ପ୍ରମୂଖ ଖବର
  • ଭୁବନେଶ୍ବର ପାତ୍ରପଡା ଛକରେ ଦୁର୍ଘଟଣାରେ ଝିଅ ମୃତ, ମା’-ପୁଅ ଗୁରୁତର
  • ||
  • କୁଜଙ୍ଗ : ଦଶାହ କର୍ମ ସମୟରେ ତାଳଦଣ୍ଡା କେନାଲରେ ଭାସିଯାଇ ଯୁବକ ମୃତ
  • ||
  • ରକ୍ଷା ବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା
  • ||
  • କୋରାପୁଟ : ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଜୟପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ
  • ||
  • ଉଜ୍ଜ୍ୱଳା ସବ୍‌ସିଡି ପାଇଁ ୧୨ ହଜାର କୋଟି ମଞ୍ଜୁରୀ, ତୈଳ କମ୍ପାନିଙ୍କୁ ୩୦ ହଜାର କୋଟି କ୍ଷତିପୂରଣ
  • ||
  • ବିଜେବି ନଗରରେ ବ୍ୟାପିଲା ଜଣ୍ଡିସ୍, ପାଣି ନମୁନା ସଂଗ୍ରହ ସହ ସତର୍କ ରହିବାକୁ ପରାମର୍ଶ
  • ||
  • ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ ୧୦ ଜଣ ଗୁରୁତର ଆହତ
  • ||
  • ନୂଆପଡ଼ା : ଏନ୍‌ଏଚ୍ ୩୫୩ କ୍ରିଷ୍ଣା ଛକରେ ଦୁର୍ଘଟଣା; ଟ୍ରକ୍‌ ଧକ୍କାରେ ମାମୁ ଭଣଜା ମୃତ
  • ||
  • ଋଷ-ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବା ପ୍ରସ୍ତୁତି ,ଅଗଷ୍ଟ ୧୫ରେ ଡୋନାଲ୍ଡ ଟ୍ରମ୍ପ ଓ ପୁଟିନ୍‌ଙ୍କ ବଡ଼ ବୈଠକ
  • ||
  • ରାକ୍ଷୀ ପୂର୍ଣ୍ଣିମା; ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଲେ ଭଉଣୀ
  • ||
  • ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି; ଜୟପୁର ସଭାରୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ
  • ||

ଦିନକୁ କେତୋଟି ଅଣ୍ଡା ଖାଇବା ସ୍ୱାସ୍ଥ୍ୟକର,ଜାଣନ୍ତୁ...

Published By : Anindita Ratha | August 8, 2025 11:53 AM

ଅଣ୍ଡା। ଏହା କେବଳ ସ୍ୱାଦିଷ୍ଟ ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଲାଭଦାୟକ । ଅଣ୍ଡା ଖାଇବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିଥାଏ । ଏଥିରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍, ଆଇରନ, ଭିଟାମିନ ଏ, ବି୬, ବି୧୨, ଫସଫରସ, ସେଲେନିୟମ ଆଦି ରହିଛି । ହେଲେ ଆପଣ ଜାଣନ୍ତି ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ଓ ପ୍ରତିଦିନ କେତୋଟି ଅଣ୍ଡା ଖାଇବା ଆବଶ୍ୟକ । ଆସନ୍ତୁ ଜାଣିବା। 

 ଅଧ୍ୟୟନ ଅନୁଯାୟୀ, ରନ୍ଧା ଅପେକ୍ଷା ସିଝା ଅଣ୍ଡା ସ୍ବାସ୍ଥ୍ୟ ପାଇଁ ବେଶୀ ଲାଭଦାୟକ । ଅଣ୍ଡାରେ ଅଧିକ ମାତ୍ରାରେ କୋଲେଷ୍ଟ୍ରଲ ଥାଏ । ଏହା ସତ୍ତ୍ବେ ଅଣ୍ଡା ଖାଇଲେ ମଣିଷ ଶରୀରରେ କୋଲେଷ୍ଟ୍ରଲ ପରିମାଣ ବୃଦ୍ଧିପାଏନି ବରଂ କୋଲେଷ୍ଟ୍ରଲ ପରିମାଣ ହ୍ରାସ କରେ । ଗୋଟିଏ ଅଣ୍ଡାରେ ପ୍ରାୟ ୭୦-୮୦ କ୍ୟାଲୋରୀ, ୬-୭ ଗ୍ରାମ ପ୍ରୋଟିନ୍, ୫ ଗ୍ରାମ ସୁସ୍ଥ ଚର୍ବି, ଭିଟାମିନ୍ ଡ଼ି ଏବଂ ବି-୧୨ ଥାଏ, ତେଣୁ ଅଣ୍ଡାକୁ ପୁଷ୍ଟିକର ପାୱାରହାଉସ୍ କୁହାଯାଏ । ତେଣୁ ଜଣେ ବ୍ୟକ୍ତି  ପ୍ରତିଦିନ ୧-୨ଟି ଅଣ୍ଡା ଖାଇପାରିବେ । ଏଥିସହ ଏହାର ପରିମାଣ ବ୍ୟକ୍ତିର ବୟସ, ସ୍ୱାସ୍ଥ୍ୟ ଅବସ୍ଥା ଏବଂ ଶାରୀରିକ କାର୍ଯ୍ୟକଳାପ ଉପରେ ମଧ୍ୟ ନିର୍ଭର କରେ।

ସେହିପରି ଅଣ୍ଡା ଖାଇବା ଦ୍ବାରା ହାଡ଼ ମଜବୁତ ହୋଇଥାଏ । ଏଥିରେ ଥିବା ଭିଟାମିନ୍ ଡି ଏବଂ କ୍ୟାଲସିୟମ୍ ଅଷ୍ଟିଓପୋରୋସିସରୁ ରକ୍ଷା କରେ। ଗୋଟିଏ ଅଣ୍ଡା ପ୍ରଚୁର ଶକ୍ତି ପ୍ରଦାନ କରେ କାରଣ ଏଥିରେ ପ୍ରଚୁର ପୋଷକ ତତ୍ତ୍ୱ ଥାଏ। ଏଥିରେ ଥିବା ଚର୍ବି ମଧ୍ୟ ଏକ ସୁସ୍ଥ ଚର୍ବି । ତେଣୁ ଯେଉଁମାନେ ଜିମ୍ ଯାଆନ୍ତି କିମ୍ବା ଓଜନ ହ୍ରାସ କରିବାକୁ ଚାହାଁନ୍ତି ସେମାନେ ମଧ୍ୟ ଏହାକୁ ଆରାମରେ ଖାଇପାରିବେ। ଅଣ୍ଡାର କେଶରେ ଲ୍ୟୁଟିନ୍ ଏବଂ ଜିଆକ୍ସାନ୍ଥିନ ଆଣ୍ଟିଅକ୍ସିଡାଣ୍ଟ ଥାଏ। ଯାହା ଆଖିକୁ ମୋତିଆବିନ୍ଦୁ ଏବଂ ମାକୁଲାର ଡିଜେନେରେସନରୁ ମଧ୍ୟ ରକ୍ଷା କରେ । ସେହିପରି ଅଣ୍ଡାରେ ପ୍ରୋଟିନ୍ ଅଧିକ ଏବଂ କ୍ୟାଲୋରି କମ୍ ଥାଏ । ଯାହା ପେଟ ପୂର୍ଣ୍ଣ ରଖେ ଏବଂ ଅତ୍ୟଧିକ ଭୋକ ଲାଗେ ନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.