ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

EPFର ଏହି ପରିବର୍ତ୍ତନରେ ହେବ କର୍ମଚାରୀଙ୍କର ଡବଲ ଲାଭ, ଜାଣନ୍ତୁ ବିସ୍ତୃତରେ

Published By : Prameya | December 13, 2024 6:04 PM

ନୂଆଦିଲ୍ଲୀ : ଏମ୍ପ୍ଲୟିଜ୍‌ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ ଅର୍ଥାତ୍‌ ଇପିଏଫ୍‌ଓ ନିଜର ସବ୍ସକ୍ରାଇବରଙ୍କ ପାଇଁ ଆଶ୍ୱସ୍ତି ପୂର୍ଣ୍ଣ ଘୋଷଣା କରିଛି। ଇପିଏଫ୍ଓ ଏମ୍ପିୟିଜ୍‌ ପ୍ରୋଭିଡେଣ୍ଟ ଫଣ୍ଡର ସଦସ୍ୟଙ୍କ ପାଇଁ ଇପିଏଫ୍‌ କ୍ଲେମ୍‌ ସେଟେଲମେଣ୍ଟରେ ଇଣ୍ଟରେଷ୍ଟ ପେମେଣ୍ଟର ନିୟମରେ ପରିବର୍ତ୍ତନ କରିବାର ନିଷ୍ପତ୍ତି ନେଇଛି। ୩୦ ନଭେମ୍ୱର ୨୦୨୪ରେ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଟ୍ରଷ୍ଟିଜ୍‌ (ସିବିଟି) ନିଜର ନିଷ୍ପତ୍ତିରେ ଇପିଏଫଓର ୬୦ (୨) (ବି) ରେ ନିୟମ ପରିବର୍ତ୍ତନ କରିଛନ୍ତି। ଏହା ଲାଗୁ ହେବା ପରେ ସଦସ୍ୟଙ୍କୁ ଅଧିକ ସୁଧ ମିଳିବ ଏବଂ ସେଟଲମେଣ୍ଟ ଶୀଘ୍ର ହେବ। ଏହି ସୂଚନା ଇକୋନୋମିକ୍ସ ଟାଇମ୍ସର ଏକ ରିପୋର୍ଟରେ ପ୍ରକାଶ ପାଇଛି। କହି ରଖୁଛୁ କି ଏବେସୁଦ୍ଧା ଏହି ନିୟମ ଲାଗି କରାଯାଇ ନାହିଁ। ନୂଆ ନିୟମ ସରକାରଙ୍କ ନୋଟିଫିକେସନ ଜାରି କରିବା ପରେ ଲାଗି ହେବ। ସେପର୍ଯ୍ୟନ୍ତ ପୁରୁଣା ନିୟମ ହିଁ ପ୍ରଭାବୀ ରହିବ। 

କଣ ହେବ ପରିବର୍ତ୍ତନ -

ଇପିଏଫଓ ପକ୍ଷରୁ କରାଯାଇ ଥିବା ଘୋଷଣା ଅନୁସାରେ, ସିବିଟି ଇପିଏଫ୍‌ଓ ସ୍କିମ୍‌ ୧୯୫୨ର ପାରାଗ୍ରାଫ୍ ୬୦(୨)(ବି)ରେ ପ୍ରମୁଖ ସଂଶୋଧନକୁ ମଞ୍ଜୁରୀ ଦେଇଛି। ବର୍ତ୍ତମାନର ନିୟମ ଅନୁସାରେ, ମାସର ୨୪ତାରିଖ ଯାଏ ସେଟଲ୍‌ ହୋଇଥିବା ସେଟଲମେଣ୍ଟ ଉପରେ ଗତ ମାସର ଅନ୍ତ ସୁଦ୍ଧା ଦିଆଯାଏ। ଏବେ ସେଟଲମେଣ୍ଟର ତାରିଖ ସୁଦ୍ଧା ସଦସ୍ୟଙ୍କୁ ସୁଧ ମିଳିବ। ଇପିଏଫ୍‌ଓ ଅନୁସାରେ ଏଥିରେ ଯେଉଁଠି ନିବେଶକଙ୍କୁ ଅଧିକ ସୁଧ ମିଳିବ। ଏହାସହ ଦ୍ରୁତ ଗତିରେ ମାମଲାର ସମାଧାନ ବି କରାଯିବ। 

କେମିତି ହେବ ଫାଇଦା –

ଭାବି ନିଅ କୌଣସି ଇପିଏଫ୍‌ ସଦସ୍ୟଙ୍କର ମୋଟ ବାଲାନ୍ସ ୫ ଲକ୍ଷ ଟଙ୍କା। ବର୍ତ୍ତମାନ ସମୟରେ ସୁଧ ହାର ୮.୨୫ ପ୍ରତିଶତ ରହିଛି। ଏଥିରେ ଯଦି କେହି ବ୍ୟକ୍ତି ମାସର ୨୩ ତାରିଖରେ ସେଟଲମେଣ୍ଟ କରିଥାଏ ତ ତାକୁ ଏହି ନିୟମ ଲାଗୁ ହେବା ପରେ ୨୩ ଦିନର ମଧ୍ୟ ସୁଧ ମିଳିବ। ଏବେସୁଦ୍ଧା ସେଟଲମେଣ୍ଟର ଏକ ମାସ ପୂର୍ବ ଯାଏ ସୁଧ ମିଳୁ ଥିଲା। ଯେଉଁଥି ପାଇଁ ଇପିଏଫ୍‌ ସଦସ୍ୟଙ୍କୁ କ୍ଷତି ସହିବାକୁ ପଡ଼ୁ ଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.