ପ୍ରମୂଖ ଖବର
  • ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପାରଳାଖେମୁଣ୍ଡି ସିଡିଏମଓ କାର୍ଯ୍ୟାଳୟର କିରାଣି, ପିଅନ
  • ||
  • ୭ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ, ରାଜ୍ୟରେ ଖୋଲିବ ଆଉ ୭ ନର୍ସିଂ କଲେଜ
  • ||
  • ୬୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମୁନିଗୁଡ଼ା ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀ, ଏକକାଳୀନ ୨ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • କଟକ : କେନାଲରେ ଗାଧୋଇବା ବେଳେ ଅଘଟଣ; ନବମ ଶ୍ରେଣୀ ଛାତ୍ରୀ ନିଖୋଜ
  • ||
  • ଇଡ଼ି ଅଫିସ୍‌ରେ ହାଜର ହେଲେ ପୂର୍ବତନ କ୍ରିକେଟର ସୁରେଶ ରାଇନା, ବେଟିଂ ଆପ୍‌ ମାମଲାରେ ହୋଇଥିଲା ସମନ୍
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୧୫ ତାରିଖ ଯାଏଁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଷ୍ଟପବୋର୍ଡରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ରାୟଗଡ଼ା : ଭାରସାମ୍ୟ ହରାଇ ଓଲଟିଲା OSRTC ବସ୍‌, ୧୫ ଆହତ
  • ||
  • ବିଶ୍ୱ ଅଙ୍ଗଦାନ ଦିବସ : ଓଡ଼ିଶାରେ ହେଲାଣି ୨ ହଜାର କିଡ୍‌ନୀ ପ୍ରତିରୋପଣ
  • ||
  • ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା, ପରିକ୍ରମା କାନ୍ଥରେ ଧମକପୂର୍ଣ୍ଣ ମେସେଜ୍, ଆତଙ୍କବାଦୀ ଆକ୍ରମଣ ନେଇ ବଢିଲା ଆଶଙ୍କା
  • ||
  • ରାଜସ୍ଥାନ ଦୌସାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୦ ମୃତ
  • ||

ମୋ ଜୀବନ ପ୍ରତି ବିପଦ ରହିଛି, ଆଉ ଆସି ପାରିବନି: କୋର୍ଟରେ ରାହୁଲ ଗାନ୍ଧିଙ୍କ ଆବେଦନ

Published By : Harapriya Biswal | August 13, 2025 7:00 PM

ନୂଆଦିଲ୍ଲୀ,୧୩।୮: ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି, ତାଙ୍କ ଜୀବନ ପ୍ରତି ବିପଦ ଅଛି। ମହାରାଷ୍ଟ୍ର ପୁନେର ଏକ କୋର୍ଟ ସମନ ଜାରି କରିବା ପରେ ରାହୁଲ ନିଜର ପକ୍ଷ ରଖିଛନ୍ତି। ସେ କହିଛନ୍ତି, ମୁଁ ଆଉ ଆସିପାରିବନି, କାରଣ ମୋ ଜୀବନକୁ ବିପଦ ରହିଛି। ବୀର ସାଭରକର ମାନହାନୀ କେସ୍‌ରେ ପୁନେର କୋର୍ଟ ରାହୁଲଙ୍କୁ ଉପସ୍ଥିତ ହେବାକୁ ସମନ ଜାରି କରିଥିଲେ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପୁନେର କୋର୍ଟଙ୍କୁ କହିଛନ୍ତି, ତାଙ୍କ ଜୀବନକୁ ବିପଦ ରହିଛି। କାରଣ ତାଙ୍କ ରାଜନୈତିକ ଲଢେଇ ଓ ଅଭିଯୋଗକାରୀ ସତ୍ୟକୀ ସାଭରକରଙ୍କ ପ୍ରତି ବିପଦ ଆଶଙ୍କା ରହିଛି। ତାଙ୍କ ଓକିଲ କୋର୍ଟକୁ କହିଛନ୍ତି, ଅଭିଯୋଗକାରୀଙ୍କ ସମ୍ପର୍କ ଗଡସେ ପରିବାର ସହ ରହିଛି ଓ ବିଜେପି ନେତାଙ୍କଠାରୁ ମଧ୍ୟ ତାଙ୍କୁ ଧମକ ମିଳୁଛି। ଯାହାଫଳରେ ତାଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢିଯାଇଛି।    

ବୀର ସାଭରକରଙ୍କ ଉପରେ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଦିଆଯାଇଥିବା ଏକ ବୟାନକୁ ନେଇ ତାଙ୍କ ବଂଶଧର ସତ୍ୟକି ପୁଣେରେ ଏକ ମାମଲା ଦାୟର କରିଛନ୍ତି। ଏହାର ଶୁଣାଣି ଦୀର୍ଘ ଦିନ ଧରି ଚାଲିଛି। ଏହି ମାମଲାରେ କୋର୍ଟ କଂଗ୍ରେସ ନେତାଙ୍କୁ ହାଜର ହେବାକୁ ସମନ କରିଥିଲେ। କୋର୍ଟରେ କଂଗ୍ରେସ ନେତାଙ୍କ ଓକିଲ ମିଲିନ୍ଦ ପାୱାର କହିଛନ୍ତି ଯେ, ଅଭିଯୋଗକାରୀ ସତ୍ୟକିଙ୍କ ସାଭରକର ଏବଂ ଗଡସେଙ୍କ ପରିବାର ସହିତ ସମ୍ପର୍କ ଅଛି। ସେ ତାଙ୍କ ପ୍ରଭାବର ଅପବ୍ୟବହାର କରିପାରନ୍ତି। ରାହୁଲଙ୍କ ଓକିଲ କହିଛନ୍ତି ଯେ ଉଭୟଙ୍କ ପାରିବାରିକ ପୃଷ୍ଠଭୂମି ହିଂସାତ୍ମକ ଏବଂ ଭୁଲ। ରାହୁଲଙ୍କ ଓକିଲ ବିଜେପି ନେତା ବିଟ୍ଟୁ ଏବଂ ତରବିନ୍ଦର ମାରୱାହଙ୍କ ଧମକର ଉଲ୍ଲେଖ କରିଥିଲେ। ଯେଉଁଥିରେ ସେମାନେ କହିଥିଲେ, ଯଦି ରାହୁଲ ଠିକ୍ ଆଚରଣ ନ କରନ୍ତି, ତେବେ ତାଙ୍କର ଅବସ୍ଥା ଜେ‌ଜେ ମା’ (ଇନ୍ଦିରା ଗାନ୍ଧୀ) ପରି ହେବ।

ରାହୁଲଙ୍କ ଆବେଦନ ପରେ, ପୁଣେର ଏମ୍‌ପି/ଏମ୍ଏଲଏ ସ୍ପେଶାଲ କୋର୍ଟ ପରବର୍ତ୍ତୀ ଶୁଣାଣି ତାରିଖ ସେପ୍ଟେମ୍ବର ୧୦କୁ ଧାର୍ଯ୍ୟ କରିଛନ୍ତି। ରାହୁଲ କୋର୍ଟକୁ କହିଛନ୍ତି, ମହାତ୍ମା ଗାନ୍ଧୀଙ୍କ ହତ୍ୟା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଥିଲା ଏବଂ ଏପରି ପାରିବାରିକ ଇତିହାସକୁ ଦୃଷ୍ଟିରେ ରଖି ତାଙ୍କୁ କ୍ଷତି ପହଞ୍ଚାଇବା କିମ୍ବା ମିଥ୍ୟା ଭାବରେ ଫସାଇ ଦିଆଯିବାର ଆଶଙ୍କା ରହିଛି। ପୁଣେ କୋର୍ଟରେ ଚାଲିଥିବା ଏହି ମାନହାନି ମାମଲା ରାହୁଲ ଗାନ୍ଧୀଙ୍କ ଲଣ୍ଡନ ଭାଷଣ ସହିତ ଜଡିତ। ମାର୍ଚ୍ଚ ୨୦୨୩ରେ ରାହୁଲ କହିଥିଲେ, ଭିଡି ସାଭରକର ଏକ ପୁସ୍ତକରେ ଲେଖିଛନ୍ତି ଯେ ସେ ଏବଂ ତାଙ୍କର ପାଞ୍ଚରୁ ଛଅ ଜଣ ବନ୍ଧୁ ଥରେ ଜଣେ ମୁସଲିମ ବ୍ୟକ୍ତିଙ୍କୁ ମାଡ଼ ମାରିଥିଲେ। ସେ ଏଥିରେ ଖୁସି ଥିଲେ। ଏହି ବୟାନ ପାଇଁ ରାହୁଲଙ୍କ ବିରୋଧରେ ସାତ୍ୟକି ସାଭରକର ମାନହାନି ମାମଲା ଦାୟର କରିଛନ୍ତି। ସାଭରକରଙ୍କ ଉପରେ ମନ୍ତବ୍ୟ ପାଇଁ ରାହୁଲଙ୍କ ବିରୁଦ୍ଧରେ ଅନ୍ୟ ରାଜ୍ୟରେ ମଧ୍ୟ ମାମଲା ଚାଲିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.