ନୂଆଦିଲ୍ଲୀ,୩୦/୦୧: ଜିଏସ୍ଟି ଠକେଇକୁ ନେଇ ପରୋକ୍ଷ ଟିକସ ପରିଚାଳନା କରୁଥିବା କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ଜିଏସ୍ଟି ନୋଟିସ ବିରୁଦ୍ଧରେ ଜନସାଧାରଣଙ୍କୁ ସତର୍କ କରିବା ପାଇଁ ଏକ ପରାମର୍ଶ ଜାରି କରିଛି। ଯେକୌଣସି ସନ୍ଦେହଜନକ କାର୍ଯ୍ୟକଳାପ ବିଷୟରେ ତୁରନ୍ତ ଜିଏସ୍ଟି ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ କିମ୍ବା କେନ୍ଦ୍ରୀୟ ସାମଗ୍ରୀ ଏବଂ ସେବା ଟିକସ (ସିଜିଏସ୍ଟି) କର୍ତ୍ତୃପକ୍ଷଙ୍କୁ ରିପୋର୍ଟ କରିବାକୁ ସିବିଆଇସି କରଦାତାଙ୍କୁ ଅନୁରୋଧ କରିଛି।
କିଛି ଲୋକ ନକଲି ସମନ ତିଆରି କରି ପଠାଇଥିବା ରିପୋର୍ଟ ମିଳିଛି। ଏହି ସମନଗୁଡ଼ିକ ଦାବି କରୁଛି ଯେ ଜିଏସ୍ଟି ଇଣ୍ଟେଲିଜେନ୍ସ ମହାନିର୍ଦ୍ଦେଶାଳୟ (ଡିଜିଜିଆଇ) କିମ୍ବା ସିବିଆଇସିର ସିଜିଏସ୍ଟି କାର୍ଯ୍ୟାଳୟ ଅଧୀନରେ ଚାଲିଥିବା କିଛି ତଦନ୍ତର ଅଂଶ ଭାବେ ପଠାଯାଇଛି। ସିବିଆଇସି କହିଛି ଯେ ଏହି ନକଲି ସମନଗୁଡ଼ିକ ମୁଖ୍ୟ ସମନ ସହିତ ଅଧିକ ମାତ୍ରାରେ ସମାନ। ଏହି ଡକ୍ୟୁମେଣ୍ଟଗୁଡ଼ିକରେ ବିଭାଗର ଲୋଗୋ ଏବଂ ନକଲି ଡକ୍ୟୁମେଣ୍ଟ ପରିଚୟ ନମ୍ବର ରହିଛି, ଯାହାକି ଏହି ନୋଟିସଗୁଡ଼ିକୁ ସଠିକ ଏବଂ ଅସଲି ଭାବେ ଦର୍ଶାଏ।
ନକଲି ଜିଏସ୍ଟି ଠକେଇରୁ ବର୍ତ୍ତିବା ପାଇଁ କ'ଣ କରିବେ?
ସିବିଆଇସି ଜନସାଧାରଣଙ୍କୁ ଏପରି ଯେକୌଣସି ଯୋଗାଯୋଗ ସାମଗ୍ରୀର ସତ୍ୟତା ଅନଲାଇନରେ ଯାଞ୍ଚ କରିବାକୁ ପରାମର୍ଶ ଦେଇଛି। ଯେପରିକି...
* ସିବିଆଇସି ପୋର୍ଟାଲର ଏହି ବିଭାଗକୁ ପରିଦର୍ଶନ କରନ୍ତୁ (esanchar.cbic.gov.in/DIN/DINSearch)
*ସିବିଆଇସି-ଡିଆଇଏନ୍ ଯାଞ୍ଚ କରନ୍ତୁ ୱିଣ୍ଡୋକୁ ଯାଆନ୍ତୁ
*ଯୋଗାଯୋଗର ସତ୍ୟତା ଯାଞ୍ଚ କରନ୍ତୁ
*ଯୋଗାଯୋଗ ସତ୍ୟ କି ନାହିଁ ତାହା ଅନଲାଇନ୍ ସୁବିଧା ସ୍ପଷ୍ଟ କରିବ
ସନ୍ଦିଗ୍ଧ ନୋଟିସ ମିଳିଲେ କ'ଣ କରିବେ?
*ତୁରନ୍ତ ଡିଜିଜିଆଇ କିମ୍ବା ସିଜିଏସ୍ଟି କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରନ୍ତୁ।
* ନକଲି ସମନ କିମ୍ବା ଅନ୍ୟାନ୍ୟ ସନ୍ଦେହଜନକ କାର୍ଯ୍ୟକଳାପ ରିପୋର୍ଟ କରନ୍ତୁ
* ଆପଣଙ୍କର ବ୍ୟକ୍ତିଗତ କିମ୍ବା ଆର୍ଥିକ ସୂଚନା ସେୟାର କରିନ୍ତୁ ନାହିଁ
ଜିଏସ୍ଟି ନକଲି ସମନ ମାମଲାକୁ ଦୃଷ୍ଟିରେ ରଖି, ସିବିଆଇସି ଜନସାଧାରଣଙ୍କୁ ଯେକୌଣସି ପ୍ରକାରର ଠକେଇକୁ ଏଡ଼ାଇବା ପାଇଁ ସତର୍କ ଏବଂ ସଜାଗ ରହିବାକୁ ପରାମର୍ଶ ଦେଇଛି। ଏପରି ପରିସ୍ଥିତିରେ, ସତର୍କତା ହେଉଛି ସବୁଠାରୁ ବଡ଼ ଅସ୍ତ୍ର।