ପ୍ରମୂଖ ଖବର
  • ଏଚଏମପିଭିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାଲେ ରାଜ୍ୟ ସରକାର, ସବୁ ଜିଲ୍ଲାର ସ୍ଥିତିକୁ ନେଇ ହେବ ଆଲୋଚନା
  • ||
  • ଦେବଜିତ୍ ସାଇକିଆ ବିସିସିଆଇ ନୂଆ ସମ୍ପାଦକ, ଜୟ ଶାହଙ୍କ ଜାଗା ନେବେ
  • ||
  • ଫିରିଙ୍ଗିଆ : ବାଇକ ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ, କ୍ଷତି ପୂରଣ ପାଇଁ ଉତ୍ୟକ୍ତ ଗ୍ରାମବାସୀଙ୍କ ରାସ୍ତାରୋକ
  • ||
  • କଟକରେ ରୋଡ୍‌ ରନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ, ସମସ୍ତଙ୍କୁ ଫିଟ୍‌ ରହିବାକୁ ଅତିଥିଗଣଙ୍କ ଆହ୍ୱାନ
  • ||
  • ମାଲକାନଗିରି-ଛତିଶଗଡ଼ ସିମାନ୍ତ ବିଜାପୁର ଜିଲ୍ଲାରେ ଏନକାଣ୍ଟର,୩ ମାଓବାଦୀ ନିହତ
  • ||
  • ଖୋର୍ଦ୍ଧା : ଗୋରୁ ଗାଡି ଜବତ ବେଳେ ମିଳିଲା ଗଞ୍ଜେଇ ଭର୍ତ୍ତି କାର୍‌, ଡ୍ରାଇଭର ସହ ସହଯୋଗୀ ଫେରାର
  • ||
  • ଭୁବନେଶ୍ୱର : ଲୋକଙ୍କ ଉତ୍ସାହ ଏବଂ ଭିଡ଼କୁ ଦେଖି ନିଷ୍ପତ୍ତି, ବର୍ଷକୁ ୧୨ ଥର ହେବ ପଥ ଉତ୍ସବ
  • ||
  • ରାଜଧାନୀରୁ ହାଇପ୍ରୋଫାଇଲ ଠକେଇ ମାମଲା: କଳା ସାମ୍ରାଜ୍ୟର ଗୁମର ଖୋଲିବ ଇଡି
  • ||
  • ପାଳଗଦାରେ ଦୁଇ ନାବାଳକ ଜଳିଯିବା ଘଟଣା: ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ରୁଷ ଉପରେ ପୁଣି କଟକଣା ଲଗାଇଲା ଆମେରିକା, ୩% ବଢ଼ିଲା ଅଶୋଧିତ ତୈଳ ଦର.ପ୍ରଭାବିତ ଭାରତ, ଚୀନ
  • ||
  • ସ୍ପେଶ ଡ଼କିଂ ମିଶନରେ ମିଳିବ ବଡ଼ ସଫଳତା, ୧୫ ମିଟର ଦୂରରେ ୨ ସାଟେଲାଇଟ୍
  • ||
  • ବିଏମ୍‌ସିର ଦ୍ୱିତୀୟ ପଥ ଉତ୍ସବ: ଦୁଲୁକୁଛି ଜାଗମରା ନ୍ୟୁ ରୋଡ୍, ନାଚ, ଗୀତରେ ଝୁମିଲେ ସହରବାସୀ
  • ||
  • କୁମ୍ଭମେଳାକୁ ଗଡିବ ହାଇ-ଏଣ୍ଡ ପ୍ରିମିୟମ ବସ୍‌, ରବିବାର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଶୀତରେ ଲାଗି ସାମୟିକ ବିରତି: ଆଜିଠୁ କମିବ ଥଣ୍ଡା, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଗୁଜରାଟରେ HMPVର ୩ୟ ମାମଲା ଆସିଲା ସାମ୍ନାକୁ , ୮ ବର୍ଷିୟ ଶିଶୁ ସଂକ୍ରମିତ ହୋଇ ଥିବା ସ୍ପଷ୍ଟ

Published By : Prameya | January 10, 2025 9:25 PM

ନୂଆଦିଲ୍ଲୀ : ଚୀନ୍‌ ଠାରୁ ବାହାରୁ ଥିବା ହ୍ୟୁମନ ମେଟାନ୍ୟୁମୋଭାଇରସ (ଏଚଏମପିଭି) ଧିରେ ଧିରେ ଭାରତରେ ନିଜର ପାଦ ପ୍ରସାରିତ କରିବାକୁ ଲାଗିଛି। କେବଳ ଗୁଜରାଟରୁ ଏବେସୁଦ୍ଧା ଏହାର ୩ଟି ମାମଲା ସାମନାକୁ ଆସିଛି। ଶୁକ୍ରବାର ଗୁଜରାଟର ସାବରକାଣ୍ଠା ଜିଲ୍ଲାରେ ୮ ବର୍ଷିୟ ଜଣେ ଶିଶୁର ଏଚଏମପିଭିରେ ସଂକ୍ରମିତ ହେବାର ସ୍ପଷ୍ଟ ହୋଇଛି। ଜଣେ ଅଧିକାରୀ ଏହାର ସୂଚନା ଦେଇ କହିଛନ୍ତି, ବର୍ତ୍ତମାନ ପିଲାଟି ଭେଣ୍ଟିଲେଟରରେ ଅଛି।

ଏହି ନୂଆ ମାମଲା ସ୍ପଷ୍ଟ ହେବା ପରେ ରାଜ୍ୟରେ ଏଚଏମପିଭି ମାମଲାର ସଂଖ୍ୟା ବଢି ୩ରେ ପହଞ୍ଚିଛି। ଅଧିକାରୀ କହିଛନ୍ତି କି, ୮ ବର୍ଷର ଏହି ପିଲାଟି ଏକ ଶ୍ରମିକ ପରିବାରର। ଏହାର ଏକ ଘରୋଇ ଲ୍ୟାବ୍‌ ଦ୍ୱାରା କରାଯାଇ ଥିବା ପରୀକ୍ଷଣରେ ଏଚଏମପିଭିରେ ସଂକ୍ରମିତ ଥିବା ଜଣାପଡ଼ି ଥିଲା। ଏହାପରେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସ୍ପଷ୍ଟ ପାଇଁ ଏହାର ରକ୍ତର ନମୂନା ଏକ ସରକାରୀ ଲ୍ୟାବ୍‌କୁ  ପଠାଇ ଥିଲେ। 

ଅଧିକାରୀଙ୍କ ମୁତାବିକ, ଶିଶୁ ଜଣଙ୍କ ବର୍ତ୍ତମାନ ବିମ୍ମତନଗର ସହରର ଏକ ଘରୋଇହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ମାମଲାକୁ ଏବେସୁଦ୍ଧା ସଦିଗ୍ଧ ଏଚଏମପିଭି ମାମଲା ଭାବେ ଜଣାଯାଉ ଥିଲା। ସେପଟେ , ସରକାରୀ ଲ୍ୟାବ୍‌କୁ ପଠାଯାଇ ଥିବା ରକ୍ତ ସାମ୍ପଲର ଆଧାରରେ ଏହାର ଏଚଏମପିଭିରେ ସଂକ୍ରମିତ ହେବାର ସ୍ପଷ୍ଟ ହୋଇଛି। ସାବରକାଣ୍ଠା ଜିଲ୍ଲାଧିକାରୀ ରତନକନୱର କହିଛନ୍ତି , ସରକାରୀ ଲ୍ୟାବ୍‌ ଶୁକ୍ରବାର ସ୍ପଷ୍ଟ କରିଛି କି ଶିଶୁଟି ଏଚଏମପିଭିରେ ସଂକ୍ରମିତ । 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.