ପ୍ରମୂଖ ଖବର
  • ସମ୍ବଲପୁର : ଲୁହା ଖଣ୍ଡ ପଡି ବୁଢାରାଜା ୟୁପି ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଅକ୍ଟୋବର ୨ ରୁ କଂଗ୍ରେସର ସମ୍ବିଧାନ ବଞ୍ଚାଅ ସତ୍ୟାଗ୍ରହ, ୧୪୭ ନିର୍ବାଚନ ମଣ୍ଡଳୀରେ ହେବ ପଦଯାତ୍ରା
  • ||
  • ଇସ୍ତଫା ଦେଲେ କର୍ଣ୍ଣାଟକର ମନ୍ତ୍ରୀ କେ.ଏନ. ରାଜନ୍ନା
  • ||
  • ମୟୂରଭଞ୍ଜ : ବାଇକ୍‌ ଦୁର୍ଘଣାରେ ୨ମୃତ, ଦୁଇ ଗୁରୁତର
  • ||
  • ବରଗଡ଼: ଫୁଟବଲ୍‌ ପଡ଼ିଆରୁ ନାବାଳିକା ଜଳିଯିବା ଘଟଣା , ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ମେଡିକାଲରେ ଚାଲିଗଲା ଜୀବନ
  • ||
  • ସିବିଏସ୍‌ଇର ନୂଆ ନିୟମ; ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ନବମ ଶ୍ରେଣୀରେ ଲାଗୁ ହେବ
  • ||
  • ଭୁବନେଶ୍ୱର : ଦୟା ୱେଷ୍ଟ କୋନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ସଂସଦରେ ଉପସ୍ଥାପନ ହେବ ସଂଶୋଧିତ ଆୟକର ବିଲ୍, ଆଜି ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ସୋମବାରଠୁ ଭାରତ-ପାକିସ୍ତାନ ସମରାଭ୍ୟାସ, ପହଲଗାମ ହମଲା ଓ ଅପରେସନ ସିନ୍ଦୂର ପରେ ଉଭୟ ଦେଶ ଦେଖାଇବେ ଦମ୍
  • ||
  • ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
  • ||
  • ମୋହନା ଥାନା କୁଙ୍କୁଣୀ ଗାଁରେ ଚାଞ୍ଚଲ୍ୟ, ସ୍ତ୍ରୀକୁ କାତିରେ ହାଣି ମାରିଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ
  • ||
  • ଆମେରିକା ଉପରେ ପାଲଟା ଟାରିଫ ଲଗାଇପାରେ ଭାରତ, କିଛି ସାମଗ୍ରୀ ଉପରେ ଲାଗୁ ହୋଇପାରେ ୫୦% ଶୁଳ୍କ
  • ||
  • ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ହରତାଳ
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍‌, ଆଜିଠୁ ୨ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
  • ||
  • ଆଜି ଆରବସାଗରରେ ଭାରତ-ପାକିସ୍ତାନର ସମରାଭ୍ୟାସ, ଦୁଇ ଦେଶର ନୌସେନା ଦେଖାଇବେ ଶକ୍ତି
  • ||
  • ୧୩ରେ ଲଘୁଚାପ, କାଲିଠୁ ବଡ଼ ବର୍ଷା: ତିନି ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି
  • ||

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ତ୍ରୟୋଦଶ ପାଳି ସୁଦ୍ଧା ଗ୍ରହଣ କରାଯାଇଥିବା ଅଭିଯୋଗ ମଧ୍ୟରୁ ୮୮ ପ୍ରତିଶତ ସମାଧାନ

Published By : Suraj Kumar | August 11, 2025 6:25 PM

ଭୁବନେଶ୍ୱର,୧୧ ।୮ :  ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସୋମବାର ଥିଲା ୧୪ତମ ପାଳି। ଭୁବନେଶ୍ୱର ୟୁନିଟ-୨ ଠାରେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ  ମନ୍ତ୍ରୀଗଣ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। 

ମୁଖ୍ୟମନ୍ତ୍ରୀଙ୍କ ନିୟମିତ ଅଭିଯୋଗ ଶୁଣାଣି ଯୋଗୁ ବିଭିନ୍ନ କାରଣରୁ ସମସ୍ୟାରେ ଥିବା ଲୋକମାନେ ଆଶା ଓ ଭରସା ନେଇ ଆସୁଛନ୍ତି ଏବଂ ସେମାନଙ୍କ ସମସ୍ୟାର ସମାଧାନ ମଧ୍ୟ କରାଯାଉଛି। ଗତ ୧୩ଟି ପାଳିରେ ଗ୍ରହଣ କରାଯାଇଥିବା ୧୨,୨୫୨ଟି ଅଭିଯୋଗ ମଧ୍ୟରୁ ୧୦,୮୦୭ଟି ଅଭିଯୋଗର ସମାଧାନ କରାଯାଇଛି । ଯାହା ଶତକଡ଼ା ୮୮ ପ୍ରତିଶତ ଅଟେ ।  ବାକି ଅଭିଯୋଗ ଗୁଡ଼ିକ ପ୍ରକ୍ରିୟା ମଧ୍ୟରେ ରହିଛି । ଲୋକଙ୍କ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିୟମିତ ପ୍ରୟାସ ଯୋଗୁ ସରକାରଙ୍କ ପ୍ରତି ଲୋକଙ୍କ ଆସ୍ଥା ବୃଦ୍ଧି ପାଇଛି।

ପ୍ରତିଥର ଭଳି ମୁଖ୍ୟମନ୍ତ୍ରୀ  ପ୍ରଥମେ ଆସି ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ବାହାରେ ଅପେକ୍ଷା କରିଥିବା ଦିବ୍ୟାଙ୍ଗ ଓ ଜଟିଳ ରୋଗରେ ପୀଡିତ ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଜଣ ଜଣ କରି ଭେଟିଥିଲେ । ସେମାନଙ୍କ ଅଭିଯୋଗ ପତ୍ର ଗ୍ରହଣ କରି ତୁରନ୍ତ ପଦକ୍ଷେପ ନେବା ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ପ୍ରକୋଷ୍ଠ ଭିତରେ ପଞ୍ଜିକୃତ କରିଥିବା ଅଭିଯୋଗକାରୀମାନଙ୍କ ଅଭିଯୋଗ ଶୁଣିଥିଲେ।

ମୁଖ୍ୟମନ୍ତ୍ରୀ, ସାଧାରଣ ଲୋକଙ୍କ ସୁଖ ଦୁଃଖ ଶୁଣିବା ଏବଂ ସମସ୍ୟାର ସମାଧାନ ଉପରେ ସବୁବେଳେ ଗୁରୁତ୍ୱ ଦେଇଥାନ୍ତି । ଆସିଥିବା ଅଭିଯୋଗକାରୀମାନଙ୍କ ମଧ୍ୟରେ କିଛି ଜଣ ନିଜ ନିଜ ସମସ୍ୟାକୁ ନେଇ ବିଚଳିତ ହେଉଥିବାରୁ, ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଭରସା ଓ ଆଶ୍ୱାସନା ଦେଇ ବୁଝାଇଥିଲେ ଏବଂ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଆଶ୍ୱାସନା ଭରା କଥାରେ ଚିନ୍ତିତ ଲୋକମାନଙ୍କ ମୁହଁରେ ଆଶାର କିରଣ ଦେଖାଦେଇଥିଲା ଏବଂ ସେମାନେ ଆଶ୍ୱସ୍ତ ହୋଇ ଫେରିଥିଲେ।

ଗ୍ରହଣ କରାଯାଇଥିବା ସମସ୍ତ ଅଭିଯୋଗ ଗୁଡିକର ପ୍ରତିବିଧାନ ପାଇଁ ଉପସ୍ଥିତ ସମ୍ପୃକ୍ତ ବିଭାଗର ସଚିବମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମଣ୍ଡଳର ୮ ଜଣ ବରିଷ୍ଠ ମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ସଚିବ ସ୍ତରୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ କରିଥିଲେ।   ରାଜ୍ୟ ସରକାରଙ୍କ ଏହି ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରାଜ୍ୟସ୍ତର ସହିତ ଜିଲ୍ଲାସ୍ତରରେ ମଧ୍ୟ ଅନୁଷ୍ଠିତ ହେଉଛି । ଏହି ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଜରିଆରେ ଅନେକ ଲୋକଙ୍କର ବର୍ଷ ବର୍ଷ ଧରି ପଡି ରହିଥିବା ସମସ୍ୟାର ସମାଧାନ ହୋଇପାରୁଛି।

ମୁଖ୍ୟମନ୍ତ୍ରୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ, ବିଦ୍ୟାଳୟ ଓ ଗଣଶିକ୍ଷା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,  ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବସେବା ତଥା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ  ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ ।

ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ ଏବଂ ଅନ୍ୟ ବିଭାଗ ଗୁଡ଼ିକର ସଚିବ ସ୍ତରୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କାର୍ଯ୍ୟରେ ସହଯୋଗ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.