ପ୍ରମୂଖ ଖବର
  • ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପାରଳାଖେମୁଣ୍ଡି ସିଡିଏମଓ କାର୍ଯ୍ୟାଳୟର କିରାଣି, ପିଅନ
  • ||
  • ୭ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ, ରାଜ୍ୟରେ ଖୋଲିବ ଆଉ ୭ ନର୍ସିଂ କଲେଜ
  • ||
  • ୬୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମୁନିଗୁଡ଼ା ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀ, ଏକକାଳୀନ ୨ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • କଟକ : କେନାଲରେ ଗାଧୋଇବା ବେଳେ ଅଘଟଣ; ନବମ ଶ୍ରେଣୀ ଛାତ୍ରୀ ନିଖୋଜ
  • ||
  • ଇଡ଼ି ଅଫିସ୍‌ରେ ହାଜର ହେଲେ ପୂର୍ବତନ କ୍ରିକେଟର ସୁରେଶ ରାଇନା, ବେଟିଂ ଆପ୍‌ ମାମଲାରେ ହୋଇଥିଲା ସମନ୍
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୧୫ ତାରିଖ ଯାଏଁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଷ୍ଟପବୋର୍ଡରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ରାୟଗଡ଼ା : ଭାରସାମ୍ୟ ହରାଇ ଓଲଟିଲା OSRTC ବସ୍‌, ୧୫ ଆହତ
  • ||
  • ବିଶ୍ୱ ଅଙ୍ଗଦାନ ଦିବସ : ଓଡ଼ିଶାରେ ହେଲାଣି ୨ ହଜାର କିଡ୍‌ନୀ ପ୍ରତିରୋପଣ
  • ||
  • ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା, ପରିକ୍ରମା କାନ୍ଥରେ ଧମକପୂର୍ଣ୍ଣ ମେସେଜ୍, ଆତଙ୍କବାଦୀ ଆକ୍ରମଣ ନେଇ ବଢିଲା ଆଶଙ୍କା
  • ||
  • ରାଜସ୍ଥାନ ଦୌସାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୦ ମୃତ
  • ||

ଉଜ୍ଜ୍ୱଳା ହିତାଧିକାରୀଙ୍କୁ ସବସିଡି; ଏଲପିଜି ଗ୍ରାହକଙ୍କ ପାଇଁ ମଧ୍ୟ ଘୋଷଣା; ଜାଣନ୍ତୁ ମୋଦି କ୍ୟାବିନେଟର ପ୍ରମୁଖ ନିଷ୍ପତ୍ତି

Published By : Soubhagya Ranjan | August 8, 2025 6:40 PM

ନୂଆଦିଲ୍ଲୀ,୦୮/୦୮: ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ମୋଦି ସରକାରଙ୍କ କେନ୍ଦ୍ର କ୍ୟାବିନେଟ୍ ମହିଳାମାନଙ୍କୁ ଏକ ବଡ଼ ଉପହାର ଦେଇଛି। ଶୁକ୍ରବାର କେନ୍ଦ୍ର କ୍ୟାବିନେଟ୍ ବୈଠକରେ, ଏଲପିଜି ସବସିଡି ପାଇଁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ପାଇଁ ୧୨,୦୬୦ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ବୈଷୟିକ ଶିକ୍ଷା ପ୍ରତିଷ୍ଠାନ ପାଇଁ ୪୨ ହଜାର କୋଟି ମଞ୍ଜୁର:

ଏତିକିବେଳେ ଶସ୍ତା ରନ୍ଧନ ଗ୍ୟାସ ପାଇଁ ୩୦ ହଜାର କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ଏହା ବ୍ୟତୀତ, ବୈଷୟିକ ଶିକ୍ଷାନୁଷ୍ଠାନ ପାଇଁ ୪୨ ହଜାର କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ସବସିଡି ଦେବାର ଉଦ୍ଦେଶ୍ୟ ହେଉଛି ସରକାରୀ ତୈଳ କମ୍ପାନୀଗୁଡ଼ିକ ବଜାର ମୂଲ୍ୟଠାରୁ କମ୍ ମୂଲ୍ୟରେ ରନ୍ଧନ ଗ୍ୟାସ ବିକ୍ରୟ କରିବା ଦ୍ୱାରା ହେଉଥିବା କ୍ଷତିକୁ ପୂରଣ କରିବା।

ସାରା ଦେଶରେ ୧୦.୩୩ କୋଟି ପିଏମ୍‌ୟୁଓ୍ବାଇ ଯୋଗାଣ: 

ଦେଶବ୍ୟାପୀ ଗରିବ ପରିବାରର ବୟସ୍କ ମହିଳାଙ୍କୁ ମାଗଣା ଏଲପିଜି ସଂଯୋଗ ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ମେ' ୨୦୧୬ରେ ଆରମ୍ଭ କରାଯାଇଥିଲା। ୧ ଜୁଲାଇ ସୁଦ୍ଧା, ଭାରତରେ ପ୍ରାୟ ୧୦.୩୩ କୋଟି ପିଏମୟୁୱାଇ ସଂଯୋଗ ରହିଛି। "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ୨୦୨୫-୨୬ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମୟୁୱାଇ) ହିତାଧିକାରୀଙ୍କୁ ପ୍ରତି ୧୪.୨ କିଲୋଗ୍ରାମ ସିଲିଣ୍ଡର ପାଇଁ ପ୍ରତିବର୍ଷ ୯ ରିଲୋ ପର୍ଯ୍ୟନ୍ତ ୩୦୦ ଟଙ୍କା (ଏବଂ ସମାନୁପାତିକ ଭାବରେ ୫ କିଲୋଗ୍ରାମ ସିଲିଣ୍ଡର ପାଇଁ ମଧ୍ୟ) ଲକ୍ଷିତ ସବସିଡି ମଞ୍ଜୁର କରିଛନ୍ତି, ଯାହାର ବ୍ୟୟ ୧୨,୦୦୦ କୋଟି ଟଙ୍କା ବୋଲି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି। 

ଭାରତ ଏହାର ଏଲପିଜି ଆବଶ୍ୟକତାର ପ୍ରାୟ ୬୦ ପ୍ରତିଶତ ଆମଦାନୀ କରେ। କ୍ୟାବିନେଟ୍ ତାମିଲନାଡୁରେ ମାରିକନମ୍-ପୁଡୁଚେରୀ (୪୬ କିଲୋମିଟର) ରାସ୍ତାର ଚାରି ଲେନ୍ ନିର୍ମାଣକୁ ₹୨,୧୫୭ କୋଟି ଟଙ୍କାର ମୋଟ ପୁଞ୍ଜି ବ୍ୟୟରେ ଅନୁମୋଦନ କରିଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.