ମେଷ: ଦ୍ୱାଦଶ ଚନ୍ଦ୍ର ଓ ଘାତଚନ୍ଦ୍ର ଯୋଗୁ ମନରେ ଦୁଶ୍ଚିନ୍ତା, ଦୁର୍ଭାବନା ଓ ହତୋତ୍ସାହଭାବ ପ୍ରକାଶ ପାଇବ ଏବଂ ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ବିବାଦୀୟ ହେବ। ନିଜର ଲୋକ ମାନେ ଶତ୍ରୁତା ଆଚରଣ କରିବେ ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ବୁଝାମଣାର ଅଭାବ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଠାରୁ ବ୍ୟୟ ଦ୍ୱିଗୁଣ ହେବ ଏବଂ କର୍ମରେ ବିଫଳତା ଓ ସହକର୍ମୀଙ୍କ ବିରୋଧର ଶିକାର ହେବେ । ଯେଉଁ ମାନଙ୍କର ଅଶ୍ୱିନୀ ଓ କୃତ୍ତିକା ମେଷ, ସେମାନେ ସତର୍କ ହେବେ । ଶୁଭରଙ୍ଗ: ହଳଦିଆ, ସଂଖ୍ୟା: ୩, ଆରାଧନା: ମା’ ବଗଳାମୁଖୀ ।
ବୃଷ: ଦିବା ୧୧ଟା ୪୮ ମିନିଟ୍ ପର୍ଯ୍ୟନ୍ତ ଏକାଦଶ ଚନ୍ଦ୍ର ଯୋଗୁ ସେସମୟ ପର୍ଯ୍ୟନ୍ତ ବାଣିଜ୍ୟ, ବ୍ୟବସାୟରେ ଉତ୍ତମ ଆୟ ଏବଂ କର୍ମରେ ସଫଳତା ମିଳିବ। ଏହା ପରେ ଦ୍ୱାଦଶଚନ୍ଦ୍ର ଯୋଗୁ ମନରେ ଅସ୍ଥିରତା, ପରିବାରରେ ମତାନ୍ତର ଏବଂ ଅର୍ଜିଥିବା ଧନ ବଦ୍ଖର୍ଚ୍ଚରେ ଯିବ । ସମସ୍ତ କର୍ମରେ ଭୁଲ୍ ନିଷ୍ପତ୍ତି ନେବେ ଏବଂ ବିନାକାରଣରେ ବହୁତ ବ୍ୟସ୍ତ ରହିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗି ରହିବ ଏବଂ କର୍ମରେ ବହୁବିଧ ସମସ୍ୟା ଉପୁଯିବ । ଯେଉଁ ମାନଙ୍କର କୃତ୍ତିକା ଓ ରୋହିଣୀ ବୃଷ, ସେମାନେ ସତର୍କ ହେବେ । ଶୁଭରଙ୍ଗ: ଧଳା, ସଂଖ୍ୟା: ୧୨, ଆରାଧନା: ମା’ ଗାୟତ୍ରୀ ।
ମିଥୁନ: ଦଶମ ଓ ଏକାଦଶ ଚନ୍ଦ୍ର, ଏକାଦଶୀ ତିଥି, ଏଗାର ତାରିଖ, ବୁଧବାର ଏବଂ ବୁଧ କେତୁ ଉଭୟ ନକ୍ଷତ୍ରଭୋଗ ହେଉଥିବାରୁ ଅସମ୍ଭବକୁ ସମ୍ଭବ କରିବାରେ ସମର୍ଥ ହେବେ । ଧନ, ସମ୍ପଦ ବୃଦ୍ଧିପାଇବ ଏବଂ ସମସ୍ତ ଈପ୍ସିତ ପଦାର୍ଥ ବିନାକୌଣସି ବାଧାରେ ସମ୍ପାଦନ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ନୂତନ ବ୍ୟବସାୟର ସୁାଯୋଗ ଜୁଟିବ । କର୍ମରେ ସଫଳତା, ସମ୍ମାନ ଓ ପଦସ୍ଥ ଅଧିକାରୀଙ୍କ ଶୁଭଦୃଷ୍ଟିରେ ରହିବେ । ଯେଉଁ ମାନଙ୍କର ଆର୍ଦ୍ରା ଓ ପୁନର୍ବସୁ ମିଥୁନ, ସେମାନେ ଉପକୃତ ହେବେ । ଶୁଭରଙ୍ଗ: କଫି, ସଂଖ୍ୟା: ୮, ଆରାଧନା: ମା’ ତ୍ରିପୁରସୁନ୍ଦରୀ ।
କର୍କଟ: ଘାତବାର ଏବଂ ନବମ ଓ ଦଶମଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଘାତବାରର ପ୍ରଭାବ ରହିବ ନାହିଁ । ଭାଗ୍ୟରେ, କର୍ମରେ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ । ନୂତନ ଭୂମିପୂଜା, ଗୃହ ପ୍ରତିଷ୍ଠା, ଗୃହାରମ୍ଭ, ବ୍ୟବସାୟ ଆରମ୍ଭ ଓ କର୍ମାରମ୍ଭ ଆଦିଶୁଭକର୍ମରେ ଆୟୋଜନ କରିପାରନ୍ତି କିମ୍ବା ମୂଲ୍ୟବାନ ଧାତୁ, ଭୂମିକ୍ରୟ କରିପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ କର୍ମରେ ସଫଳତା ଶୀର୍ଷରେ ରହିବ । ଯେଉଁ ମାନଙ୍କର ପୁନର୍ବସୁ ଓ ଅଶ୍ଳେଷା କର୍କଟ, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ସିଲ୍ଭର, ସଂଖ୍ୟା: ୫, ଆରାଧନା: ଭଗବାନ ଶିବ ।
ସିଂହ: ଦିବା ୧୧ଟା ୪୮ ମିନିଟ୍ ପର୍ଯ୍ୟନ୍ତ ଅଷ୍ଟମଚନ୍ଦ୍ର ଯୋଗୁ ସେସମୟ ପର୍ଯ୍ୟନ୍ତ ସମସ୍ତ କର୍ମରେ ବିଘ୍ନ ଓ ବିଳମ୍ବ ଦେଖାଦେବ ଏବଂ ବାଣିଜ୍ୟ, ବ୍ୟବସାୟ କ୍ଷତିରେ ଚାଲିବ । ଏହା ପରେ ନବମ ଚନ୍ଦ୍ରଯୋଗୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ପୂର୍ବରୁ ହୋଇଥିବା କ୍ଷତିର ଭରଣା କରିବାରେ ସମର୍ଥ ହେବେ । କର୍ମରେ ଆଶା ଠାରୁ ଅଧିକ ସଫଳତା, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ ହେବ । ଯେଉଁ ମାନଙ୍କର ପୂର୍ବା ଫାଲଗୁନୀ ସିଂହ, ସେମାନେ ଉପକୃତ ହେବେ । ଶୁଭରଙ୍ଗ: ଗୋଲାପୀ, ସଂଖ୍ୟା: ୧୧, ଆରାଧନା: ମା’ ମାଣିକେଶ୍ୱରୀ ।
କନ୍ୟା : ଦିବା ୧୧ଟା ୪୮ ମିନିଟ୍ ପର୍ଯ୍ୟନ୍ତ ସପ୍ତମଚନ୍ଦ୍ର ଯୋଗୁ ସେସମୟ ପର୍ଯ୍ୟନ୍ତ ସମସ୍ତ କର୍ମରେ ଓ ବ୍ୟବସାୟରେ ଶୁଭଫଳ ମିଳିବ । ଏହା ପରେ ଅଷ୍ଟମ ଚନ୍ଦ୍ର ଯୋଗୁ ମନରେ ବିରକ୍ତିଭାବ ଓ ଚିଡ଼ିଚିଡ଼ାପଣ ପ୍ରକାଶ ପାଇବ । ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ବିବାଦୀୟ ହେବ ଏବଂ ଶାରୀରିକ ପୀଡ଼ା ଭୋଗିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ ଏବଂ ଆର୍ଥିକ ସ୍ଥିତି ପ୍ରଭାବିତ ହେବ । କର୍ମରେ ବିଫଳତା ଓ ସମସ୍ତ କର୍ମ କଣ୍ଟକ ସଦୃଶ ମନେ ହେବ । ଯେଉଁ ମାନଙ୍କର ଉତ୍ତରା ଫାଲ୍ଗୁନୀ ଓ ହସ୍ତାକନ୍ୟା, ସେମାନେ ସତର୍କ ହେବେ । ଶୁଭରଙ୍ଗ : ମେରୁନ୍, ସଂଖ୍ୟା : ୪, ଆରାଧନା : ଭଗବାନ ବିଷ୍ଣୁ ।
ତୁଳା : ଷଷ୍ଠଚନ୍ଦ୍ର ଓ ସପ୍ତମଚନ୍ଦ୍ର, ବୁଧବାର ଏବଂ ବୁଧ, କେତୁ ଉଭୟଙ୍କ ନକ୍ଷତ୍ରଭୋଗ ହେଉଥିବାରୁ ମୂଲ୍ୟବାନ ଧାତୁ, ଭୂମି ଓ ସୌଖୀନ ଘରୋଇ ଉପକରଣ କ୍ରୟ କରିବେ । ମାନସିକ, ପାରିବାରିକ ଶାନ୍ତି ଏବଂ ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । କୌଣସି ଶୁଭକର୍ମ କିମ୍ବା ମାଙ୍ଗଳିକ କର୍ମର ଆୟୋଜନ କରିବେ କିମ୍ବା ଯୋଗ ଦେବେ । ବାଣିଜ୍ୟ, ବ୍ୟବସାୟ ଓ ପରବହନରେ ଆୟଉତ୍ତମ ହେବ ଏବଂ କର୍ମରେ ଆଶା ଠାରୁ ଅଧିକ ସଫଳତା ଓ ମହିଳା ସହକର୍ମୀଙ୍କ ସହଯୋଗ ପାଇବେ । ଯେଉଁ ମାନଙ୍କର ଚିତ୍ରା ଓ ବିଶାଖା ତୁଳା, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : ଚକୋଲେଟ୍, ସଂଖ୍ୟା : ୨, ଆରାଧନା : ମା’ ଗାୟତ୍ରୀ ।
ବିଛା: ପଞ୍ଚମ ଓ ଷଷ୍ଠ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ରୋଗ, ଋଣ, ଦୁଃଖ, କ୍ଳେଶ, ଶୋକ ଓ ଅବସାଦରୁ ମୁକ୍ତି ମିଳିବ ଏବଂ ଶତ୍ରୁ ମାନେ ମିତ୍ରତାର ହାତ ବଢ଼ାଇବେ । ପରୋପକାର, ସମାଜସେବା ଓ ଧାର୍ମିକ କର୍ମରେ ଅଧିକ ଆଗ୍ରହ ରହିବ ଏବଂ ସମସ୍ତଙ୍କ ମନ ଜିଣିବାରେ ସମର୍ଥ ହେବେ । ଗୁରୁଜନଙ୍କ ପ୍ରତି ସମ୍ମାନ ଏବଂ ଲଘୁଜନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ ଆନ୍ତରିକତା ଅଧିକ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଉତ୍ତମ ହେବ ଏବଂ କର୍ମରେ ଆଶା ଠାରୁ ଅଧିକ ସଫଳତା ମିଳିବ । ଯେଉଁ ମାନଙ୍କର ବିଶାଖା ଓ ଜ୍ୟେଷ୍ଠା ବିଛା, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : ହଳଦିଆ, ସଂଖ୍ୟା : ୬, ଆରାଧନା : ପ୍ରଭୁସ୍କନ୍ଦ ।
ଧନୁ : ଦିବା ୧୧ଟା ୪୮ ମିନିଟ୍ ପର୍ଯ୍ୟନ୍ତ ଘାତଚନ୍ଦ୍ର ଯୋଗୁ ସେସମୟ ପର୍ଯ୍ୟନ୍ତ ବାଣିଜ୍ୟ, ବ୍ୟବସାୟ ଓ ପରବହନରେ କ୍ଷତି ଦେଖାଦେବ ଏବଂ କର୍ମରେ ବିଫଳତା ଓ କର୍ମପ୍ରତି ଅନାଗ୍ରହଭାବ ପ୍ରକାଶ ପାଇବ । ଏହାପରେ ପଞ୍ଚମ ଚନ୍ଦ୍ର ଯୋଗୁ ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଏବଂ ଦେହ, ମନ ସୁସ୍ଥ ରହିବ । ବାଣିଜ୍ୟ, ବ୍ୟବସାୟ ଓ କର୍ମରେ ଯାହା ଫଳ ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ମିଳିବ। ଯେଉଁ ମାନଙ୍କର ମୂଳା ଓ ଉତ୍ତରା ଷାଢ଼ା ଧନୁ, ସେମାନେ ସତର୍କ ହେବେ । ଶୁଭରଙ୍ଗ : ଗୋଲାପି, ସଂଖ୍ୟା : ୭, ଆରାଧନା : ପ୍ରଭୁ ଜଗନ୍ନାଥ ।
ମକର : ଦିବା ୧୧ଟା ୪୮ ମିନିଟ୍ ପର୍ଯ୍ୟନ୍ତ ତୃତୀୟଚନ୍ଦ୍ର ଯୋଗୁ ସେସମୟ ପର୍ଯ୍ୟନ୍ତ ସମସ୍ତ କର୍ମରେ ଓ ବ୍ୟବସାୟରେ ଶୁଭଫଳ ମିଳିବ । ଏହା ପରେ ଚତୁର୍ଥ ଚନ୍ଦ୍ର ଯୋଗୁ ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ ଓ ସ୍ୱଜନରେ ବିବାଦ ଓ ପଡ଼ୋଶୀଙ୍କ ସହ ତିକ୍ତତା ଦେଖାଦେବ । ବାଣିଜ୍ୟ, ବ୍ୟବସାୟରେ କ୍ଷତି ଏବଂ ପରିବହନ ବ୍ୟବସାୟରେ ବିପର୍ଯ୍ୟୟ ଘଟିବ । କର୍ମରେ ବିଫଳତା ଓ ସହକର୍ମୀଙ୍କ ଉପହାସର ପାତ୍ର ହେବେ । ଯେଉଁ ମାନଙ୍କର ଉତ୍ତରାଷାଢ଼ା ଓ ଶ୍ରବଣାମକର, ସେମାନେ ସତର୍କ ହେବେ । ଶୁଭରଙ୍ଗ : ବାଇଗଣୀ, ସଂଖ୍ୟା : ୧୧, ଆରାଧନା : ମା’ କାଳୀ ।
କୁମ୍ଭ : ଦ୍ୱିତୀୟ ଓ ତୃତୀୟ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଆକସ୍ମିକ ଧନଲାଭ, କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ଏବଂ ଅନ୍ୟକୁ ଦେଇଥିବା ଧନ ଓ ହୃତଧନ ଫେରି ପାଇବେ । ସ୍ୱଜନ, ପରିଜନ, ବନ୍ଧୁବାନ୍ଧବ ଓ ସହକର୍ମୀ, ସହଯୋଗୀଙ୍କ ସହଯୋଗ ମିଳିବ ଏବଂ ଭାଇ, ଭଉଣୀଙ୍କ ପ୍ରତିସ୍ନେହ, ଶ୍ରଦ୍ଧା ଓ ଆନ୍ତରିକତା ଅଧିକ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରବହନରେ ଆୟ ଅତିଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମସ୍ତ କର୍ମରେ ଆପଣଙ୍କର କର୍ମ କୁଶଳତା ଓ କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ । ଯେଉଁ ମାନଙ୍କର ପୂର୍ବଭାଦ୍ର କୁମ୍ଭ, ସେମାନେ ଉପକୃତ ହେବେ । ଶୁଭରଙ୍ଗ : ଇନ୍ଦ୍ରନୀଳ, ସଂଖ୍ୟା : ୩, ଆରାଧନା : ମା’ ଭୈରବୀ ।
ମୀନ: ଶ୍ରୀଚନ୍ଦ୍ର ଓ ଦ୍ୱିତୀୟ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଏବଂ ଦିବା ୧୧ଟା ୪୮ ମିନିଟ୍ପରେ କେତୁଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଧନ, ସମ୍ପଦ ବୃଦ୍ଧି ପାଇବ ଏବଂ ଧନର ସତ୍ବିନିଯୋଗ କରିବେ । ଅନ୍ୟକୁ ଦେଇଥିବା ଧନ ଓ ହୃତଧନ ଫେରି ପାଇବେ ଏବଂ ଆୟର କିଛି ଅଂଶ ସଞ୍ଚୟରେ ବିନିଯୋଗ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରବହନରେ ଆୟ ଅତିଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସହକର୍ମୀଙ୍କ ସହଯୋଗ ମିଳିବ । ଯେଉଁ ମାନଙ୍କର ପୂର୍ବଭାଦ୍ର ମୀନ, ସେମାନେ ଉପକୃତ ହେବେ । ଶୁଭରଙ୍ଗ : ଗୋଲାପି, ସଂଖ୍ୟା : ୯, ଆରାଧନା : ମା’ ଧୂମାବତୀ ।
ଜ୍ୟୋତିର୍ବିଦ୍: କୈଳାସ ଦାଶ: ୯୪୩୭୧୩୩୪୭୩