ବେଲବାହାଳୀ,୨୪/୦୫: ସାମାନ୍ୟ ବର୍ଷାରେ ଉବୁଟୁବୁ କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍ ଦେଓଗାଁ ମୁଖ୍ୟ ରାସ୍ତା । ମେଗା ପାଇପ୍ ଲାଇନ୍ ଯିବା ପରେ ମରାମତି ନହେବାରୁ ବର୍ଷା ପାଣିରେ ବୁଡ଼ି ରହିଛି ରାସ୍ତା । ଫଳରେ ସ୍ଥାନୀୟ ଲୋକେ ଯାତାୟାତରେ ସମସ୍ୟା ଭୋଗୁଛନ୍ତି । ଯଥାଶୀଘ୍ର ଏହି ସମସ୍ୟାର ସମାଧାନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
ମେଗା ପାଇପ୍ ଲାଇନ୍ ପ୍ରକଳ୍ପ ଯିବାପରେ ରାସ୍ତା ମରାମତି ହୋଇନଥିବାରୁ କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍ ଦେଓଗାଁ ମୁଖ୍ୟ ରାସ୍ତାରେ ଜମି ରହିଛି ବର୍ଷା ଜଳ । ଫଳରେ ଲୋକଙ୍କ ଯାତାୟାତରେ ସମସ୍ୟା ଉପୁଜୁଛି । ଯାହାକୁ ନେଇ ପ୍ରତିବାଦ କରିଛନ୍ତି ଦେଓଗାଁବାସୀ । ରାସ୍ତା ମଝିରେ ପଥର ରଖି, ଖଟିଆ ପକାଇ ଅଭିନବ ଢଙ୍ଗରେ ରାସ୍ତା ଅବରୋଧ କରିଛନ୍ତି । ତେଣୁ ରାସ୍ତାରେ ଯିବାଆସିବା କରୁଥିବା ଯାତ୍ରୀ ଅଟକି ରହିବା ସହିତ ସମସ୍ତ ଗାଡ଼ି ମଟର ମଧ୍ୟ ଅଟକି ରହିଛି । ଯଥାଶୀଘ୍ର ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।