ପ୍ରମୂଖ ଖବର
  • ଉତ୍ତରାଖଣ୍ଡ: ପହଲଗାମ୍ ଆକ୍ରମଣ ପରେ ଉତ୍ତରାଖଣ୍ଡରେ ସୁରକ୍ଷା କଡ଼ାକଡ଼ି, ଭ୍ୟାଲି ଅଫ୍ ଫ୍ଲାୱାର୍ସରେ ଆତଙ୍କବାଦ ବିରୋଧୀ ଦଳ ମୁତୟନ
  • ||
  • ଗୁଜରାଟ: ଅହମ୍ମଦାବାଦ ଏୟାରପୋର୍ଟ ନିକଟରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା, ପ୍ଲେନ୍‌ରେ ଥିଲେ ୨୪୨ ଯାତ୍ରୀ
  • ||
  • ରାଜଧାନୀରୁ ୩ ଶିଶୁ ଶ୍ରମିକ ଉଦ୍ଧାର
  • ||
  • ବଡ଼ବିଲ: ଯୋଡ଼ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କରୁ ଲୁଟ, ବନ୍ଧୁକ ମୁନରେ ୫ ଦୁର୍ବୃତ୍ତ ଲୁଟିନେଲେ ନଗଦ ୧୧ ଲକ୍ଷ ଟଙ୍କା, ସୁନା ଅଳଙ୍କାର
  • ||
  • ରାଜ୍ୟ ସ୍ତରୀୟ 'ବିକାଶ ବାହନ'ର ଶୁଭାରମ୍ଭ, ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ନେଇ ଲୋକଙ୍କୁ କରିବ ସଚେତନ
  • ||
  • ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦଘାଟିତ
  • ||
  • କଟକ : ଜମି ବିବାଦକୁ କେନ୍ଦ୍ରକରି ଗଣ୍ଡଗୋଳ, ସମ୍ପର୍କୀୟ ଭାଇର କଟୁରୀ ଚୋଟରେ ବୃଦ୍ଧ ଗୁରୁତର
  • ||
  • ଛତିଶଗଡ଼ ସୁକମାରେ ଏନ୍‌କାଉଣ୍ଟ, ଯବନାଙ୍କ ଗୁଳିରେ ୨ ମାଓବାଦୀ ନିହତ, ସର୍ଚ୍ଚ ଅପରେସନ୍ ଜାରି
  • ||
  • ଭଦ୍ରକ : ତିହିଡ଼ି ‘ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ’ରୁ ଡକାୟତି ଅଭିଯୋଗ; ୭ଲକ୍ଷ ୫୨ ହଜାର ଟଙ୍କା ଚୋରି
  • ||
  • ଅନୁଗୁଳ : ୨ ବାଇକ୍‌ ମୁହାଁମୁହିଁ ଧକ୍କା: ୨ ମୃତ , ଦୁଇ ଗୁରୁତର
  • ||
  • ଭୁବନେଶ୍ୱର-ଆବୁଧାବିକୁ ଡାଇରେକ୍ଟ ଫ୍ଲାଇଟ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବାଲିପାଟଣାରେ ଗୋଷ୍ଠୀ ସଙ୍ଘର୍ଷ, ୫ ଆହତ
  • ||
  • ସୋରରେ ଆତଙ୍କରାଜ୍, ଡାକ୍ତରଙ୍କ ଘରେ ଡକାୟତି, ଲୁଟେରାଙ୍କ ଭୁଜାଲି ମାଡ଼ରେ ୨ ଗୁରୁତର
  • ||
  • ଭଦ୍ରକ ଗୋଷ୍ଠୀ ସଂଘର୍ଷରେ ଯୁବକଙ୍କ ମୃତ୍ୟୁ ଘଟଣା: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ୧୦ ଲକ୍ଷ କ୍ଷତିପୂରଣ, ପରିବାରର ଜଣକୁ ନିଯୁକ୍ତି
  • ||
  • ଗୋ ଚାଲାଣରୁ ରକ୍ତପାତ ମାମଲା: ଜୀବନ ଯୁଦ୍ଧରେ ହାରିଗଲେ ସନ୍ତୋଷ, କଷଟି ଓ ତୁଳସୀପୁରରେ ପୁଲିସ ଛାଉଣି
  • ||
  • ଅଣସରରେ ଦାରୁବ୍ରହ୍ମ, ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟିଦିଅଁ
  • ||
  • ଫେରିଲା ମୌସୁମୀ, ତାତିରେ ଲାଗିଲା ବ୍ରେକ୍: ୧୭ ଯାଏ ବର୍ଷା ସମ୍ଭାବନା, ୨ରୁ ୪ ଡିଗ୍ରୀ ଖସିବ ପାରଦ
  • ||

ଭାରତ ସହାନୁଭୂତି, ନୈତିକ ଏବଂ ସମାନତାପୂର୍ଣ୍ଣ ବିଜ୍ଞାନରେ ବିଶ୍ବାସ କରେ : ଧର୍ମେନ୍ଦ୍ର ପ୍ରଧାନ

Published By : Suraj Kumar | June 10, 2025 8:52 PM

ନୂଆଦିଲ୍ଲୀ/ଭୁବନେଶ୍ବର,୧୦।୬ : ଭାରତ ସହାନୁଭୂତିଶୀଳ, ନୈତିକ ଏବଂ ସମାନତାପୂର୍ଣ୍ଣ ବିଜ୍ଞାନରେ ବିଶ୍ବାସ କରେ । ମଙ୍ଗଳବାର ଆଇଆଇଟି ହ୍ରାଇଦ୍ରାବାଦରେ ବିଶ୍ବ ଯୁବ ବୈଜ୍ଞାନିକ ସମ୍ମିଳନୀ ଓ ଗ୍ଲୋବାଲ ୟଙ୍ଗ ଏକାଡେମୀର ବାର୍ଷିକ ସାଧାରଣ ସଭାରେ ଅଧ୍ୟକ୍ଷତା କରିବା ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି।

ଶ୍ରୀ ପ୍ରଧାନ କହିଥିଲେ, ଏହି ସମ୍ମିଳନୀ କେବଳ ବୈଜ୍ଞାନିକମାନଙ୍କର ଏକ ସମାବେଶ ନୁହେଁ ବରଂ ଆଶା, ଉଦ୍ଦେଶ୍ୟ ଏବଂ ଏକ ସହଭାଗୀତାକୁ ପ୍ରତିନିଧିତ୍ବ କରୁଥିବା ଏକ ମଞ୍ଚ ଅଟେ।  ଭାରତ ଏପରି ବିଜ୍ଞାନରେ ବିଶ୍ବାସ କରେ ଯାହା ସହାନୁଭୁତିଶୀଳ, ନୈତିକ ଏବଂ ନ୍ୟାୟସଙ୍ଗତ ହୋଇଥିବ। ଭାରତର ବୈଶ୍ବିକ ଭାଗିଦାରୀ ଏକ ବ୍ୟାପକ ମୂଲ୍ୟବୋଧରେ ଅନ୍ତର୍ନିହିତ। ଅନ୍ତରାଷ୍ଟ୍ରୀୟ ସୌର ଗଠବନ୍ଧନ, ବିପର୍ଯ୍ୟୟ ପ୍ରତିରୋଧ ଭିତ୍ତିଭୂମି ପାଇଁ ପଦକ୍ଷେପ, ମିଶନ ଲାଇଭ ଏବଂ ଭାରତ ବିଜ୍ଞାନ ଓ ଗବେଷଣା ଛାତ୍ରବୃତ୍ତି ଭଳି ପଦକ୍ଷେପଗୁଡିକ ଭାରତର ବିଶ୍ବ ବନ୍ଧୁତ୍ବ ତଥା ବିଜ୍ଞାନ ମାଧ୍ୟମରେ ବିଶ୍ବ ବନ୍ଧୁତାର ପ୍ରତିଫଳନ।ଏହି  ଅବସରରେ ଏକ ପେଡ୍ ମା’ କେ ନାମ ୨.୦ ଅଭିଯାନ ଅଧୀନରେ ଆଇଆଇଟି ହାଇଦ୍ରାବାଦ କ୍ୟାମ୍ପସରେ ବୃକ୍ଷରୋପଣ କରିଥିଲେ। 

ଆଇଆଇଟି, ହାଇଦ୍ରାବାଦ ନିର୍ଦେଶକ ପ୍ରଫେସର ବି.ଏସ.ମୂର୍ତ୍ତି, ଭାରତୀୟ ରାଷ୍ଟ୍ରୀୟ ବିଜ୍ଞାନ ଏକାଡେମୀର ସଭାପତି ପ୍ରଫେସର ଆଶୁତୋଷ ଶର୍ମା, ଆଇଆଇଟି ହାଇଦ୍ରାବାଦର ବୋର୍ଡ ଅଫ ଗଭର୍ଣ୍ଣର୍ସର ଅଧ୍ୟକ୍ଷ ବି.ଭି.ଆର ମୋହନ ରେଡ୍ଡୀ ଉପସ୍ଥିତ ଥିଲେ।

ଏହା ବ୍ୟତୀତ ଶ୍ରୀ ପ୍ରଧାନ ତେଲେଙ୍ଗାନା ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୋଦୀ ସରକାରଙ୍କ ୧୧ ବର୍ଷର ରିପୋର୍ଟ କାର୍ଡ ଉପସ୍ଥାପନ କରିଥିଲେ। ସେ କହିଥିଲେ ସେବା, ସୁଶାସନ, ଗରିବ କଲ୍ୟାଣ ଏବଂ ସମାଜର ସମସ୍ତ ବର୍ଗର ବିକାଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ଏକ ସଂସ୍କୃତି ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.