ପ୍ରମୂଖ ଖବର
  • କଟକ ଏସ୍‌ସିବି ମେଡିକାଲରେ ପହଞ୍ଚିଲା ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ମୃତଦେହ, କରାଯିବ ବ୍ୟବଚ୍ଛେଦ
  • ||
  • ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହୁତି ଘଟଣାରେ ଆକ୍ସନ୍, ASI ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ
  • ||
  • ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ
  • ||
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

କିଛି ଖାଇବା ପରେ ତୁରନ୍ତ ଭୋକ ଲାଗୁଛି କି ? ସାବଧାନ... !

Published By : Anindita Ratha | August 6, 2025 3:14 PM

ପ୍ରତିଦିନ ଖାଇବାର କିଛି ସମୟ ପରେ ଆପଣଙ୍କୁ ବାରମ୍ବାର ଭୋକ ଲାଗୁଥିବ । ଏଭଳି ହେଉଥିଲେ ସାବଧାନ ହୋଇଯାଆନ୍ତୁ । ଏହା ଅନେକ ସ୍ବାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ । ଡାଏଟିସିଆନ୍ ଙ୍କ ମତରେ ଆମ ଶରୀରରେ ଲେପ୍ଟିନ୍ ନାମକ ଏକ ହରମୋନ୍ ଅଛି । ଯାହା ଆମ ମସ୍ତିଷ୍କକୁ ସଙ୍କେତ ଦେଇଥାଏ ଆମ ପେଟରେ ଖାଦ୍ୟ ଅଛି ନା ନାହିଁ । ଯଦି ଶରୀରରେ ପ୍ରୋଟିନ୍ ଏବଂ ଫାଇବରର ଅଭାବ ଥାଏ,ତେବେ ପେଟରେ ଖାଦ୍ୟ ଅଛି ନା ନାହିଁ ସେହି ସଙ୍କେତ ମସ୍ତିଷ୍କଙ୍କୁ ମିଳେ ନାହିଁ । ଏହା ବ୍ୟତୀତ ଜଣେ ଖାଇବା ପରେ ତୁରନ୍ତ ଭୋକିଲା ଅନୁଭବ କରନ୍ତି । 

ସେହିପରି କମ୍ ଫାଇବର ଯୁକ୍ତ ଖାଦ୍ୟ ଖାଇବା ଭୋକର କାରଣ ହୋଇପାରେ। ଫାଇବର ଯୁକ୍ତ ଖାଦ୍ୟ ହଜମ କରିବାକୁ ଅଧିକ ସମୟ ନେଇଥାଏ, ଯାହା ଆପଣଙ୍କୁ ଅଧିକ ସମୟ ପାଇଁ ପେଟ ପୂର୍ଣ୍ଣ ଥିବା ଅନୁଭବ କରାଇଥାଏ। ଯଦି ଶରୀରରେ ପର୍ଯ୍ୟାପ୍ତ ପରିମାଣର ଫାଇବର ନଥାଏ, ତେବେ ବାରମ୍ବାର ଭୋକ ଲାଗିବ ।  ଅନେକ ଲୋକ ଡାଏଟ ପାଇଁ ମଧ୍ୟ କମ ଖାଦ୍ୟ ଗ୍ରହଣ କରୁଛନ୍ତି। 

ହେଲେ ଶରୀରରେ ଥିବା ଷ୍ଟ୍ରେଚ୍ ରିସେପ୍ଟର  ଅନୁମାନ କରିପାରେ ଆପଣଙ୍କ ପେଟ ପୂର୍ଣ୍ଣ ଅଛି କି ନାହିଁ । ଯଦି ପେଟ ପୂର୍ଣ୍ଣ ଅନୁଭବ ନହୁଏ, ତେବେ ଏହା ମସ୍ତିଷ୍କକୁ ସଙ୍କେତ ପଠାଏ ଖାଦ୍ୟ ଗ୍ରହଣ ପାଇଁ। ତେଣୁ ଆମର ପେଟ ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଆମେ ଖାଇବା ଜାରି ରଖୁ। ଆମ ଶରୀରରେ ଲେପ୍ଟିନ ନାମକ ହରମୋହନ ରହିଛି । ଏହା ମସ୍ତିଷ୍କକୁ ସଙ୍କେତ ଦେଇଥାଏ ଯେ ପେଟ ପୂର୍ଣ୍ଣ ଅଟେ । ଯଦି ଏହା ଶରୀରେ କମ ଥାଏ ତେବେ ଆପଣ ଯେତେ ଖାଆନ୍ତୁ ନା କାହିଁକି ବାରମ୍ବାର ଭୋକ ଲାଗିବ। ଏହା ବ୍ୟତୀତ ଏହା ଓଜନକୁ ନିୟନ୍ତ୍ରଣରେ ମଧ୍ୟ ରଖିବ ନାହିଁ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.