ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

IMDର ଆକଳନ : ଏଥର ରାଜ୍ୟରେ ହେବ ଭଲ ବର୍ଷା, ଦକ୍ଷିଣ ଓଡ଼ିଶାରେ ବେଶି

Published By : Rasmita Pradhan | April 16, 2025 7:58 AM

ନୂଆଦିଲ୍ଲୀ, ଭୁବନେଶ୍ୱର, ୧୬/୦୪ : ଏଥର କୃପା ବର୍ଷା କରିବ ମୌସୁମୀ । ଦେଶରେ ସ୍ୱାଭାବିକଠାରୁ ଅଧିକ ମୌସୁମୀ ବର୍ଷା ହୋଇପାରେ । ଓଡ଼ିଶାରେ ବି ଭଲ ବର୍ଷା ହେବ । ଦକ୍ଷିଣ ଓଡ଼ିଶାର ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଗଜପତି ଜିଲ୍ଲା ସମେତ କଳାହାଣ୍ଡି ଓ ନୂଆପଡ଼ାର କିଛି ସ୍ଥାନରେ ଅଧିକ ବର୍ଷା ସମ୍ଭାବନା ଅଛି । ଗତବର୍ଷ ଭଳି ଏଥର ବି ଠିକ୍‌ ସମୟରେ ମୌସୁମୀ ଆସିପାରେ । ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ଏମିତି ପୂର୍ବାନୁମାନ କରିଛି । ଜୁନ୍‌ରୁ ସେପ୍ଟେମ୍ବର ଯାଏ ମୌସୁମୀ ବର୍ଷାକୁ ନେଇ ଦୀର୍ଘକାଳୀନ ପୂର୍ବାନୁମାନ କରିଛି ଆଇଏମ୍‌ଡି । ଆକଳନ କରିଛି, ଏଥର ମୌସୁମୀ ଋତୁରେ ଭଲ ବର୍ଷା ହେବ । ରାଜ୍ୟର କିଛି ସ୍ଥାନକୁ ଛାଡ଼ି ଦେଲେ ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ଅଛି । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ୱାଭାବିକଠାରୁ ଅଧିକ ବର୍ଷିପାରେ ମୌସୁମୀ । ଉତ୍ତର ଓ ଉପକୂଳ ଓଡ଼ିଶାରେ ମଧ୍ୟ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ଅଛି । ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସ୍ୱାଭାବିକଠାରୁ କମ୍‌ ବର୍ଷା ହେବାର ସମ୍ଭାବନା ରହିଛି । ଭଦ୍ରକ, ଅନୁଗୁଳ ଓ ସମ୍ବଲପୁର ଜିଲ୍ଲାରେ କମ୍‌ ବର୍ଷା ହୋଇପାରେ । 

ଗତବର୍ଷ ରାଜ୍ୟରେ ମୌସୁମୀ ବର୍ଷା ପରିମାଣ ପ୍ରାୟତଃ ସ୍ୱାଭାବିକ ଥିଲା । ଗତବର୍ଷ ମୌସୁମୀ ଆଗୁଆ(ଜୁନ୍‌-୮ରେ) ଆସିଥଲା ବୋଲି ପାଣିପାଗ ବିଭାଗ ଦାବି କରିଥିଲା । କିନ୍ତୁ ଆରମ୍ଭରୁ ବିଶେଷ ବର୍ଷା ହେଲାନି । ପ୍ରଭାବିତ ହେଲା ଚାଷ । ଜୁନ୍‌ ଚତୁର୍ଥ ସପ୍ତାହ ବେଳକୁ ବର୍ଷା ହେଲା । ମୋଟାମୋଟି ଜୁନ୍‌ ମାସରେ ଯେତିକି ବର୍ଷା ହେବା କଥା, ତା’ଠାରୁ ୨୭% ନିଅଣ୍ଟିଆ ଥିଲା । ମାତ୍ର ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବରରେ ଭଲ ବର୍ଷା ଯୋଗୁ ନିଅଣ୍ଟିଆ ସ୍ଥିତି ଦୂର ହେଲା । ମୌସୁମୀ ଋତୁରେ (ଜୁନ-ସେପ୍ଟେମ୍ବର) ମୋଟ ସ୍ୱାଭାବିକ ବର୍ଷା ପରିମାଣ ୧୧୫୦ ମିମି । ଗତବର୍ଷ ହୋଇଥିଲା ୧୦୯୨ ମିମି ବର୍ଷା । ଯଦିଓ ମାତ୍ର ୫% କମ୍‌ଥିଲେ ମଧ୍ୟ ତାହାକୁ ସ୍ୱାଭାବିକ ଧରାଯିବ । ମାଲକାନଗିରିରେ ସ୍ୱାଭାବିକଠାରୁ ୫୬% ଅଧିକ ବର୍ଷା ହୋଇଥିଲା । ନୂଆପଡ଼ାରେ ୨୩% ଅଧିକ ବର୍ଷିଥିଲା । ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର ଓ ଭଦ୍ରକରେ ସ୍ୱାଭାବିକଠାରୁ କମ୍‌ ବର୍ଷା ହୋଇଥିଲା । ଜୁଲାଇରେ ସ୍ୱାଭାବିକ ବର୍ଷା ହେଲା । ଅଗଷ୍ଟରେ ମାତ୍ର ୮ ଧ କମ୍‌ ବର୍ଷା ହୋଇଥିଲା । ଡିସେମ୍ବର ମାସରେ ଅଦିନିଆ ବର୍ଷା ଯୋଗୁ ଫସଲ କ୍ଷୟକ୍ଷତି ହୋଇଥିଲା । 

ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଏଥର ଠିକ୍‌ ସମୟରେ ରାଜ୍ୟକୁ ମୌସୁମୀ ଆସିବ । ମେ ମାସରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ । ଜୁଲାଇ ୧୫ରୁ ଅଗଷ୍ଟ ୧୫ ଯାଏ ବର୍ଷା ସାମାନ୍ୟ କମିପାରେ । କିନ୍ତୁ ମୋଟାମୋଟି ବର୍ଷା ପ୍ରାୟତଃ ସ୍ୱାଭାବିକ ରହିବ । ମୌସୁମୀ ପ୍ରତ୍ୟାହାର ପରେ ବି ଅକ୍ଟୋବରରେ ଭଲ ବର୍ଷା ସମ୍ଭାବନା ଅଛି । ଆଇଏମ୍‌ଡିର ଏଭଳି ଆକଳନ ଚାଷୀକୂଳ ପାଇଁ ଆଶା ସୃଷ୍ଟି କରିଛି । ଆଇଏମ୍‌ଡି ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଜୁନ୍‌ରୁ ସେପ୍ଟେମ୍ବର ଯାଏ ଦେଶରେ ୧୦୫ ପ୍ରତିଶତ ଅର୍ଥାତ ୮୭ ସେମି ବର୍ଷା ହେବା ସମ୍ଭାବନା ରହିଛି । ଅବଶ୍ୟ ଏଥିରେ ୫ ପ୍ରତିଶତ କମ୍‌-ବେଶୀ ହୋଇପାରେ । ଏହି ୪ ମାସର ବର୍ଷା ଋତୁରେ ହାରାହାରି ୮୬୮.୬ ମିଲିମିଟର ବା ୮୬.୮୬ ସେମି ବର୍ଷା ହୋଇଥାଏ । ଏହାକୁ ସ୍ୱାଭାବିକ ବର୍ଷା ବୋଲି କୁହାଯାଏ । ଏହାଠାରୁ ଅଧିକକୁ ସ୍ୱାଭାବିକ ଠାରୁ ଅଧିକ ଭାବେ ଗ୍ରହଣ କରାଯାଏ । 

ଚଳିତବର୍ଷ ବର୍ଷାଋତୁରେ ଦେଶର ଅଧିକାଂଶ ଭାଗରେ ଭଲ ବର୍ଷା ସମ୍ଭାବନା ଅଛି ।  ଏଲ୍‌-ନିନୋ ଏବଂ ଆଇଓଡି (ଇଣ୍ଡିଆନ ଓସେନ ଡାଇପୋଲ) ଭଳି ଜଳବାୟୁ କାରକ ବର୍ତ୍ତମାନ ଅସ୍ପଷ୍ଟ ରହିଛି । ଅସ୍ପଷ୍ଟ ଅବସ୍ଥାରେ ରହିବା ଅର୍ଥ ଭଲ ବର୍ଷାର ସଙ୍କେତ । ଓଡ଼ିଶା ସମେତ ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଛତିଶଗଡ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗର କିଛି ଅଞ୍ଚଳ ଓ ଏହା ସଂଲଗ୍ନ ତେଲଙ୍ଗାନାର କିଛି ଅଞ୍ଚଳରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇପାରେ । ତେବେ ବିହାର, ଜମ୍ମୁ-କାଶ୍ମୀର, ଲଦାଖ, ତାମିଲନାଡୁ ଓ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର କିଛି ଅଞ୍ଚଳରେ ସ୍ୱାଭାବିକ ଠାରୁ ସାମାନ୍ୟ କମ୍‌ ବର୍ଷା ହେବ ବୋଲି ଆଇଏମ୍‌ଡି ଆକଳନ କରିଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସାଧାରଣତଃ ଜୁନ ୧ ବେଳକୁ କେରଳ ଉପକୂଳ ଛୁଇଁଥାଏ । ଅଧିକାଂଶ ରାଜ୍ୟକୁ ଜୁନ ୧୫ରୁ ୨୫ ତାରିଖ ମଧ୍ୟରେ ମୌସୁମୀ ପ୍ରବେଶ କରେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.