ପ୍ରମୂଖ ଖବର
  • ୬ ମାସରେ ୫ ବଡ଼ ଅଘଟଣ, ଲିଭିଛି ୩୫୭ ଜୀବନ ଦୀପ
  • ||
  • ମାଲକାନଗିରି ପୁଲିସକୁ ବଡ଼ ସଫଳତା, ୨ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ
  • ||
  • ମୁଖ୍ୟମନ୍ତ୍ରୀଙ୍କ ରଜ ଭେଟି, ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀମାନଙ୍କର ବଢିଲା ଭତ୍ତା
  • ||
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ରାଜଧାନୀରୁ ୩ ଶିଶୁ ଶ୍ରମିକ ଉଦ୍ଧାର

Published By : Harapriya Sethi | June 12, 2025 1:13 PM

ଭୁବନେଶ୍ୱର, ୧୨/୦୬: ଗୁରୁବାର ଅପରାହ୍ଣରେ ରୁଚିକା ସମାଜ ମଙ୍ଗଳ ସଂଗଠନର ଆକ୍ସେସ ଟୁ ଜଷ୍ଟିସ ପ୍ରକଳ୍ପ କର୍ମୀ ଓ ଚାଇଲ୍ଡ ହେଲ୍ପ ଲାଇନ ତଥା କମିଶନରେଟ ପୁଲିସର ମିଳିତ ଉଦ୍ୟମରେ ୩ଜଣ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି। ମଞ୍ଚେଶ୍ଵର ଥାନା ଅଞ୍ଚଳରେ ଏକ ଗ୍ୟାରେଜରେ କାମ କରୁଥିବା ଜଣେ ୧୬ ବର୍ଷ ବୟସର ନାବାଳକ ଉଦ୍ଧାର ହୋଇ ହୋଇଥିବା ବେଳେ ସହିଦ ନଗର ଅଞ୍ଚଳରେ ସୋନାଲି ମିଷ୍ଟାନ୍ନ ଭଣ୍ଡାରରେ କାର୍ଯ୍ୟରତ ୧୫ ଓ ୧୬ ବର୍ଷ ବୟସର ଦୁଇଜଣ ଶିଶୁ ଉଦ୍ଧାର ହୋଇଛନ୍ତି। ମଞ୍ଚେଶ୍ୱରରେ କାର୍ଯ କରୁଥିବା ଶିଶୁଟି ମୟୂରଭଞ୍ଜ  ଅଞ୍ଚଳର ହୋଇଥିବା ବେଳେ ସହିଦ ନଗରରେ କାର୍ଯ୍ୟରତ ଶିଶୁମାନେ ନୟାଗଡ ଅଞ୍ଚଳର ହୋଇଥିବା ଜଣାପଡିଛି। 

ଉଦ୍ଧାର କରାଯାଇଥିବା ଶିଶୁ ଶ୍ରମିକମାନଙ୍କୁ ଭୁବନେଶ୍ୱର ଅତିରିକ୍ତ ଶିଶୁ ମଙ୍ଗଳ ସମିତିରେ ହାଜର କରାଯାଇଛି । ସମିତିର ନିର୍ଦ୍ଦେଶ କ୍ରମେ ରୁଚିକା ଓପନ ଶେଲ୍ଟରରେ ଛଡ଼ାଯାଇଛି। ଉଦ୍ଧାର କାର୍ଯ୍ୟରେ ରୁଚିକା ଅନୁଷ୍ଠାନର ହରପ୍ରିୟା ପତି, ଘନଶ୍ୟାମ ଭୋଇ ଓ ଅଜୟ କୁମାର ମହାରଣା ଯୋଗ ଦେଇଥିବା ବେଳେ, ଚାଇଲ୍ଡ ହେଲ୍ପ ଲାଇନ ପକ୍ଷରୁ ଦୀପକ କୁମାର ପ୍ରଧାନ ଓ ତପସ୍ଵିନୀ ଅଂଶ ଗ୍ରହଣ କରିଛନ୍ତି। 

ଶିଶୁ ମାନଙ୍କୁ ଅନ୍ୟ ଜିଲ୍ଲାରୁ ଚାଲାଣ କରି ଆଣି ଭୁବନେଶ୍ୱରରେ ନିଯୁକ୍ତି ଦେବା ଏକ ଅପରାଧ ହୋଇଥିବାରୁ ଆସନ୍ତା କାଲି ରୁଚିକା ପକ୍ଷରୁ ମଞ୍ଚେଶ୍ୱର ଥାନା ଓ ସହିଦନଗର ଥାନାରେ ପୃଥକ୍ ପୃଥକ୍ ଭାବେ ଏତଲା ଦିଆଯିବ । ଏନେଇ ରୁଚିକାର ମୁଖ୍ୟ କାର୍ଯ ନିର୍ବାହୀ ଅଧିକାରୀ ଡ. ବେଣୁଧର ସେନାପତି କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.