ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ରବିବାର ରାଶିଫଳ: ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

Published By : Harapriya Sethi | December 15, 2024 6:56 AM

ମେଷ: ଅପରାହ୍ଣ ୩ଟା ୦୪ ମିନିଟ୍‌ ପର୍ଯ୍ୟନ୍ତ ଦ୍ୱିତୀୟ ଚନ୍ଦ୍ର ଏବଂ ଘାତବାର ଯୋଗୁ ସେସମୟ ପର୍ଯ୍ୟନ୍ତ ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମତାନ୍ତର ଏବଂ ଆର୍ଥିକ ଠକାମିରେ ପଡ଼ିପାରନ୍ତି । ଧନକୁ ନେଇ ବିବାଦ ଏବଂ ମାଲିମକଦ୍ଦମାରେ ପଡ଼ିପାରନ୍ତି ।ବାଣିଜ୍ୟ, ବ୍ୟବସାୟରେ କ୍ଷତି ଏବଂ କର୍ମରେ ବିଫଳତା ଦେଖାଦେବ । ଏହାପରେ ତୃତୀୟଚନ୍ଦ୍ର ଯୋଗୁ ସ୍ଥିତିରେ ପରିବର୍ତ୍ତନ ଆସିବ ଏବଂ ବାଣିଜ୍ୟ, ବ୍ୟବସାୟରେ ଉତ୍ତମ ଆୟ ଏବଂ କର୍ମରେ କିଛିଟା ସଫଳତା ମିଳିବ । ଯେଉଁମାନଙ୍କର ଅଶ୍ୱିନୀ ଓ କୃତ୍ତିକାମେଷ, ସେମାନେ ସତର୍କହେବେ । ଶୁଭରଙ୍ଗ: ଧଳା, ସଂଖ୍ୟା: ୬, ଆରାଧନା: ପ୍ରଭୁସ୍କନ୍ଦ ।

ବୃଷ: ଅପରାହ୍ଣ ୩ଟା ୪୦ ମିନିଟ୍‌ ର୍ପ୍ୟନ୍ତ ଶ୍ରୀଚନ୍ଦ୍ର ଯୋଗୁ ସେସମୟ ପର୍ଯ୍ୟନ୍ତ ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି, ସ୍ୱଜନରେ ସୁସମ୍ପର୍କ ଏବଂ ଦେହ, ମନ ସୁସ୍ଥରହିବ । ବାଣିଜ୍ୟ, ବ୍ୟବସାୟରେ ଉତ୍ତମ ଆୟ ଏବଂ କର୍ମରେ ଆଶାଠାରୁ ଅଧିକସଫଳତା ମିଳିବ । ଏହାପରେ ଦ୍ୱିତୀୟ ଚନ୍ଦ୍ର ଯୋଗୁ ଅର୍ଜିଥିବା ଆୟ ବଦ୍‌ ଖର୍ଚ୍ଚରେ ଯିବ ଏବଂ ଅଯଥା ଖର୍ଚ୍ଚ, ବଦ୍‌ଖର୍ଚ୍ଚ ବୃଦ୍ଧିପାଇବ  । ମନ ଅସ୍ଥିର ହେବ ଏବଂ ସମସ୍ତକର୍ମ ବିବାଦୀୟ ହେବ । ବାଣିଜ୍ୟ, ବ୍ୟବସାୟରେ କ୍ଷତି ଏବଂ କର୍ମରେ ବାଧାବିଘ୍ନ ଆସିବ । ଯେଉଁମାନଙ୍କର ରୋହିଣୀ ବୃଷ, ସେମାନେ ଉପକୃତହେବେ । ଶୁଭରଙ୍ଗ: କଫି, ସଂଖ୍ୟା: ୧୨, ଆରାଧନା: ପ୍ରଭୁଶ୍ରୀରାମ ।

ମିଥୁନ: ଦ୍ୱାଦଶଚନ୍ଦ୍ର ଅପରାହ୍ଣ ୩ଟା ୦୪ ମିନିଟ୍‌ର୍ପ୍ୟନ୍ତ ରହୁଥିବାରୁ ସେସମୟ ପର୍ଯ୍ୟନ୍ତ ମନ ଅସ୍ଥିର ଓ ବିଷାଦ ଗ୍ରସ୍ତରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଠାରୁ ବ୍ୟୟ ଦ୍ୱିଗୁଣ ହେବ ଏବଂ କର୍ମରେ ବିଫଳତା ଓ ଅଥା ବିଳମ୍ବ ଦେଖାଦେବ । ଏ ସମୟ ପରେ ଶ୍ରୀଚନ୍ଦ୍ର ଯୋଗୁ ସ୍ଥିତିରେ ପରିବର୍ତ୍ତନ ଆସିବ ଏବଂ ସମସ୍ତକର୍ମରେ ଓ ବ୍ୟବସାୟରେ ଶୁଭଫଳ ମିଳିବ ଏବଂ ହୃତ ସମ୍ମାନ, ହୃତ ଗୌରବ ଫେରିଆସିବ । ଯେଉଁମାନଙ୍କର ମୃଗଶିରା ବୃଷ, ସେମାନେ ସତର୍କହେବେ । ଶୁଭରଙ୍ଗ: ସବୁଜ, ସଂଖ୍ୟା: ୪, ଆରାଧନା: ମା’ ଛିନ୍ନମସ୍ତା ।

କର୍କଟ : ଏକାଦଶଚନ୍ଦ୍ର, ମଙ୍ଗଳଙ୍କ ନକ୍ଷତ୍ର ଏବଂ ରବିବାର ଯୋଗୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଉତ୍ତମ ଆୟ ଏବଂ କର୍ମରେ ଆଶାଠାରୁ ଅଧିକ ସଫଳତା ମିଳିବ । ଅନ୍ୟକୁ ଦେଇଥିବା ଧନ ଓ ହୃତଧନ ଫେରିଆସିବ ଏବଂ ସମସ୍ତ ଆଶା, ଆକାଂକ୍ଷା, ଅଭିଳାଷ ପୂର୍ଣ୍ଣହେବ । ଅପରାହ୍ଣ ୩ଟା ୦୪ ମିନିଟ୍‌ ପରେ ଦ୍ୱାଦଶଚନ୍ଦ୍ର ଯୋଗୁ ଅପବ୍ୟୟ, ଅପବାଦ ଓ ଅପଯଶ ରଶିକାର ହେବେ ଏବଂ ସମସ୍ତକର୍ମରେ ଭୁଲ୍‌ ନିଷ୍ପତ୍ତି ନେବେ ।ବାଣିଜ୍ୟ, ବ୍ୟବସାୟରେ କ୍ଷତି ଦେଖାଦେବ ଏବଂ କର୍ମରେ ବିଫଳତା ଓ ବାଧାବିଘ୍ନ ଲାଗିରହିବ ।ଯେଉଁମାନଙ୍କର ପୁନର୍ବସୁ ଓ ଅଶ୍ଳେଷା କର୍କଟ, ସେମାନେ ଉପକୃତ ହେବେ ।ଶୁଭରଙ୍ଗ : ଲାଲ୍‌, ସଂଖ୍ୟା : ୫, ଆରାଧନା : ଭଗବାନ ବିଷ୍ଣୁ ।

ସିଂହ : ଦଶମ ଓ ଏକାଦଶଚନ୍ଦ୍ର,  ରବିବାର ଏବଂ ମଙ୍ଗଳଙ୍କ ନକ୍ଷତ୍ରଭୋଗ ହେଉଥିବାରୁ ଭାଗ୍ୟରେ, କର୍ମରେ ଏବଂ ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ ଓ ସମସ୍ତ ଈପସିତ ପଦାର୍ଥ ହାତପାଆନ୍ତାରେ ଉପଲବ୍ଧ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂକ ର୍ମରେ ଆଶାଠାରୁ ଅଧିକ ସଫଳତା ଓ ନୂତନ କର୍ମାରମ୍ଭର ଯୋଜନା କରିବେ । ଯେଉଁମାନଙ୍କର ପୂର୍ବା ଫାଲଗୁନୀ ସିଂହ, ସେମାନେ ସୁଫଳପାଇବେ । ଶୁଭରଙ୍ଗ : ଗୋଲାପୀ, ସଂଖ୍ୟା : ୩, ଆରାଧନା : ପ୍ରଭୁଗଜାନନ ।

କନ୍ୟା : ନବମ ଚନ୍ଦ୍ର ଅପରାହ୍ଣ ୩ଟା ୦୪ ମିନିଟ୍‌ ପର୍ଯ୍ୟନ୍ତ ରହୁଥିବାରୁ ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଏବଂ ମହତ୍‌ବ୍ୟକ୍ତିଙ୍କ ଆଶ୍ରୟ ମିଳିବ । ପରୋପକାର, ସମାଜସେବା ଓ ଧାର୍ମିକ କର୍ମରେ ଅଧିକ ଆଗ୍ରହ ରହିବ । ବାଣିଜ୍ୟ, ବ୍ୟବସାୟରେ ଆୟଉତ୍ତମ ହେବ ଏବଂ କର୍ମରେ ଆଶାଠାରୁ ଅଧିକ ସଫଳତା ମିଳିବ । ଏହାପରେ ଘାତଚନ୍ଦ୍ର ଯୋଗୁ ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ବିବାଦୀୟ ହେବ ଏବଂ ବାଣିଜ୍ୟ, ବ୍ୟବସାୟରେ କ୍ଷତି ଦେଖାଦେବ । କର୍ମରେ ସଫଳତା ଓ ବହୁବିଧ ସମସ୍ୟା ଦେଖାଦେବ । ଯେଉଁମାନଙ୍କର ଚିତ୍ରାକନ୍ୟା, ସେମାନେ ସତର୍କହେବେ । ଶୁଭରଙ୍ଗ : ଚକୋଲେଟ୍‌, ସଂଖ୍ୟା : ୮, ଆରାଧନା : ମା’ ଛିନ୍ନମସ୍ତା ।

ତୁଳା : ଅପରାହ୍ଣ ୩ଟା ୦୪ ମିନିଟ୍‌ ପର୍ଯ୍ୟନ୍ତ ଅଷ୍ଟମଚନ୍ଦ୍ର ଯୋଗୁ ସେସମୟ ପର୍ଯ୍ୟନ୍ତ ବାଣିଜ୍ୟ, ବ୍ୟବସାୟରେ କ୍ଷତି, ଆର୍ଥିକ ଠକାମି ଏବଂ ଶାରୀରିକ ପୀଡ଼ା ଭୋଗିପାରନ୍ତି । କର୍ମରେ ବିଫଳତା ଓ କର୍ମପ୍ରତି ଅନାଗ୍ରହଭାବ ପ୍ରକାଶ ପାଇବ । ଏହାପରେ ନବମ ଚନ୍ଦ୍ରଯୋଗୁ ସ୍ଥିତିରେ ପରିବର୍ତ୍ତନ ଆସିବ । ମନରେ ଆତ୍ମବିଶ୍ୱାସ ଓ ଦୃଢ଼ଇଚ୍ଛାଶକ୍ତି ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସୁଧାର ଆସିବ । ଯେଉଁମାନଙ୍କର ଚିତ୍ରାତୁଳା, ସେମାନେ ସତର୍କ ହେବେ । ଶୁଭରଙ୍ଗ : ସିଲ୍‌ଭର, ସଂଖ୍ୟା : ୪, ଆରାଧନା : ମା’ କମଳା ।

ବିଛା :  ଅପରାହ୍ଣ ୩ଟା ୦୪ ମିନିଟ୍‌ ପର୍ଯ୍ୟନ୍ତ ଘାତଚନ୍ଦ୍ର ଯୋଗୁ ସେସମୟ ପର୍ଯ୍ୟନ୍ତ ମନରେ ଅସ୍ଥିରତା, ପରିବାରରେ ମତାନ୍ତର ଏବଂ ଦାମ୍ପତ୍ୟଜୀବନରେ ଝଡ଼ର ସୂତ୍ରପାତ ହେବ । ବାଣିଜ୍ୟ, ବ୍ୟବସାୟରେ କ୍ଷତି ଦେଖାଦେବ ଏବଂ କର୍ମରେ ବହୁବିଧ ସମସ୍ୟା ଦେଖାଦେବ । ଏହାପରେ ଅଷ୍ଟମଚନ୍ଦ୍ର ଯୋଗୁ ମନରେ ବିରକ୍ତିଭାବ ଓ ଚିଡ଼ିଚିଡ଼ାପଣ ପ୍ରକାଶ ପାଇବ ଏବଂ ବନ୍ଧୁବାନ୍ଧବଙ୍କ ସହ ମତାନ୍ତର ହେବ । ବାଣିଜ୍ୟରେ କ୍ଷତି ଏବଂ କର୍ମରେ ବିଫଳତା ଓ ବାଧାବିଘ୍ନ ଲାଗିରହିବ । ଯେଉଁମାନଙ୍କର ଅନୁରାଧା ବିଛା, ସେମାନେ ସତର୍କ ହେବେ ।ଶୁଭରଙ୍ଗ : ଲାଲ, ସଂଖ୍ୟା : ୩, ଆରାଧନା : ମା’ ଚଣ୍ଡୀ ।

ଧନୁ : ଷଷ୍ଠ ଓ ସପ୍ତମଚନ୍ଦ୍ର, ରବିବାର ଏବଂ ମଙ୍ଗଳଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ମନରେ ପ୍ରସନ୍ନତା, ଦାମ୍ପତ୍ୟଜୀବନରେ ମଧୁରତା ଏବଂ ପରିଚିତ ମହିଳାଙ୍କ ଠାରୁ ସାହାଯ୍ୟ, ସହଯୋଗ ଓ ଧନ ମିଳିବ । ଆମୋଦପ୍ରମୋଦ ଓ ମଉଜମଜଲିସ୍‌ରେ ଅଧିକ ଆଗ୍ରହରହିବ ଏବଂ ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମସ୍ତଙ୍କର ଶ୍ରଦ୍ଧାର ପାତ୍ରହେବେ । ଯେଉଁମାନଙ୍କର ପୂର୍ବାଷାଢ଼ା ଧନୁ, ସେମାନେ ସୁଫଳପାଇବେ । ଶୁଭରଙ୍ଗ : ହଳଦିଆ, ସଂଖ୍ୟା : ୫, ଆରାଧନା : ପ୍ରଭୁଗଜାନନ ।

ମକର :  ପଞ୍ଚମ ଓ ଷଷ୍ଠ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା, ପରିବାରରେ ମିତ୍ରତା, ସମସ୍ତଙ୍କ ସହବନ୍ଧୁତା, ଚାଲିଚଳନରେ ସଂଯମତା, ବଚନରେ ମଧୁରତା ଏବଂ ସମସ୍ତକର୍ମରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ଆପଣାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରବହନରେ ଆୟ ଅତିଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମସ୍ତକର୍ମରେ ଆପଣଙ୍କର କର୍ମକୁଶଳତା ଓ କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ । ଯେଉଁମାନଙ୍କର ଶ୍ରବଣା ମକର, ସେମାନେ ଉପକୃତ ହେବେ । ଶୁଭରଙ୍ଗ : ଇନ୍ଦ୍ରନୀଳ, ସଂଖ୍ୟା : ୩, ଆରାଧନା : ମା’ କାଳୀ ।

କୁମ୍ଭ : ଅପରାହ୍ଣ ୩ଟା ୦୪ ମିନିଟ୍‌ ପର୍ଯ୍ୟନ୍ତ ଚତୁର୍ଥ ଚନ୍ଦ୍ରଯୋଗୁ ସେସମୟ ପର୍ଯ୍ୟନ୍ତ ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମତାନ୍ତର, ଯାନବାହନରେ ଖର୍ଚ୍ଚାନ୍ତ ଏବଂ ଆର୍ଥିକ ଠକାମିରେ ପଡ଼ିପାରନ୍ତି । ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ ଏବଂ ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ବିବାଦୀୟ ହେବ । ବାଣିଜ୍ୟ, ବ୍ୟବସାୟରେ କ୍ଷତି ଏବଂ କର୍ମରେ ବିଫଳତା ଓ ବାଧାବିଘ୍ନ ଲାଗି ରହିବ । ଏହାପରେ ପଞ୍ଚମ ଚନ୍ଦ୍ରଯୋଗୁ ସମସ୍ତକର୍ମରେ ଓ ବ୍ୟବସାୟରେ କିଛିଟା ଶୁଭଫଳ ମିଳିବ । ଯେଉଁମାନଙ୍କର ଧନିଷ୍ଠାକୁମ୍ଭ, ସେମାନେ ସତର୍କ ହେବେ । ଶୁଭରଙ୍ଗ : ମାଟିଆ, ସଂଖ୍ୟା : ୬, ଆରାଧନା : ମା’ ବିମଳା ।

ମୀନ: ଅପରାହ୍ଣ ୩ଟା ୦୪ ମିନିଟ୍‌ ପର୍ଯ୍ୟନ୍ତ ତୃତୀୟ ଚନ୍ଦ୍ର ଓ ପରେ ଚତୁର୍ଥ ଚନ୍ଦ୍ରଏବଂ କୃଷ୍ଣପକ୍ଷ ୨ଟା ୩୧ ମିନିଟ୍‌ ପରେ ଭୋଗ ହେଉଥିବାରୁ ଅସମ୍ଭବକୁ ସମ୍ଭବ କରିବାରେ ସମର୍ଥ ହେବେ ଏବଂ ଧନ, ସମ୍ପଦ ବୃଦ୍ଧିପାଇବ । ଅନ୍ୟକୁ ଦେଇଥିବା ଧନ ଓ ହୃତଧନ ଫେରିପାଇବେ ଏବଂ ବାଣିଜ୍ୟ, ବ୍ୟବସାୟ ଓ କର୍ମରେ ଆଶାଠାରୁ ଅଧିକ ସଫଳତା ମିଳିବ । ଯେଉଁମାନଙ୍କର ପୂର୍ବଭାଦ୍ର ଓ ରେବତୀ ମୀନ, ସେମାନେ ଉପକୃତ ହେବେ । ଶୁଭରଙ୍ଗ : ହଳଦିଆ, ସଂଖ୍ୟା : ୭, ଆରାଧନା : ମା’ ତାରା ।

ଜ୍ୟୋତିର୍ବିଦ୍‌: କୈଳାସ ଦାଶ, ଫୋନ୍‌: ୯୪୩୭୧୩୩୪୭୩

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.