ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ମଙ୍ଗଳବାର ରାଶିଫଳ; ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ...

Published By : Prameya | December 9, 2024 9:51 PM

ମେଷ: ଦ୍ୱାଦଶଚନ୍ଦ୍ର ଯୋଗୁ ଅଯଥା ଖର୍ଚ୍ଚ, ବଦ୍‌ଖର୍ଚ୍ଚ ଓ ପରିବାରର ଖର୍ଚ୍ଚଭାର ବୃଦ୍ଧି ପାଇବ ଏବଂ ଖର୍ଚ୍ଚଭାରରେ ଅତିଷ୍ଠ ହୋଇ ଋଣ କରିବାକୁ ପଡ଼ିପାରେ।ମନରେ ଅସ୍ଥିରତା, ପରିବାରରେ ମତାନ୍ତର ଏବଂ ସମସ୍ତ କର୍ମରେ ଭୁଲ୍‌ ନିଷ୍ପତ୍ତି ନେବେ । ନିଶ୍ଚିତତାକୁ ପରିତ୍ୟାଗ କରି ଅନିଶ୍ଚିତତା ପଛରେ ପଶ୍ଚାତ୍‌ଧାବନ କରିବେ ଏବଂ ବିନାକାରଣରେ ବହୁତ ବ୍ୟସ୍ତ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଠାରୁ ବ୍ୟୟ ଅଧିକ ହେବ ଏବଂ କର୍ମରେ ବିଫଳତା ଓ ବାଧାବିଘ୍ନ ଲାଗି ରହିବ । ଯେଉଁ ମାନଙ୍କର ଦ୍ୱିଜା ମେଷ, ସେମାନେ ସତର୍କ ହେବେ । ଶୁଭରଙ୍ଗ: ଲାଲ୍‌, ସଂଖ୍ୟା: ୬, ଆରାଧନା: ପ୍ରଭୁସ୍କନ୍ଦ ।

ବୃଷ: ଏକାଦଶ ଚନ୍ଦ୍ର ଏବଂ ଶନିଙ୍କ ନକ୍ଷତ୍ରଭୋଗ ହେଉଥିବାରୁ ଆକସ୍ମିକ ଧନଲାଭ, କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ଏବଂ ଅନ୍ୟକୁ ଦେଇଥିବା ଧନ ଓ ହୃତଧନ ଫେରି ପାଇବେ । ସମସ୍ତ ଆଶା, ଆକାଂକ୍ଷା, ଅଭିଳାଷ ପୂର୍ଣ୍ଣ ହେବ ଏବଂ ସମସ୍ତ ଈପସିତ୍‌ ପଦାର୍ଥ ହାତ ପାଆନ୍ତାରେ ଉପଲବ୍ଧ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଦେଖାଦେବ । କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ସୁବିଧା ସୁଯୋଗ ହାସଲ କରିବେ । ଯେଉଁ ମାନଙ୍କର କୃତ୍ତିକା ଓ ମୃଗଶିରା ବୃଷ, ସେମାନେ ଉପକୃତ ହେବେ । ଶୁଭରଙ୍ଗ: କଫି, ସଂଖ୍ୟା: ୪, ଆରାଧନା: ମା’ କମଳା ।

ମିଥୁନ: ଦଶମଚନ୍ଦ୍ର, ଦଶମୀତିଥି ଏବଂଶନି, ବୁଧ ଉଭୟଙ୍କ ନକ୍ଷତ୍ରଭୋଗ ହେଉଥିବାରୁ ନୂତନ କର୍ମାରମ୍ଭ କରିପାରନ୍ତି କିମ୍ବା ନୂତନ ନିଯୁକ୍ତିର ଖବର ମିଳିବ । ମନରେ ସତ୍‌ଚିନ୍ତା, ସତ୍‌ଭାବନା ପ୍ରକାଶ ପାଇବ ଏବଂ ସତ୍‌କର୍ମରେ ଅଧିକ ଆଗ୍ରହ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ ସଫଳତା ଶୀର୍ଷରେ ରହିବ । ଯେଉଁ ମାନଙ୍କର ମୃଗଶିରା ଓ ପୁନର୍ବସୁ ମିଥୁନ, ସେମାନେ ଉପକୃତ ହେବେ । ଶୁଭରଙ୍ଗ: ମେରୁନ୍‌, ସଂଖ୍ୟା: ୧୨, ଆରାଧନା: ମା’ ଷୋଡ଼ଶୀ ।

କର୍କଟ: ନବମ ଚନ୍ଦ୍ର, ମଙ୍ଗଳବାର ଯୋଗୁ ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଶୁଭଦୃଷ୍ଟିରେ ରହିବେ । ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ମିଳିବ ଏବଂ କୌଣସି ସଭା କିମ୍ବା ସଙ୍ଗଠନର ନେତୃତ୍ୱ ନେବେ । ମହତ୍‌ବ୍ୟକ୍ତିଙ୍କ ଆଶ୍ରୟ, ମନରେ ଉଚ୍ଚାଭିଳାଷ ପ୍ରକାଶ ପାଇବ ଏବଂ ଧାର୍ମିକ କର୍ମରେ ଅଧିକ ଆଗ୍ରହ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ କର୍ମରେ ଆଶା ଠାରୁ ଅଧିକ ସଫଳତା ଓ ପ୍ରମୋଶନ ମିଳିପାରେ । ଯେଉଁ ମାନଙ୍କର ପୁନର୍ବସୁ କର୍କଟ, ସେମାନେ ସତର୍କ ହେବେ । ଶୁଭରଙ୍ଗ: ଧଳା, ସଂଖ୍ୟା: ୧, ଆରାଧନା: ମା’ ସମଲେଶ୍ୱରୀ ।

ସିଂହ: ଅଷ୍ଟମ ଚନ୍ଦ୍ର ଏବଂ ଶନିଙ୍କ ନକ୍ଷତ୍ରଭୋଗ ହେଉଥିବାରୁ ବାଦ ବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର ଏବଂ ଯାନବାହନ ଆରୋହଣ କାଳରେ ସତର୍କ ହେବେ । ମନ ଅସ୍ଥିର, ବିଷାଦ ଗ୍ରସ୍ତ ରହିବ ଏବଂ ସମସ୍ତ କର୍ମରେ ଭୁଲ୍‌ ନିଷ୍ପତ୍ତି ନେବେ । ଉଚିତ୍‌ କର୍ମରୁ ବିଚ୍ୟୁତ ହୋଇ ଅନୁଚିତ୍‌ କର୍ମରେ ଆଗ୍ରହ ରଖିବେ ଏବଂ ବିନାକାରଣରେ ବହୁତ ବ୍ୟସ୍ତ ରହିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ ଏବଂ କର୍ମରେ ବିଫଳତା ଓ ବାଧାବିଘ୍ନ ଲାଗି ରହିବ । ଯେଉଁ ମାନଙ୍କର ପୂର୍ବା ଫାଲଗୁନୀ ଓ ଉତ୍ତରା ଫାଲଗୁନୀ ସିଂହ, ସେମାନେ ସତର୍କ ହେବେ । ଶୁଭରଙ୍ଗ: ଲାଲ୍‌, ସଂଖ୍ୟା: ୩, ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

କନ୍ୟା : ସପ୍ତମଚନ୍ଦ୍ର ଯୋଗୁ ମନରେ ପ୍ରସନ୍ନତା, ଦାମ୍ପତ୍ୟ ଜୀବନରେ ମଧୁରତା ଏବଂ ପରିବାରରେ ସ୍ୱର୍ଗୀୟ ସୁଖ ଅନୁଭୂତ ହେବ । ଆମୋଦ ପ୍ରମୋଦ ଓ ମଉଜ ମଜଲିସ୍‌ରେ ଅଧିକ ଆଗ୍ରହ ରହିବ ଏବଂ ପରିଚିତ ମହିଳାଙ୍କ ଠାରୁ ସାହାଯ୍ୟ, ସହଯୋଗ ଓ ଧନ ମିଳିବ । ପୁତ୍ର, କନ୍ୟା କିମ୍ବା ଭାଇଭଉଣୀଙ୍କ ବୈବାହିକ କର୍ମର ଆୟୋଜନ କରିବେ କିମ୍ବା କୌଣସି ମାଙ୍ଗଳିକ କର୍ମରେଯୋଗ ଦେବେ । ବାଣିଜ୍ୟ, ବ୍ୟବସାୟ ଓ ପରବହନରେ ଆୟ ଅତିଉତ୍ତମ ହେବ ଏବଂ କର୍ମରେ ଆଶାଠାରୁ ଅଧିକ ସଫଳତା ମିଳିବ । ଯେଉଁ ମାନଙ୍କର ହସ୍ତାକନ୍ୟା, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : କଫି, ସଂଖ୍ୟା : ୧୨, ଆରାଧନା : ମା’ ଷୋଡ଼ଶୀ ।

ତୁଳା : ଷଷ୍ଠଚନ୍ଦ୍ର ଏବଂ ଶନି, ବୁଧ ଉଭୟଙ୍କ ନକ୍ଷତ୍ରଭୋଗ ହେଉଥିବାରୁ ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା, ବଚନରେ ମଧୁରତା, ଚାଲିଚଳନରେ ସଂଯମତା ଏବଂ ସମସ୍ତ କର୍ମରେ ତତ୍ପରତା ଓ ସମୟାନୁବର୍ତ୍ତିତା ପ୍ରକାଶ ପାଇବ । ପରୋପକାର, ସମାଜ ସେବା ଓ ଧାର୍ମିକ କର୍ମରେ ଅଧିକ ଆଗ୍ରହ ରହିବ ଏବଂ ସମସ୍ତଙ୍କର ଶ୍ରଦ୍ଧାର ପାତ୍ର ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରବହନରେ ଆୟଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ଉଚ୍ଚ ପଦବୀପ୍ରାପ୍ତ ହେବ । ଯେଉଁ ମାନଙ୍କର ଚିତ୍ରା ଓ ବିଶାଖାତୁଳା, ସେମାନେ ଉପକୃତ ହେବେ । ଶୁଭରଙ୍ଗ : ନୀଳ, ସଂଖ୍ୟା : ୪, ଆରାଧନା : ମା’ ଗାୟତ୍ରୀ ।

ବିଛା : ପଞ୍ଚମ ଚନ୍ଦ୍ର, ଘାତବାର ଏବଂ ଅପରାହ୍ଣ ୧ଟା ୩୦ ମିନିଟ୍‌ ପରେ ଘାତ ନକ୍ଷତ୍ର ଯୋଗୁ ସମସ୍ତ କର୍ମରେ ମଧ୍ୟମ ଧରଣର ଫଳ ମିଳିଲେ ମଧ୍ୟ ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ । ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଏବଂ ଜନ ସମ୍ପର୍କ ବୃଦ୍ଧି ପାଇବ ଏବଂ ସମସ୍ତଙ୍କର ପ୍ରଶଂସାର ପାତ୍ର ହେବେ । ସନ୍ତାନ ମାନଙ୍କ କର୍ମକୁ ନେଇ ଗର୍ବ ଅନୁଭବ କରିବେ ଏବଂ ପିତାମାତାଙ୍କ କୃପାଲାଭ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ କିଛିଟା ସଫଳତା ମିଳିବ । ଯେଉଁ ମାନଙ୍କର ବିଶାଖା ବିଛା, ସେମାନେ ଉପକୃତ ହେବେ । ଶୁଭରଙ୍ଗ : ଲାଲ, ସଂଖ୍ୟା : ୧୧, ଆରାଧନା : ପ୍ରଭୁ ହନୁମାନ ।

ଧନୁ : ଘାତଚନ୍ଦ୍ର ଯୋଗୁ ବାଦବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର ଏବଂ ସ୍ୱଜନରେ କଥାବାର୍ତ୍ତା ବେଳେ ସତର୍କ ହେବେ । ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମତାନ୍ତର, ଯାନବାହନରେ ଖର୍ଚ୍ଚାନ୍ତ ଏବଂ ଆର୍ଥିକ ଠକାମିରେ ପଡ଼ି ପାରନ୍ତି । ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ ଏବଂ ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ବିବାଦୀୟ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ ଏବଂ କର୍ମରେ ବିଫଳତା ଓ ସହକର୍ମୀଙ୍କ ଉପହାସର ପାତ୍ର ହେବେ । ଯେଉଁ ମାନଙ୍କର ପୂର୍ବାଷାଢ଼ା ଓ ଉତ୍ତରାଷାଢ଼ା ଧନୁ, ସେମାନେ ସତର୍କ ହେବେ । ଶୁଭରଙ୍ଗ : ହଳଦିଆ, ସଂଖ୍ୟା : ୩, ଆରାଧନା : ମା’ ତାରା ।

ମକର :  ଘାତବାର ଏବଂ ତୃତୀୟ ଚନ୍ଦ୍ର ଓ ଶନି, ବୁଧ ଉଭୟଙ୍କ ନକ୍ଷତ୍ରଭୋଗ ହେଉଥିବାରୁ ଘାତବାରର ପ୍ରଭାବ ରହିବ ନାହିଁ । ମନରେ ଉତ୍ସାହ, ଉଦ୍ଦୀପନା, ପରିବାରରେ ସୁଖଶାନ୍ତି, ସ୍ୱଜନରେ ସୁସମ୍ପର୍କ ଏବଂ ଭାଇଭଉଣୀଙ୍କ ସହଯୋଗ ପ୍ରାପ୍ତ ହେବ । ସୁଖବର, ସୁସମ୍ବାଦ ମିଳିବ ଏବଂ ସମସ୍ତ କର୍ମରେ ସୁନିଶ୍ଚିତ ପଦକ୍ଷେପ ନେବେ । ବାଣିଜ୍ୟ, ବ୍ୟବସାୟ ଓ ପରବହନରେ ଆୟ ଅତିଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମ୍ମାନ ମିଳିବ । ଯେଉଁ ମାନଙ୍କର ଶ୍ରବଣା ମକର, ସେମାନେ ଉପକୃତ ହେବେ ।ଶୁଭରଙ୍ଗ : କଳା, ସଂଖ୍ୟା : ୩, ଆରାଧନା : ମା’ ଦୁର୍ଗା ।

କୁମ୍ଭ : ଦ୍ୱିତୀୟ ଚନ୍ଦ୍ର ଯୋଗୁ ଧନ ଓ ଆୟ ପ୍ରତି ମନରେ ଦୁର୍ବଳତା ପ୍ରକାଶ ପାଇବ ଏବଂ ଧନ ଓ ଆୟ ଯେତେ ଅଧିକ ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ମିଳିବ ନାହିଁ । ଖର୍ଚ୍ଚ ପ୍ରତି ଅନାଗ୍ରହ ଓ ସଞ୍ଚୟ ପ୍ରତିମନରେ ଆଗ୍ରହ ପ୍ରକାଶ ପାଇବ ଏବଂ ଆୟର ନୂତନ ମାର୍ଗ ଖୋଲିବ । ବାଣିଜ୍ୟ, ବ୍ୟବସାୟ ଓ ପରବହନରେ ଆୟ ଅତିଉତ୍ତମ ହେବ ଏବଂ କର୍ମରେ ସଫଳତା ପରିଶ୍ରମ ତୁଳନାରେ ମିଳିବ ନାହିଁ । ଯେଉଁ ମାନଙ୍କର ପୂର୍ବ ଭାଦ୍ର କୁମ୍ଭ, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : ଧୂସରସଂଖ୍ୟା : ୬, ଆରାଧନା : ମା’ ଭୈରବୀ ।

ମୀନ: ଶ୍ରୀଚନ୍ଦ୍ର, ମଙ୍ଗଳବାର ଯୋଗୁ ଧନ, ମାନ, ସମ୍ମାନ, ଲକ୍ଷ୍ମୀଙ୍କର କୃପା ଏବଂ ସୁଖାଦ୍ୟ, ସୁବସନ ପ୍ରାପ୍ତି ହେବ । ମନରେ ପ୍ରସନ୍ନତା, ପରିବାରରେ ସୁଖ ଶାନ୍ତି ଏବଂ ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ମାର୍ଜିତ ଓ ସର୍ବଜନ ଆଦୃତ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରବହନରେ ଆୟ ଯାହାହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଏବଂ ଆତ୍ମତୃପ୍ତି ରହିବ ଏବଂ କର୍ମରେ ସଫଳତା ଓ ସମ୍ମାନ ମିଳିବ । ଯେଉଁ ମାନଙ୍କର ପୂର୍ବଭାଦ୍ର ମୀନ, ସେମାନେ ଉପକୃତ ହେବେ । ଶୁଭରଙ୍ଗ : ଲାଲ, ସଂଖ୍ୟା : ୭, ଆରାଧନା : ମା’ ମାଣିକେଶ୍ୱରୀ ।

ଜ୍ୟୋତିର୍ବିଦ୍‌: କୈଳାସ ଦାଶ : ୯୪୩୭୧୩୩୪୭୩

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.