ପ୍ରମୂଖ ଖବର
  • ଅବସର ପରେ କରିପାରିବେ ଶିକ୍ଷକତା, ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ
  • ||
  • ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି, ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା
  • ||
  • ମୟୂରଭଞ୍ଜ : ସାପ କାମୁଡାରେ ଚାଲିଗଲା ୨ ମହିଳାଙ୍କ ଜୀବନ
  • ||
  • ଅନ୍ନଦାତାଙ୍କୁ ପିଏମ୍ କିଷାନ ଟଙ୍କା, ୯ କୋଟି ୭୧ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଗଲା ୨୦ତମ କିସ୍ତି
  • ||
  • ଅପରେସନ୍ ଅଖଲ; କୁଲଗାମରେ ଏନକାଉଣ୍ଟର, ଆତଙ୍କୀ ନିପାତ
  • ||
  • କରଞ୍ଜିଆ: ବିଲ ମଝିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ; ମହିଳା ମୃତ, ପୁରୁଷ ଗୁରୁତର
  • ||
  • ଅପରେସନ୍ ଅଖଲ, ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ଜଣେ ଆତଙ୍କୀ ନିପାତ
  • ||
  • ଢେଙ୍କାନାଳ : ଚାଷୀଙ୍କୁ ଦଳିଦେଲା ଦନ୍ତା, ମୁଣ୍ଡରୁ ଅଲଗା ହେଲା ଗଣ୍ଡି
  • ||
  • ବିଜେଡି ନେତା ରାଜା ଚକ୍ରଙ୍କୁ ୧୫ ଦିନ ଜାମିନ୍‌, ଶଶୁରଙ୍କ ଦଶାହ କର୍ମରେ ଯୋଗ ଦେବାକୁ ମିଳିଛି ଅନ୍ତରୀଣ ବେଲ୍
  • ||
  • ବ୍ରହ୍ମପୁର: ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ, ବାମ ଗୋଡ଼ରେ ବାଜିଛି ଗୁଳି
  • ||
  • ରାଜନୀତି ଛାଡ଼ିବାକୁ ଘୋଷଣା କଲେ କମଲା ହାରିସ୍‌, କହିଲେ 'ଆମ ବ୍ୟବସ୍ଥା ଭାଙ୍ଗି ସାରିଛି...'
  • ||
  • ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

‘ବେଳେବେଳେ ଇଛା ହୁଏ ସାମ୍ବାଦିକଙ୍କୁ ଚାପୁଡ଼ା ମାରିବାକୁ’, କାହିଁକି ଏମିତି କହିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ?

Published By : Ladu Kishor | August 1, 2025 11:27 PM

Image Courtesy: deccanherald

ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଗଣମାଧ୍ୟମକୁ ପବିତ୍ରତା ବିଷୟରେ ଶିକ୍ଷା ଦେବା ସମୟରେ ଏପରି ଏକ ବିବାଦୀୟ ବୟାନ ଦେଇଛନ୍ତି, ଯାହାକୁ ନେଇ ଏବେ ଚାରିଆଡ଼େ ସମାଲୋଚନା କରାଯାଉଛି। କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକଙ୍କ ଉଦାହରଣ ଦେଇ ରେଡ୍ଡୀ ଯୁବ ସାମ୍ବାଦିକଙ୍କ ପାଇଁ ଏକ ବିବାଦୀୟ ବୟାନ ଦେଇ କହିଛନ୍ତି କି,'ବିଶ୍ଳେଷଣ କରିବା ପାଇଁ, ସେମାନେ (ବରିଷ୍ଠ ସାମ୍ବାଦିକ) ସେମାନଙ୍କର ସ୍ୱାସ୍ଥ୍ୟ ଏବଂ ପରିବାରକୁ ବାଜିରେ ଲଗାନ୍ତି। ଲୋକଙ୍କ ସମସ୍ୟା ବୁଝିବା ପାଇଁ, ସେମାନେ କିଛି ଦିନ ପାଇଁ ଦୂରଦୂରାନ୍ତର ଅଞ୍ଚଳକୁ ଯାଆନ୍ତି ଏବଂ ସେମାନଙ୍କର ରିପୋର୍ଟ ପ୍ରକାଶ କରିବା ପାଇଁ ଜନସାଧାରଣଙ୍କ ମଧ୍ୟରେ ଯାଆନ୍ତି। 'କେବଳ କିଛି ଗଣମାଧ୍ୟମ ପ୍ରତିଷ୍ଠାନ ଅଛି ଯେଉଁମାନେ ନିରନ୍ତର ଜନସାଧାରଣଙ୍କ ସହିତ ଠିଆ ହୁଅନ୍ତି। ଆଜି, ଅନେକ ଗଣମାଧ୍ୟମ ପ୍ରତିଷ୍ଠାନ ସେମାନଙ୍କର ବିଶ୍ୱସନୀୟତା ହରାଇବାର ଆଶଙ୍କାରେ ଅଛନ୍ତି । ସ୍ୱାଧୀନତା ଆନ୍ଦୋଳନ ସମୟରେ, ଖବରକାଗଜ ଦେଶର ଲୋକଙ୍କୁ ଏକତ୍ର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ସାମ୍ବାଦିକତା ଏକ 'ମିଶନ' ଥିଲା । ଆଜି ଲୋକମାନେ ଏହାର ରୂପକୁ ନଷ୍ଟ କରିଦେଇଛନ୍ତି।'

ରେଡ୍ଡୀ ଆହୁରି କହିଛନ୍ତି,ଆଜିର ଯୁବ ସାମ୍ବାଦିକ ମାନେ ବରିଷ୍ଠ ସାମ୍ବାଦିକଙ୍କ ବିଷୟରେ କିଛି ଜାଣନ୍ତି ନାହିଁ। ବରିଷ୍ଠ ସାମ୍ବାଦିକ ମାନେ ଆସିଲେ ସମ୍ମାନ ଜଣାଇ ଠିଆ ହେବାର ସେମାନଙ୍କର ବୁଦ୍ଧି ମଧ୍ୟ ନାହିଁ। ରେଭନ୍ତ ରେଡ୍ଡି ଆହୁରି କହିଛନ୍ତି, 'ଯେତେବେଳେ ଆମେ ସାମ୍ବାଦିକ ସମ୍ମିଳନୀ କରୁ, ସେମାନେ (ଯୁବ ସାମ୍ବାଦିକ) ଆଗ ଧାଡିରେ ବସି ମୋତେ ଏପରି ଦେଖନ୍ତି ଯେପରି ମୁଁ ସେମାନଙ୍କୁ ମୁଣ୍ଡ ନୁଆଁଇ ଅଭିବାଦନ କରୁନାହିଁ। ବେଳେ ବେଳେ ମୁଁ ସେମାନଙ୍କୁ ଚାପୁଡ଼ା ମାରିବାକୁ ଇଚ୍ଛା କରେ, କିନ୍ତୁ ପରିସ୍ଥିତି ଏବଂ ସ୍ଥିତି ମଝିକୁ ଆସିଯାଏ।'

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.