ପ୍ରମୂଖ ଖବର
  • ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ
  • ||
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ ପଇଡ଼ ପାଣି; ଜାଣି ରଖନ୍ତୁ କ'ଣ ରହିଛି ଅପକାରିତା...

Published By : Harapriya Sethi | August 6, 2025 1:00 PM

ପଇଡ ପାଣି ପିଉଛନ୍ତି କି । ହୋଇଯଆନ୍ତୁ ସାବଧାନ ! କାରଣ ଏହି ପ୍ରାକୃତିକ ପାନୀୟ ଆପଣଙ୍କ ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ । ସାଧାରଣତଃ ପଇଡ ପାଣିକୁ ଏକ ପ୍ରାକୃତିକ ସୁପରଡ୍ରିଙ୍କ୍ସ ଭାବେ ବିବେଚନା କରାଯାଏ । ସେ ଖରା ଦିନ ହେଉ କି ଶୀତ ଦିନ, ଲୋକେ ସକାଳୁ ସକାଳୁ ପଇଡ ପାଣି ପିଇବାକୁ ଭଲ ପାଆନ୍ତି । କିନ୍ତୁ ମେଡିକାଲ ସାଇନ୍ସର ଏକ ଗବେଷଣାରୁ ଜଣାଯାଇଛି, ୬ଟି ଶ୍ରେଣୀର ଲୋକେ ଏଥିରୁ ଦୂରେଇ ରହିବା ଜରୁରୀ ।

ପଇଡ ପାଣିରେ କଣ ରହିଛି ଉପକାରିତା-

ପଇଡ଼ ପାଣିରେ ଲୋ କ୍ୟାଲୋରୀ ସାଙ୍ଗକୁ ଭରପୁର ମାତ୍ରାରେ ଇଲେକ୍ଟ୍ରୋରେଟ୍ ରହିଥାଏ । ବାୟାମ କରିବା ପରେ ହାଇଡ୍ରେସନ ପାଇଁ ଏହା ଜୁରୁରୀ ଅଟେ । ସେହିପରି ଚର୍ମର ସୁସ୍ଥତା ପାଇଁ ପଇଡ ପାଣିରେ ଉପାଦାନ ରହିଛି । ଏହା ପାନୀୟ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ । ମାତ୍ର ଏ ସବୁ ପରେ ଏହା ପ୍ରତ୍ୟେକ ଲୋକଙ୍କ ପାଇଁ ହିତକର ନୁହେଁ ।

କେଉଁମାନେ ପଇଡ ପାଣିରୁ ଦୂରେଇ ରହିବା ଉଚିତ-

ପଇଡ ପାଣିରେ ଥିବା ନ୍ୟାଚୁରାଲ ସୁଗାର କଣ୍ଟେଣ୍ଟ, ପ୍ରଚୁର ଇଲେକ୍ଟ୍ରୋରାଲ ଏବଂ ଅତ୍ୟନ୍ତ ଥଣ୍ଡା ଯୋଗୁଁ କେତେକ ଲୋକଙ୍କ ସ୍ବାସ୍ଥ୍ୟ ପାଇଁ ଏହା କ୍ଷତିକାରକ ହୋଇପାରେ । ଯେପରିକି ଡାଏବେଟିସ ବା ମଧୁମେୟ ରୋଗୀ, କିଡନୀ ସମସ୍ୟା ଭୋଗୁଥିବା ବ୍ୟକ୍ତି, ଉଚ୍ଚ ରକ୍ତ ଚାପ, ଖାଦ୍ୟ ପ୍ରତି ଆଲର୍ଜୀ ଥିବା ବ୍ୟକ୍ତି ପଇଡ଼ ପାଣି ନପିଇବା ଭଲ । କାରଣ ଏଥିରେ ଥିବା ଉପାଦାନ ଏହି ସବୁ ରୋଗୀଙ୍କୁ ଅଧିକ କ୍ଷତି ପହଞ୍ଚାଇପାରେ ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ପ୍ରତି ୨୦୦ ମିଲିଲିଟର ପଇଡ଼ ପାଣିରେ ୬-୭ ଗ୍ରାମ ସୁଗାର ଥାଏ । ଯାହାକି ଆମ ରକ୍ତରେ ଥିବା ଗ୍ଲୁକୋଜ ଲେବଲକୁ କ୍ଷତି ପହଞ୍ଚାଇଥାଏ । ତେଣୁ ଏହା ମଧୁମେୟ ରୋଗୀଙ୍କ ପ୍ରତି କ୍ଷତିକାରକ । ସେହିପରି ନିୟମିତ ଏବଂ ପ୍ରଚୁର ପରିମାଣରେ ପଇଡ଼ ପାଣି ପିଇବା ଦ୍ବାରା ଏହା ରକ୍ତରେ ଶର୍କରା ମାତ୍ରାକୁ ବୃଦ୍ଧି କରିଥାଏ । ସେହିପରି ଖାଦ୍ୟ ପ୍ରତି ଆଲର୍ଜୀ ଥିବା ବ୍ୟକ୍ତିମାନେ ଏଥିରୁ ଦୂରେଇ ରହିବା ଭଲ । କାରଣ ଏହା ଶରୀରରେ ଅଧିକ ପାର୍ଶ୍ୱ ପ୍ରତିକ୍ରିୟା କରାଇଥାଏ । ଏସିଆ ପାସିଫିକ ଆଲର୍ଜୀରେ ପ୍ରକାଶିତ ଏକ ସର୍ବାକ୍ଷଣ ଅନୁଯାଇ, ଖାଦ୍ୟ ପ୍ରତି ଆଲର୍ଜୀ ଥିବା ପ୍ରାୟ ୯୦ ପ୍ରତିଶତ ପିଲା ପଇଡ଼ ପାଣି ପିଇବା ଦ୍ବାରା ଚର୍ମ ରୋଗ ଚର୍ମ ସଂକ୍ରମଣରେ ପୀଡ଼ିତ । ତେଣୁ ଆପଣ ତଥା ଆପଣଙ୍କ ପିଲାଙ୍କ ଯଦି ଏଭଳି କିଛି ସ୍ବାସ୍ଥ୍ୟଗତ ସମସ୍ୟା ଅଛି, ତେବେ ପଇଡ ପାଣି ପିଇବାକୁ ଏଡାଇ ଯାଆନ୍ତୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.