ପ୍ରମୂଖ ଖବର
  • ଭୁବନେଶ୍ବର ପାତ୍ରପଡା ଛକରେ ଦୁର୍ଘଟଣାରେ ଝିଅ ମୃତ, ମା’-ପୁଅ ଗୁରୁତର
  • ||
  • କୁଜଙ୍ଗ : ଦଶାହ କର୍ମ ସମୟରେ ତାଳଦଣ୍ଡା କେନାଲରେ ଭାସିଯାଇ ଯୁବକ ମୃତ
  • ||
  • ରକ୍ଷା ବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା
  • ||
  • କୋରାପୁଟ : ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଜୟପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ
  • ||
  • ଉଜ୍ଜ୍ୱଳା ସବ୍‌ସିଡି ପାଇଁ ୧୨ ହଜାର କୋଟି ମଞ୍ଜୁରୀ, ତୈଳ କମ୍ପାନିଙ୍କୁ ୩୦ ହଜାର କୋଟି କ୍ଷତିପୂରଣ
  • ||
  • ବିଜେବି ନଗରରେ ବ୍ୟାପିଲା ଜଣ୍ଡିସ୍, ପାଣି ନମୁନା ସଂଗ୍ରହ ସହ ସତର୍କ ରହିବାକୁ ପରାମର୍ଶ
  • ||
  • ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ ୧୦ ଜଣ ଗୁରୁତର ଆହତ
  • ||
  • ନୂଆପଡ଼ା : ଏନ୍‌ଏଚ୍ ୩୫୩ କ୍ରିଷ୍ଣା ଛକରେ ଦୁର୍ଘଟଣା; ଟ୍ରକ୍‌ ଧକ୍କାରେ ମାମୁ ଭଣଜା ମୃତ
  • ||
  • ଋଷ-ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବା ପ୍ରସ୍ତୁତି ,ଅଗଷ୍ଟ ୧୫ରେ ଡୋନାଲ୍ଡ ଟ୍ରମ୍ପ ଓ ପୁଟିନ୍‌ଙ୍କ ବଡ଼ ବୈଠକ
  • ||
  • ରାକ୍ଷୀ ପୂର୍ଣ୍ଣିମା; ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଲେ ଭଉଣୀ
  • ||
  • ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି; ଜୟପୁର ସଭାରୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ
  • ||

ଆପଣ ବି ଖାଉଛନ୍ତି କି ପିଜା-ବର୍ଗର? ସାବଧାନ! ଜାଣନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ କେତେ ହାନିକାରକ...

Published By : Anindita Ratha | August 7, 2025 9:05 AM

ଯେତେବେଳେ ଆପଣଙ୍କୁ ଭୋକ ଲାଗୁଛି କିମ୍ବା କିଛି ଚଟପଟା ଖାଇବାକୁ ଇଚ୍ଛା ହେଉଛି,ସେତେବେଳ ପ୍ରଥମେ ବର୍ଗର ଏବଂ ପିଜା କଥା ମନକୁ ଆସିଥାଏ। ଗରମ ପିଜା କିମ୍ବା କ୍ରିସ୍ପି ବର୍ଗର ନାମ ଶୁଣିବା ମାତ୍ରେ ପାଟିରେ ପାଣି ଆସିଯାଏ। ବିଶେଷକରି ପିଲାଙ୍କଠାରୁ ଆରମ୍ଭ କରି ଯୁବକ ପର୍ଯ୍ୟନ୍ତ, ସମସ୍ତେ ଏହି ଫାଷ୍ଟଫୁଡ୍ ପାଇଁ ପାଗଳ। "ପିଜା ପାର୍ଟି" ଏବଂ "ବର୍ଗର ଲଭ୍" ଭଳି ପୋଷ୍ଟ ସୋସିଆଲ ମିଡିଆରେ ସାଧାରଣ ହୋଇଗଲାଣି।  ବିଶେଷ କଥା ହେଉଛି ଆମେ ଏହି ଖାଦ୍ୟଗୁଡ଼ିକୁ ଆନନ୍ଦରେ ଖାଉ, କିନ୍ତୁ ପ୍ରତ୍ୟେକ ବାଇଟ ଆମ ଶରୀର ପାଇଁ କେତେ କ୍ଷତି କରୁଛି ତାହା ଚିନ୍ତା କରୁନାହୁଁ। ଏହି ସ୍ୱାଦିଷ୍ଟ ଦେଖାଯାଉଥିବା ଖାଦ୍ୟ ସାମଗ୍ରୀ ପ୍ରକୃତରେ ଅନେକ ରୋଗକୁ  ନିମନ୍ତ୍ରଣ ଦେଇପାରେ।  ଯାହାକୁ ନେଇ ଡକ୍ଟର ଆଶ୍ଚର୍ଯ୍ୟଜନକ ସୂଚନା ଦେଇଛନ୍ତି। ଯାହା ସମସ୍ତଙ୍କ ପାଇଁ ଜାଣିବା ଗୁରୁତ୍ୱପୂର୍ଣ୍ଣ। 

ଡକ୍ଟର ପାଲ ମାନିକମଙ୍କ ମତରେ, ବର୍ଗର ଏବଂ ପିଜା ଭଳି ଫାଷ୍ଟଫୁଡରେ ପୋଷକ ତତ୍ତ୍ୱର ଅଭାବ ଥିବା ସହ ଟ୍ରାନ୍ସ ଫ୍ୟାଟ୍, ଲୁଣ, ଚିନି ଏବଂ ପ୍ରିଜରଭେଟିଭରେ ପରିପୂର୍ଣ୍ଣ। ଏହି ଜିନିଷଗୁଡ଼ିକ ଶରୀରର ମେଟାବୋଲିଜିମ୍‌କୁ ଖରାପ କରେ ଏବଂ ଧୀରେ ଧୀରେ ଗମ୍ଭୀର ରୋଗ ହେବାର ଆଶଙ୍କା ବଢାଏ। 

ମେଦବହୁଳତା ବିପଦ

ବର୍ଗର ଏବଂ ପିଜାରେ ଥିବା ସାଚୁରେଟେଡ୍ ଫ୍ୟାଟ୍ ଏବଂ କାର୍ବୋହାଇଡ୍ରେଟ୍ ଶରୀରରେ ଫ୍ୟାଟ୍ ଜମା କରିଥାଏ। ଏହାକୁ ବାରମ୍ବାର ଖାଇବା ଦ୍ୱାରା ଓଜନ ଦ୍ରୁତ ଗତିରେ ବୃଦ୍ଧି ପାଏ, ଯାହା ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ଥାଇରଏଡ୍ ଭଳି ସମସ୍ୟା ସୃଷ୍ଟି କରିପାରେ।

ହୃଦରୋଗର ଆଶଙ୍କା

ଏହି ଖାଦ୍ୟଗୁଡ଼ିକରେ ଅଧିକ ପରିମାଣର ଟ୍ରାନ୍ସ ଫ୍ୟାଟ୍ ଥାଏ, ଯାହା ଶରୀରରେ ଖରାପ କୋଲେଷ୍ଟ୍ରଲ୍ ବୃଦ୍ଧି କରେ ଏବଂ ଭଲ କୋଲେଷ୍ଟ୍ରଲ୍ ହ୍ରାସ କରେ। ଏହା ହୃଦଘାତର ଆଶଙ୍କା ମଧ୍ୟ ବଢ଼ାଇଥାଏ।

ପାଚନ ସମସ୍ୟା

ଫାଷ୍ଟଫୁଡ୍‌ରେ ଫାଇବରର ଅଭାବ ଥାଏ, ଯାହା କୋଷ୍ଠକାଠିନ୍ୟ, ଏସିଡିଟି, ଗ୍ୟାସ୍ ଏବଂ ବଦହଜମୀ ଭଳି ସମସ୍ୟା ସୃଷ୍ଟି କରିପାରେ। ଏହା ବ୍ୟତୀତ ପ୍ରକ୍ରିୟାକୃତ ପନିର ଏବଂ ମାଂସର ଅତ୍ୟଧିକ ସେବନ ଅନ୍ତନଳୀ ଉପରେ ଖରାପ ପ୍ରଭାବ ପକାଇଥାଏ।

ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ

ଦୀର୍ଘ ସମୟ ଧରି ଫାଷ୍ଟଫୁଡ୍ ଖାଇବା ଦ୍ୱାରା ମାନସିକ ଚାପ, ଚିଡ଼ିଚିଡ଼ା ଏବଂ ଡିପ୍ରେସନ୍ ଭଳି ସମସ୍ୟା ମଧ୍ୟ ବଢ଼ିପାରେ। ଏଥିରେ ଥିବା କୃତ୍ରିମ ସ୍ୱାଦ ଏବଂ ରଙ୍ଗ ସ୍ନାୟୁଗତ କାର୍ଯ୍ୟକୁ ମଧ୍ୟ ପ୍ରଭାବିତ କରେ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.