ନୂଆଦିଲ୍ଲୀ : ଆକ୍ସନ ମୁଡରେ ଇସ୍ରାଏଲର ସେନା। ଲେବାନନରେ ସ୍ଥଳ ଓ ଆକାଶ ମାର୍ଗରୁ ହମଲା କରି ଗୋଟି ଗୋଟି କରି ହିଜବୁଲ୍ଲାର ଅନେକ ଲିଡରଙ୍କୁ ନିପାତ କରି ଦେଇଛି। ଏବେ ଇସ୍ରାଏଲୀୟ ସେନା ଦାବି କରିଛି ଯେ, ହିଜବୁଲ୍ଲାର ଟପ୍ କମାଣ୍ଡର ଅବୁ ଅଲୀ ରିଦାଙ୍କୁ ମଧ୍ୟ ମାରି ଦେଇଛି। କୁହାଯାଉ ଥିଲା କି, ନସରୁଲ୍ଲାଙ୍କ ମୃତ୍ୟୁ ପରେ ଅବୁ ଅଲୀ ରିଦା ହିଜବୁଲ୍ଲାକୁ ସମ୍ଭାଳିବାରେ ବଡ଼ ଭୂମିକା ନିର୍ବାହ କରିଥିଲେ। ଇସ୍ରାଏଲୀୟ ସେନା ବିରୋଧରେ ରକେଟ୍ ଓ ଆଣ୍ଟି ଟ୍ୟାଙ୍କ ମିସାଇଲ ମାଡ଼ କରିବା କାମର ନିରୀକ୍ଷଣ ଅବୁ ଅଲୀ ରିଦା ହିଁ କରୁଥିଲେ।
ସୂଚନା ମୁତାବିକ, ଦକ୍ଷିଣୀ ଲେବାନନର ବାରାଚିଟ୍ରେ ତାଙ୍କୁ ଏକ ଏୟାର ଷ୍ଟ୍ରାଇକ୍ରେ ମାରି ଦିଆ ଯାଇଛି। ଅବୁ ଅଲୀ ରିଦା ହିଜବୁଲ୍ଲାର ଗତିବିଧିର ଅନୁଧ୍ୟାନ କରୁଥିଲେ ଏବଂ ମିସାଇଲ ହମଲାର ଦେଖାଶୁଣା କରୁଥିଲେ। ଇସ୍ରାଏଲ ହିଜବୁଲ୍ଲାର ଅନେକ କମାଣ୍ଡର ଓ ନେତାଙ୍କୁ ମାରି ଦେଇଛି।
କହି ରଖୁଛୁ କି , ହମାସ ସହ ଯୁଦ୍ଧ ବେଳେ ଯେବେ ହିଜୁବୁଲ୍ଲା ଇସ୍ରାଏଲ ଉପରେ ଆକ୍ରମଣ ଆରମ୍ଭ କଲା, ପ୍ରଥମେ ଇସ୍ରାଏଲ ସେନା ଏୟାର ଷ୍ଟ୍ରାଇକ୍ ଓ ଏହାପରେ ସ୍ଥଳ ସେନା ମଧ୍ୟ ଜାରି କରିଥିଲା। ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ମଧ୍ୟ ଲେବାନନ ସୀମାରେ ପହଞ୍ଚି ଥିଲେ। ସେ ଏବେ ଆଉ ଯେମିତି କ୍ଷମା କରିବାର ମୁଡ୍ରେ ଦେଖା ଯାଇ ନାହାନ୍ତି। ଆମେରିକା , ଇଜିପ୍ଟ ସମେତ ଅନେକ ଦେଶର ଶାନ୍ତି ଅପିଲକୁ ସେ ଖାରଜ କରି ଦେଇ ସାରିଛନ୍ତି। ସେ କହିଛନ୍ତି, ହିଜବୁଲ୍ଲାକୁ ଧ୍ୱଂସବିଧ୍ୱଂସ କରି ଦିଆଯିବ। ଏବେସୁଦ୍ଧା ହିଜବୁଲ୍ଲାର ୧୭ରୁ ଅଧିକ ନେତାଙ୍କୁ ମାରି ଦିଆଯାଇଛି।
ଇସ୍ରାଏଲ ହମଲାରେ ମରି ଥିବା ହିଜବୁଲ୍ଲାର କମାଣ୍ଡର ଓ ନେତାଙ୍କ ନାଁ ଇବ୍ରାହିମ୍ କାବିସି , ଇବ୍ରାହିମ୍ ଅକିଲ , ଫାଉଦ୍ ଶୁକ୍ର , ଅଲି କରାକୀ , ଅଲ ତବିଲ, ଅବୁ ହସନ ସମିର, ମହମ୍ମଦ ହୁସୈନ, ସାମୀ ତଲେବ ଓ ମହମ୍ମଦ ନାସିର। ଏହି ତାଲିକାରେ ଏବେ ଅବୁ ଅଲି ରିଦାଙ୍କ ମଧ୍ୟ ନାଁ ଯୋଡ଼ି ହୋଇ ଯାଇଛି। ଅବୁ ଅଲୀ ରିଦା ବଦର ୟୁନିଟର କମାଣ୍ଡର ଥିଲେ। ସେ ଲିଟାନୀ ନଦୀର ଉତ୍ତରରେ ସିଡୋନ ସହର କ୍ଷେତ୍ରରେ ହିଜବୁୁଲ୍ଲାର କାମ କରୁ ଥିଲେ। କୁହାଯାଉଛି ଯେ ହିଜବୁଲ୍ଲାର ଏକମାତ୍ର କମାଣ୍ଡର ହିଁ ବଞ୍ଚି ଥିଲା।