ପ୍ରମୂଖ ଖବର
  • ବୌଦ୍ଧ ଥାନା ୫୭ ନଂ ଜାତୀୟ ରାଜପଥ ଖଜୁରୀପଡା ଠାରେ ଦୁର୍ଘଟଣା, ବୋଲେରୋ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ୭ ଆହତ
  • ||
  • ଆଜି ପହିଲି ରଜ; ସବୁଠି ଉତ୍ସାହ, ପୋଡ଼ପିଠା ବାସ୍ନାରେ ମହକୁଛି ଗାଁଠୁ ସହର
  • ||
  • ରଜକୁ ଭିଜାଇବ ବର୍ଷା: ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ ଜାରି
  • ||

ମୁଖ୍ୟମନ୍ତ୍ରୀଙ୍କ ରଜ ଭେଟି, ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀମାନଙ୍କର ବଢ଼ିଲା ଭତ୍ତା

Published By : Rasmita Pradhan | June 13, 2025 2:03 PM

ଭୁବନେଶ୍ୱର, ୧୩/୬ : ମୁଖ୍ୟମନ୍ତ୍ରୀଙ୍କ ରଜ ଭେଟି। ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀମାନଙ୍କର ବଢିଲା ଭତ୍ତା।ଗୃହରକ୍ଷୀମାନଙ୍କ ଡ୍ୟୁଟି କଲ୍-ଅପ୍ ଭତ୍ତା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ନିଷ୍ପତ୍ତି ଅନୁଯାୟୀ ଦୈନିକ ଡ୍ୟୁଟି କଲ୍-ଅପ୍ ଭତ୍ତା ୬୧୨ ଟଙ୍କାରୁ ୬୨୩ ଟଙ୍କାକୁ ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ଭତ୍ତା ପରିମାଣ ପିଛିଲା ଭାବେ ୨୦୨୫ ଜାନୁଆରୀ ପହିଲାରୁ ଲାଗୁହେବ।

ସେହିପରି ମୁଖ୍ୟମନ୍ତ୍ରୀ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀ (Civil Defence Volunteer) ମାନଙ୍କ ଦୈନିକ ଭତ୍ତା ପରିମାଣ ବୃଦ୍ଧି କରିଛନ୍ତି। ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀମାନଙ୍କର ଦୈନିକ ଡ୍ୟୁଟି ଭତ୍ତା ପରିମାଣ ୩୧ ଟଙ୍କାରୁ ୧୫୦ ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ ଦୈନିକ ଟ୍ରେନିଂ ଭତ୍ତା ପରିମାଣ ୨୮ ଟଙ୍କାରୁ ୧୪୦ ଟଙ୍କାକୁ ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ଭତ୍ତା ପରିମାଣ ପିଛିଲା ଭାବେ ୨୦୨୫ ମେ ପହିଲାଠାରୁ ଲାଗୁ ହେବ।

ଓଡ଼ିଶାରେ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀଙ୍କ ସଂଖ୍ୟା ୭୦୦ରୁ କମ୍ ଅଛି। ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟରେ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀ ମାନଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.