରର ହୁଣ୍ଡି, କଡ଼ା ସୁରକ୍ଷାରେ ଚାଲିଛି ଟଙ୍କା ଗଣତି
  • ||
  • କଳସ ଶୋଭାଯାତ୍ରା ବେଳେ ମାଡିଆସିଲ ଟ୍ରକ୍, ୩୦ରୁ ଅଧିକ ମହିଳା ଆହତ
  • ||
  • ଗଞ୍ଜାମ: ପିକଅପ୍ ଭ୍ୟାନ୍ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଅନଗୁଳ ପୋକତୁଙ୍ଗା ରଗଡି ସାହିରେ ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ
  • ||
  • କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ବେଳେ ଦୁଇ ଟିମ୍ ମଧ୍ୟରେ ଗଣ୍ଡଗୋଳ, ପଡିଆରେ ବୁଲିଥିଲା ବ୍ୟାଟ୍, ଓ୍ୱିକେଟ୍‌
  • ||
  • ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ ଚାଲିଛି ଡଲଫିନ୍ ଗଣନା, ୯ଟି ଟିମ୍ ନିୟୋଜିତ
  • ||
  • ମହିଳା ହକି ଇଣ୍ଡିଆ ଲିଗ, ଓଡ଼ିଶା ୱାରିଅର୍ସ ଚାମ୍ପିଅନ୍, ୨-୧ ଗୋଲରେ ସୁରମାକୁ ହରାଇ ହାତେଇଲା ପ୍ରଥମ ଟ୍ରଫି
  • ||
  • ଆସନ୍ତା ୩ ଦିନ ଘନ କୁହୁଡ଼ି କରିବ କଲବଲ, ଆଜି ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ; ୫ ଦିନ ଶୁଖିଲା ପାଗ
  • ||

୭୬ତମ ସାଧାରଣତନ୍ତ୍ର ଦିବସ ପାଳୁଛି ଦେଶ, କର୍ତ୍ତବ୍ୟ ପଥରେ ବିଶ୍ବ ଦେଖିବ ଭାରତର ଶକ୍ତି

Published By : Ankita S | January 26, 2025 7:33 AM

ନୂଆଦିଲ୍ଲୀ,୨୬/୦୧: ବିଶ୍ବର ସବୁଠୁ ବଡ ଗଣତନ୍ତ୍ର ଦେଶ ଭାରତ । ଆଜି ଦେଶ ୭୬ତମ ଗଣତନ୍ତ୍ର ଦିବସ ପାଳନ କରୁଛି । ଉଡୁଛି ତ୍ରିରଙ୍ଗା ବଖାଣୁଛି ଶୌର୍ଯ୍ୟର ଗାଧା । ପବନ ସୁଅରେ ଭାସି ଆସୁଛି ବନ୍ଦେ ମାତରମ୍ ଜୟ ହିନ୍ଦ ଧ୍ବନୀ । ଏହି ଦିନକୁ ନେଇ ସବୁଠି ଆନନ୍ଦ, ଉତ୍ସାହ ଓ ଉଲ୍ଲାସ । ଏହି ଅବସରରେ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଭାରତ ତାର ଶକ୍ତି ପ୍ରଦର୍ଶନ କରିବ । ଏହି ସାଧାରଣତନ୍ତ୍ର ଦିବସ ସମାରୋହରେ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋୱୋ ସୁବିଆଣ୍ଟୋ ମୁଖ୍ୟ ଆତିଥି ଭାବେ ଯୋଗ ଦେବେ । କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୂର୍ବାହ୍ନ ୧୦ଟା ୩୦ରେ ପରେଡ ଆରମ୍ଭ ହେବ । ପାଖାପାଖି ୯୦ ମିନିଟ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ ।

ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମ- ୭୬ତମ ସାଧାରଣତନ୍ତ୍ର ଦିବସକୁ ନେଇ ଉତ୍ସବ ମୁଖର ଦେଶ । ଦିଲ୍ଲୀ କର୍ତ୍ତବ୍ୟପଥରେ ଚିତାକର୍ଷକ ମିଳିତ ପରେଡ ଅନୁଷ୍ଠିତ ହେବ । ଶକ୍ତି ଶୌର୍ଯ୍ୟ ଓ ସଂସ୍କୃତି ପ୍ରଦର୍ଶନ କରିବ ଭାରତ । ଚଳିତ ବର୍ଷ ପରେଡର ଥିମ୍ ' ସ୍ବର୍ଣ୍ଣିମ ଭାରତ : ବିରାସତ ଓ ବିକାଶ । ଦିଲ୍ଲୀ କର୍ତ୍ତବ୍ୟ ପଥ ଉପରେ ଦେଶବାସୀଙ୍କ ନଜର ରହିଛି । ଆଉ କିଛି ସମୟ ପରେ କର୍ତ୍ତବ୍ୟପଥରେ ରିପବ୍ଲିକ ଡେ ପରେଡ । ଏ ନେଇ ଦିଲ୍ଲୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ ସେନାର ମିଳିତ ପରେଡ ଅଭିବାଦନ ଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବହୁ ମାନ୍ୟଗଣ୍ୟ ଅତିଥି ଉପସ୍ଥିତ । ବିଭିନ୍ନ ମାର୍ଚ୍ଚିଂ କଣ୍ଟିନଜେଣ୍ଟର ପରେଡ ସହ ଆକାଶରେ ରାଫେଲ ଓ ସୁଖୋଇ ଭଳି ଲଢୁଆ ଯୁଦ୍ଧ ବିମାନ ଚିତାକର୍ଷକ ଶକ୍ତି ପ୍ରଦର୍ଶନ କରିବେ । କର୍ତ୍ତବ୍ୟ ପଥ ଆକାଶରେ ଶକ୍ତି ଦେଖାଇବେ ବାୟୁବୀର । ଗଢିବ ଟ୍ୟାଙ୍କ ଓ ମିଜାଇର ।

କର୍ତ୍ତବ୍ୟପଥରେ ଗଢିବ ଅତ୍ୟାଧୁନିକ ସେନା ଗାଡି 'ନନ୍ଦିଘୋଷ' । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ନାମିତ ଏହି ସେନାଗାଡିର କମାଣ୍ଡର ଦାୟିତ୍ବ ତୁଲାଇବେ ମେଜର ରାଧିକା ସେନ । ଏଥର ପରେଡରେ ୧୬ ରାଜ୍ୟ ଓ ୧୦ ମନ୍ତ୍ରଣାଳୟର ୩୧ଟି ପ୍ରଜ୍ଞାପନ ମେଢ ପ୍ରଦର୍ଶନ ହେବ । ୪୫ ପ୍ରକାର ଲୋକନୃତ୍ୟ ପରିବଶେଣ କରିବେ ୫ହାଜର କଳାକର । ଏ ନେଇ ଦିଲ୍ଲୀରେ ଅଭେଦ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏ ନେଇ ୭୦ କମ୍ପାନୀ, ଅର୍ଦ୍ଧସାମରିକ ବଳ ଓ ୧୫ ହଜାର ପୋଲିସ କର୍ମୀ ଦିଲ୍ଲୀକୁ ଜଗିଛନ୍ତି । ୧୦ ହଜାର ସ୍ବତନ୍ତ୍ର ଅତିଥି ଯୋଗ ଦେବେ । ୩ ହଜାର କଳାକାର ବାଦ୍ୟ ଯନ୍ତ୍ର ସହ 'ସାରେ ଜାହାଁ ସେ ଅଚ୍ଛା' ସଙ୍ଗୀତରେ ନୃତ୍ୟ ପ୍ରଦର୍ଶନ କରିବେ ।

ଏହା ବି ପଢନ୍ତୁ...ଭାରତ ଗଣତାନ୍ତ୍ରିକ ମୂଲ୍ୟର ପ୍ରତିବିମ୍ବ,ବାବା ସାହେବ ଦେଇଛନ୍ତି ମଜବୁତ ସମ୍ବିଧାନ: ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଦେଶକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ

୨୬ ଜାନୁଆରୀ ଦେଶ ଇତିହାସରେ ବହୁତ ଗୁରୁତ୍ବପୂର୍ଣ୍ଣ । ଏହି ଦିନ ଭାରତକୁ ତାର ସମ୍ବିଧାନ ମିଳିଥିଲା । ୧୯୫୦ ମସିହା ଆଜିର ଦିନରେ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଭାରତ ଏକ ଗଣତାନ୍ତ୍ରିକ ଦେଶ ହୋଇଥିଲା । ଗଣତନ୍ତ୍ର 'ଲୋକଙ୍କ ପାଇଁ', 'ଲୋକଙ୍କର' ଓ 'ଲୋକଙ୍କ ପାଇଁ' ।  ୧୯୫୦ରୁ ପ୍ରତିବର୍ଷ ଜାନୁଆରୀ ୨୬ ତାରିଖକୁ ସାଧାରଣତନ୍ତ୍ର ବା ଗଣତନ୍ତ୍ର ଦିବସ ଭାବେ ପାଳନ କରାଯାଉଛି । ଚଳିତ ବର୍ଷ ୭୬ତମ ଗଣତନ୍ତ୍ର ଦିବସ ପାଳନ କରୁଛି ଭାରତ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.