ପ୍ରମୂଖ ଖବର
  • ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପାରଳାଖେମୁଣ୍ଡି ସିଡିଏମଓ କାର୍ଯ୍ୟାଳୟର କିରାଣି, ପିଅନ
  • ||
  • ୭ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ, ରାଜ୍ୟରେ ଖୋଲିବ ଆଉ ୭ ନର୍ସିଂ କଲେଜ
  • ||
  • ୬୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମୁନିଗୁଡ଼ା ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀ, ଏକକାଳୀନ ୨ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • କଟକ : କେନାଲରେ ଗାଧୋଇବା ବେଳେ ଅଘଟଣ; ନବମ ଶ୍ରେଣୀ ଛାତ୍ରୀ ନିଖୋଜ
  • ||
  • ଇଡ଼ି ଅଫିସ୍‌ରେ ହାଜର ହେଲେ ପୂର୍ବତନ କ୍ରିକେଟର ସୁରେଶ ରାଇନା, ବେଟିଂ ଆପ୍‌ ମାମଲାରେ ହୋଇଥିଲା ସମନ୍
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୧୫ ତାରିଖ ଯାଏଁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଷ୍ଟପବୋର୍ଡରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ରାୟଗଡ଼ା : ଭାରସାମ୍ୟ ହରାଇ ଓଲଟିଲା OSRTC ବସ୍‌, ୧୫ ଆହତ
  • ||
  • ବିଶ୍ୱ ଅଙ୍ଗଦାନ ଦିବସ : ଓଡ଼ିଶାରେ ହେଲାଣି ୨ ହଜାର କିଡ୍‌ନୀ ପ୍ରତିରୋପଣ
  • ||
  • ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା, ପରିକ୍ରମା କାନ୍ଥରେ ଧମକପୂର୍ଣ୍ଣ ମେସେଜ୍, ଆତଙ୍କବାଦୀ ଆକ୍ରମଣ ନେଇ ବଢିଲା ଆଶଙ୍କା
  • ||
  • ରାଜସ୍ଥାନ ଦୌସାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୦ ମୃତ
  • ||

ICICI ବ୍ୟାଙ୍କ ଆକାଉଣ୍ଟଧାରୀଙ୍କୁ ଝଟକା, ଖାତରେ ୫୦ ହଜାର ସର୍ବନିମ୍ନ ବାଲାନ୍ସ ନଥିଲେ କଟିବ ଫାଇନ୍

Published By : Manoj | August 10, 2025 2:41 PM

ନୂଆଦିଲ୍ଲୀ,୧୦/୦୮: ମେଟ୍ରୋ ଓ  ସହରାଞ୍ଚଳରେ ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କୁ ନିଜ ଆକାଉଣ୍ଟରେ ୫୦ ହଜାର ସର୍ବନିମ୍ନ ବାଲାନ୍ସ ରଖିବା ଜରୁରି । ଏହାଠାରୁ ବାଲାନ୍ସ କମିଲେ ଜରିମାନା ଦେବାକୁ ପଡ଼ିବ । ଅଗଷ୍ଟ ପହିଲାଠାରୁ ଖୋଲିଥିବା ନୂଆ ଖାତା ଗୁଡ଼ିକ କ୍ଷେତ୍ରରେ ଏହା ଲାଗୁ ହେବ । ବ୍ୟାଙ୍କ ଖାତାରେ ସର୍ବନିମ୍ନ ବାଲାନ୍ସ ରଖିବା ନିୟମ ସହର, ଗ୍ରାମାଞ୍ଚଳ ଏବଂ ମେଟ୍ରୋ ସହର ଗୁଡ଼ିକ ଲାଗି ଭିନ୍ନ ରହିଛି । ମେଟ୍ରୋ ଏବଂ ସହରାଞ୍ଚଳରେ ଏହା ୫୦ ହଜାର  ରହିଛି । 

ସେହିଭଳି ଅର୍ଦ୍ଧ ସହରାଞ୍ଚଳ ଲାଗି ୨୫  ହଜାର ଏବଂ ଗ୍ରାମାଞ୍ଚଳରେ ଥିବା ଆକାଉଣ୍ଟ ଲାଗି ଏହା  ୧୦ ହଜାର ରହିଛି । ଏହା ପୂର୍ବରୁ ଏହି ୩ ବର୍ଗରେ  ସର୍ବନିମ୍ନ ବାଲାନ୍ସ ଯଥାକ୍ରମେ ୧୦ ହଜାର, ୫ ହଜାର  ଏବଂ ୨୫୦୦ ଟଙ୍କା ରହିଥିଲା । ଏହି ନିୟମ ପରିବର୍ତ୍ତନ  ସହ ଘରୋଇ ବ୍ୟାଙ୍କ ଗୁଡ଼ିକ ମଧ୍ୟରେ ମିନିମମ୍‌  ବାଲାନ୍ସ ସ୍ତର ଆଇସିଆଇସିଆଇରେ ସର୍ବାଧିକ । ୧୦  ବର୍ଷ ପରେ ଏହି ନିୟମ ପରିବର୍ତ୍ତନ କରିଛି ବ୍ୟାଙ୍କ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.