ପ୍ରମୂଖ ଖବର
  • ମୟୂରଭଞ୍ଜ : ସାପ କାମୁଡାରେ ଚାଲିଗଲା ୨ ମହିଳାଙ୍କ ଜୀବନ
  • ||
  • ଅନ୍ନଦାତାଙ୍କୁ ପିଏମ୍ କିଷାନ ଟଙ୍କା, ୯ କୋଟି ୭୧ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଗଲା ୨୦ତମ କିସ୍ତି
  • ||
  • ଅପରେସନ୍ ଅଖଲ; କୁଲଗାମରେ ଏନକାଉଣ୍ଟର, ଆତଙ୍କୀ ନିପାତ
  • ||
  • କରଞ୍ଜିଆ: ବିଲ ମଝିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ; ମହିଳା ମୃତ, ପୁରୁଷ ଗୁରୁତର
  • ||
  • ଅପରେସନ୍ ଅଖଲ, ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ଜଣେ ଆତଙ୍କୀ ନିପାତ
  • ||
  • ଢେଙ୍କାନାଳ : ଚାଷୀଙ୍କୁ ଦଳିଦେଲା ଦନ୍ତା, ମୁଣ୍ଡରୁ ଅଲଗା ହେଲା ଗଣ୍ଡି
  • ||
  • ବିଜେଡି ନେତା ରାଜା ଚକ୍ରଙ୍କୁ ୧୫ ଦିନ ଜାମିନ୍‌, ଶଶୁରଙ୍କ ଦଶାହ କର୍ମରେ ଯୋଗ ଦେବାକୁ ମିଳିଛି ଅନ୍ତରୀଣ ବେଲ୍
  • ||
  • ମହାନଦୀ ଜଳ ବିବାଦ, ଶନିବାର ଟ୍ରିବ୍ୟୁନାଲରେ ଶୁଣାଣି, ନିଷ୍ପତ୍ତି ଉପରେ ରହିଛି ଉଭୟ ରାଜ୍ୟର ନଜର
  • ||
  • ବ୍ରହ୍ମପୁର: ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ, ବାମ ଗୋଡ଼ରେ ବାଜିଛି ଗୁଳି
  • ||
  • ରାଜନୀତି ଛାଡ଼ିବାକୁ ଘୋଷଣା କଲେ କମଲା ହାରିସ୍‌, କହିଲେ 'ଆମ ବ୍ୟବସ୍ଥା ଭାଙ୍ଗି ସାରିଛି...'
  • ||
  • ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

ବିକ୍ରି ହେବ LIC ! ୬.୫% ଅଂଶଧନ ବିକ୍ରି ପ୍ରସ୍ତାବକୁ ମଞ୍ଜୁରି, ଜାଣନ୍ତୁ 'ଅଫର୍ ଫର୍ ସେଲ୍' କ'ଣ?

Published By : Anindita Ratha | July 11, 2025 10:22 AM

ନୂଆଦିଲ୍ଲୀ,୧୧/୦୭: 'ଅଫର ଫର୍ ସେଲ' ମାଧ୍ୟମରେ ଭାରତୀୟ ଜୀବନ ବୀମା ନିଗମ ବା ଏଲଆଇସିର ଅଂଶଧନ ବିକ୍ରି କରିବାକୁ ପ୍ରସ୍ତୁତ ହେଉଛନ୍ତି କେନ୍ଦ୍ର ସରକାର। କମ୍ପାନିରେ ସରକାରଙ୍କ ୯୬.୫ ପ୍ରତିଶତ ଅଂଶଧନ ରହିଛି। କମ୍ପାନିର ୬.୫ ପ୍ରତିଶତ ଅଂଶଧନ ବିକ୍ରି କରିବା ପ୍ରସ୍ତାବକୁ ମଞ୍ଜୁରି ମିଳିଥିବା ଚର୍ଚ୍ଚା । 

'ଅଫର ଫର ସେଲ' ହେଉଛି ଏଭଳି ଏକ ବ୍ୟବସ୍ଥା ଯେଉଁଥିରେ କମ୍ପାନିର ପ୍ରତିଷ୍ଠାତା, ନିବେଶକ ଓ ବଡ଼ ଅଂଶଧନକାରୀମାନେ ନିଜ ପାଖରେ ଥିବା ସେୟାରକୁ ସାଧାରଣ ନିବେଶକମାନଙ୍କୁ ବିକ୍ରି କରିଥାନ୍ତି । ତେଣୁ ଏହି ସେଲରେ କମ୍ପାନିର ପୂର୍ବରୁ ବିକ୍ରି ହୋଇଥିବା ସେୟାର ବିକ୍ରି ହେବ । ୨୦୨୩ରେ ଏଲଆଇସି ଏହା ଇନିସିଆଲ ପବ୍ଲିକ ଅପରିଂ ବା ଆଇପିଓ ଜରିଆରେ ୩.୫ ପରତିଶତ ଅଂଶଧନ ବିକ୍ରି ୨୦,୫୫୭ କୋଟି ଟଙ୍କା ହାସଲ କରିଥିଲା ।ସରକାର OFS ରୁଟ୍ ମାଧ୍ୟମରେ LICରେ ଆହୁରି ଅଂଶଧନ ବିକ୍ରୟ ପାଇଁ ଅନୁମୋଦନ ଦେଇଛନ୍ତି ଏବଂ ଆଲୋଚନା ଏପର୍ଯ୍ୟନ୍ତ ପ୍ରାଥମିକ ପର୍ଯ୍ୟାୟରେ ଅଛି। ଅଂଶଧନ ବିକ୍ରୟର ପରିମାଣ, ମୂଲ୍ୟ ଏବଂ ସମୟ ସଠିକ୍ ସମୟରେ ସ୍ଥିର କରାଯିବ। ଏଲଆଇସିର ବର୍ତ୍ତମାନର ବଜାର ପୁଞ୍ଜି ୫.୮୫ ଲକ୍ଷ କୋଟି ଟଙ୍କା। ଏଲଆଇସିର ସେୟାର ୯୨୪.୪୦ଟଙ୍କାରେ କାରବାର ହେଉଛି, ଯାହା ବିଏସଇରେ ପୂର୍ବ ବନ୍ଦ ତୁଳନାରେ ୨.୨୭ ପ୍ରତିଶତ ହ୍ରାସ ପାଇଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.