ପ୍ରମୂଖ ଖବର
  • ୬ ମାସରେ ୫ ବଡ଼ ଅଘଟଣ, ଲିଭିଛି ୩୫୭ ଜୀବନ ଦୀପ
  • ||
  • ମାଲକାନଗିରି ପୁଲିସକୁ ବଡ଼ ସଫଳତା, ୨ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ
  • ||
  • ମୁଖ୍ୟମନ୍ତ୍ରୀଙ୍କ ରଜ ଭେଟି, ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀମାନଙ୍କର ବଢିଲା ଭତ୍ତା
  • ||
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ଅବସାଦରୁ ବାହାରିବା ପରେ ଜେଲ୍‌ରେ ଭାଗବତ ପଢୁଛନ୍ତି ଆଇଏଏସ୍‌ ଧୀମାନ୍‌, କାରାଗାରରେ ସ୍ତ୍ରୀଙ୍କୁ ଭେଟିଲେ

Published By : Prameya | June 12, 2025 9:01 AM

ଭବାନୀପାଟଣା,୧୨/୦୬:  ଜଣେ ଲଘୁ ଖଣିଜ ବ୍ୟବସାୟୀଙ୍କଠାରୁ  ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା କଳାହାଣ୍ଡି  ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଆଇଏଏସ୍‌ ଧୀମାନ୍‌ ଚକ୍‌ମାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ତାଙ୍କୁ ଚାକିରିରୁ ନିଲମ୍ବନ କରାଯିବା ପରେ  ସେ ଏବେ ଭବାନୀପାଟଣାସ୍ଥିତ ଜିଲ୍ଲା କାରାଗାରର ୩ନଂ ସେଲ୍‌ରେ  ବିଚାରାଧୀନ ବନ୍ଦୀ । ପ୍ରଥମ ୨୪  ଘଣ୍ଟାର ମାନସିକ ଅବସାଦରୁ  ବାହାରିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ରହିଛି । ଜେଲ୍‌ ପାଠାଗାରରୁ  ଆଧ୍ୟାତ୍ମିକ ଓ ଅନ୍ୟାନ୍ୟ ପୁସ୍ତକ ଆଣି ପଢ଼ୁଛନ୍ତି । ତ୍ରିପୁରାର ମୂଳ ନିବାସୀ ତଥା ଓଡ଼ିଶା କ୍ୟାଡର୍‌ର ଶ୍ରୀ ଧୀମାନ୍‌  ଓଡ଼ିଆ ଭାଗବତ ପଢୁଥିବା ଜେଲ୍‌  କର୍ତ୍ତୃପକ୍ଷ କହିଛନ୍ତି । ଅନ୍ୟପଟେ  ବୁଧବାର ତାଙ୍କ ସ୍ତ୍ରୀ ତାଙ୍କୁ ଜେଲ୍‌ରେ  ସାକ୍ଷାତ୍‌ କରିଛନ୍ତି । 

ସୂଚନାଯୋଗ୍ୟ,  ଜୟପାଟଣା ଅଞ୍ଚଳର ଜଣେ ଲଘୁ  ଖଣିଜ ବ୍ୟବସାୟୀଙ୍କୁ କାର୍ଯ୍ୟାନୁଷ୍ଠାନ  ଭୟ ଦେଖାଇଥିଲେ ଉପଜିଲ୍ଲାପାଳ  ଶ୍ରୀ ଧୀମାନ୍‌ । ୨୦ ଲକ୍ଷ ଟଙ୍କା ନ  ଦେଲେ କ୍ରସର ଚଳାଇ ଦେବେ  ନାହିଁ ବୋଲି ଧମକ ଦେଇଥିଲେ ।  ଗତ ରବିବାର ରାତିରେ ସରକାରୀ  ବାସଭବନରେ ୧୦ ଲକ୍ଷ ଟଙ୍କା ଲାଞ୍ଚ  ନେଉଥିବାବେଳେ ଉପଜିଲ୍ଲାପାଳଙ୍କୁ  ଭିଜିଲାନ୍ସ ମାଡ଼ି ବସିଥିଲା । ତାଙ୍କ  ସରକାରୀ ବାସଭବନରୁ ଆହୁରି  ୪୭ଲକ୍ଷ ୪୭ହଜାର ୬୦୦ଟଙ୍କା  ମିଳିଥିଲା ।ସୋମବାର ଉପଜିଲ୍ଲାପାଳ  ଶ୍ରୀ ଚକ୍‌ମାଙ୍କୁ ଭିଜିଲାନ୍ସ ଗିରଫ  କରି କୋର୍ଟଚାଲାଣ କରିଥିଲା । ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ  କୋର୍ଟରେ ଜାମିନ୍‌ ନାମଞ୍ଜୁର  ପରେ ତାଙ୍କୁ ବିଚାର ବିଭାଗୀୟ  ହାଜତକୁ ପଠାଇ ଦିଆଯାଇଥିଲା । ତେବେ ୪୭.୪୭ ଲକ୍ଷ ଟଙ୍କା  କେଉଁଠୁ ଆସିଥିଲା ତାହାର ତଦନ୍ତ  ଭିଜିଲାନ୍ସ ଏଯାଏଁ ଆରମ୍ଭ କରି ନ  ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.