ପ୍ରମୁଖ ଖବର
  • ଆଇପିଏଲ୍ ମହାସମର ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ
  • ||
  • ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ
  • ||
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

ଦୁର୍ବଳ ରୋଗପ୍ରତିରୋଧକ ଶକ୍ତି ସମସ୍ୟା ଦୂର କରେ ଗୁଡ଼, ଦୂର କରେ ନିଦ୍ରାହୀନତା ସମସ୍ୟା...

ଭୁବନେଶ୍ୱର, ୨।୫: ଗୁଡ଼ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ସମସ୍ତଙ୍କୁ ଜଣା । ଗୁଡ଼ ଖାଇବା ଦ୍ୱାରା କି କି ଉପକାରିତା ମିଳିଥାଏ ଆସନ୍ତୁ ଜାଣିବା ସେ ବିଷୟରେ... 

କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୁଏ : ଅଧିକାଂଶ ଲୋକଙ୍କର କୋଷ୍ଠକାଠିନ୍ୟ ସମସ୍ୟା ଥାଏ, ଏହି ସମସ୍ୟାକୁ ଦୂର କରିବା ପାଇଁ ଗୁଡ଼ ବେଶ୍ ଲାଭଦାୟକ । ଯଦି ପ୍ରତିଦିନ ଶୋଇବା ପୂର୍ବରୁ ଉଷୁମ ପାଣି ସହ ଗୁଡ଼ ଖାଆନ୍ତି, ତେବେ କୋଷ୍ଠକାଠିନ୍ୟ ଦୂର ହୋଇପାରେ । ଏହା ବ୍ୟତୀତ ଅମ୍ଳତା ଦୂର ପାଇଁ ପାଣିରେ ଗୁଡ଼ ମିଶାଇ ପିଇପାରିବେ । 

ଭଲ ନିଦ ହୋଇଥାଏ : ଅଧିକାଂଶ ଲୋକ ବିଭିନ୍ନ କାରଣରୁ ରାତିରେ ଠିକ୍‌ରେ ଶୋଇପାରନ୍ତିନି । ଏପରି ସମସ୍ୟା ଥିଲେ ଗୁଡ଼ା ଖାଇବା ଲାଭଦାୟକ । ନିଦ୍ରାହୀନତା ସମସ୍ୟା ଦୂର କରିବା ପାଇଁ ଶୋଇବା ପୂର୍ବରୁ ଉଷୁମ ପାଣିରେ ଗୁଡ଼ ମିଶାଇ ପିଅନ୍ତୁ । 

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି : ଗୁଡ଼ ଖାଇବା ଦ୍ୱାରା ଦୁର୍ବଳ ରୋଗପ୍ରତିରୋଧକ ଶକ୍ତି ସମସ୍ୟା ଦୂର ହୋଇଥାଏ । ମ୍ୟାଗ୍ନେସିୟମ୍, ଆଇରନ୍, ପୋଟାସିୟମ୍ ଏବଂ ଅନେକ ଭିଟାମିନ୍ ଗୁଡ଼ରୁ ମିଳିଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । 

ଗଳା ସମସ୍ୟା : ଯଦି କାଶ, ଗଳା ଯନ୍ତ୍ରଣା କିମ୍ୱା ଗଳାରେ କୁଣ୍ଡେଇ ହେବା ପରି ଅନୁଭବ ହେଉଛି, ତେବେ ଗୁଡ଼ ଖାଇବା ଲାଭଦାୟକ । ଅଦା ସହିତ ଗୁଡ଼କୁ ଗରମ କରି ଖାଇବା ଦ୍ୱାରା ଗଳା ଯନ୍ତ୍ରଣା, କାଶ କିମ୍ୱା କୁଣ୍ଡେଇ ହେବା ସମସ୍ୟାରୁ ମୁକ୍ତି ମିଳିଥାଏ ।  

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.