ପ୍ରମୂଖ ଖବର
  • ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପାରଳାଖେମୁଣ୍ଡି ସିଡିଏମଓ କାର୍ଯ୍ୟାଳୟର କିରାଣି, ପିଅନ
  • ||
  • ୭ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ, ରାଜ୍ୟରେ ଖୋଲିବ ଆଉ ୭ ନର୍ସିଂ କଲେଜ
  • ||
  • ୬୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମୁନିଗୁଡ଼ା ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀ, ଏକକାଳୀନ ୨ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • କଟକ : କେନାଲରେ ଗାଧୋଇବା ବେଳେ ଅଘଟଣ; ନବମ ଶ୍ରେଣୀ ଛାତ୍ରୀ ନିଖୋଜ
  • ||
  • ଇଡ଼ି ଅଫିସ୍‌ରେ ହାଜର ହେଲେ ପୂର୍ବତନ କ୍ରିକେଟର ସୁରେଶ ରାଇନା, ବେଟିଂ ଆପ୍‌ ମାମଲାରେ ହୋଇଥିଲା ସମନ୍
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୧୫ ତାରିଖ ଯାଏଁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଷ୍ଟପବୋର୍ଡରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ରାୟଗଡ଼ା : ଭାରସାମ୍ୟ ହରାଇ ଓଲଟିଲା OSRTC ବସ୍‌, ୧୫ ଆହତ
  • ||
  • ବିଶ୍ୱ ଅଙ୍ଗଦାନ ଦିବସ : ଓଡ଼ିଶାରେ ହେଲାଣି ୨ ହଜାର କିଡ୍‌ନୀ ପ୍ରତିରୋପଣ
  • ||
  • ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା, ପରିକ୍ରମା କାନ୍ଥରେ ଧମକପୂର୍ଣ୍ଣ ମେସେଜ୍, ଆତଙ୍କବାଦୀ ଆକ୍ରମଣ ନେଇ ବଢିଲା ଆଶଙ୍କା
  • ||
  • ରାଜସ୍ଥାନ ଦୌସାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୦ ମୃତ
  • ||

ଜଲଦି ବାୟୁ ସେନାକୁ ମିଳିବ ତେଜସ Mk1A ଫାଇଟର ଜେଟ; HALର ନାସିକ ୟୁନିଟକୁ ମିଳିଲା କ୍ଲିୟରାନ୍ସ

Published By : Bijay Swain | August 13, 2025 6:05 PM

ନୂଆଦିଲ୍ଲୀ: ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (HAL) ର ନାସିକ ୟୁନିଟ ପ୍ରଥମ ଲାଇଟ କମ୍ବାଟ ଏୟାରକ୍ରାଫ୍ଟ (LCA) ତେଜସ Mk1A ପାଇଁ ଫ୍ଲାଇଟ କ୍ଲିୟରାନ୍ସ ପାଇଛି। ଏହା ଭାରତୀୟ ବାୟୁସେନା (IAF) ପାଇଁ ତେଜସ Mk1A ର ବିତରଣକୁ ତ୍ୱରାନ୍ୱିତ କରିବ। ଯାହା ପୁରୁଣା ମିଗ-୨୧ ଯୁଦ୍ଧବିମାନକୁ ବଦଳାଇବା ପାଇଁ ଡିଜାଇନ କରାଯାଇଛି।

ନାସିକରେ ଥିବା HAL ୟୁନିଟ ତେଜସ Mk1A ପାଇଁ ଫ୍ଲାଇଟ କ୍ଲିୟରାନ୍ସ ପାଇଛି। ଯାହା ପରୀକ୍ଷଣ ଓ ପ୍ରମାଣୀକରଣ ପରେ ବିତରଣ ପାଇଁ ପ୍ରସ୍ତୁତିକୁ ସୂଚାଇଛି। ଏହି ସୁବିଧା ବେଙ୍ଗାଲୁରୁରେ ଥିବା ଦୁଇଟି ଉତ୍ପାଦନ ଲାଇନକୁ ସମର୍ଥନ କରୁଛି ଏବଂ ବାର୍ଷିକ ୮ଟି ତେଜସ Mk1A ଉତ୍ପାଦନ କରି ମୋଟ ଉତ୍ପାଦନକୁ ୧୬ରୁ ୨୪କୁ ବୃଦ୍ଧି କରିଛି। ତେଜସ Mk1A ରେ AESA ରାଡାର, ଇଲେକ୍ଟ୍ରୋନିକ ୱାରଫେୟାର ସୁଟ, ଅସ୍ତ୍ର ମିସାଇଲ ଏବଂ ଏୟାର-ଟୁ-ଏୟାର ରିଫ୍ୟୁଏଲିଂ ଭଳି ଆଧୁନିକ ସାମରିକ ପ୍ରଣାଳୀ ରହିଛି।

ଜେନେରାଲ ଇଲେକ୍ଟ୍ରିକରୁ ଏଫ୪୦୪ ଇଞ୍ଜିନ ଯୋଗାଣରେ ବିଳମ୍ବ ହେତୁ ବିତରଣ ଜୁନ ୨୦୨୫ ପର୍ଯ୍ୟନ୍ତ ପଛେଇ ଯାଇଥିଲା। ବର୍ତ୍ତମାନ ଇଞ୍ଜିନ ଯୋଗାଣ ସ୍ଥିର ହେବାରୁ HAL ଜୁନ ୨୦୨୫ ସୁଦ୍ଧା ପ୍ରଥମ ବିମାନ ବିତରଣ କରିବ ବୋଲି ଅନୁମାନ କରାଯାଉଛି। IAF ସମୁଦାୟ ୮୩ଟି ତେଜସ Mk1A ଫାଇଟର ଜେଟ ପାଇଁ ୪୮,୦୦୦ କୋଟି ଟଙ୍କାର ଚୁକ୍ତି ସ୍ୱକ୍ଷରିତ କରିଛି। ଏହା ସହିତ ଆହୁରି ୯୭ଟି ଅତିରିକ୍ତ ବିମାନ ପାଇଁ ମଧ୍ୟ ୬୭,୦୦୦ କୋଟି ଟଙ୍କାର ଅର୍ଡର ବର୍ତ୍ତମାନ ବିଚାରାଧୀନ ରହିଛି। ତେବେ HAL ୨୦୩୧ ସୁଦ୍ଧା ୧୮୦ଟି ବିମାନ ବିତରଣ କରିବ ବୋଲି ଘୋଷଣା କରିଛି।

ତେଜସ Mk1A ଫାଇଟର ଜେଟ ଭାରତର ‘ଆତ୍ମନିର୍ଭର ଭାରତ’ ଅଭିଯାନର ଏକ ଅଂଶ। ଯେଉଁଥିରେ ୬୫% ରୁ ଅଧିକ ଉପାଦାନ ସ୍ୱଦେଶୀ ଜ୍ଞାନ କୌଶଳରେ ବିକାଶ କରାଯାଇଛି। ବିଳମ୍ବ ସତ୍ତ୍ୱେ IAF ର ୩୧ ସ୍କ୍ୱାଡ୍ରନକୁ ଶକ୍ତିଶାଳୀ କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି। HAL ୨୦୨୮ ସୁଦ୍ଧା ୮୩ଟି ଫାଇଟର ଜେଟ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଯାହା ଭାରତୀୟ ବାୟୁସେନାର ଆଧୁନିକୀକରଣ ଓ ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନକୁ ଆଗେଇ ନେବ ବୋଲି ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.