ବେଲପଡା,୧୫/୦୬ (ଆପ୍ର) : ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଳକ ଅନ୍ତର୍ଗତ ଥୁଡିବାହାଲ ଗ୍ରାମରେ ଜଣେ ନାବାଳିକାଙ୍କ ବ୍ରଜାଘାତରେ ମୃତ୍ୟୁ ହୋଇଛି । ମୃତ ନାବାଳିକା ଜଣକ ହେଲେ ବଂଶୀ ପୁଟେଲଙ୍କ ଝିଅ ନିତା ପୁଟେଲ (୧୭ ) ।
ନିତା ପଡାର ଜଣେ ବ୍ୟକ୍ତିଙ୍କ କପା ଚାଷ ଜମିକୁ କାମ କରିବାକୁ ଯାଇଥିଲେ । ମଧ୍ୟାହ୍ନ ବେଲେ ଘରକୁ ଖାଇ ଆସୁଥିବାବେଳେ ବ୍ରଜପାତରେ ତାଙ୍କର ମୃତ୍ୟୁ ହୋଇଥିଲା । ସେଠାରୁ ତାଙ୍କୁ ଉଦ୍ଧାର କରି ବୋଲପଡା ଡାକ୍ତରଖାନାକୁ ପରିବାର ଲୋକେ ଆଣିଥିଲେ । ଡାକ୍ତର ପରୀକ୍ଷାନିରୀକ୍ଷା ପରେ ତାଙ୍କର ମୃତ୍ୟୁ ହୋଇଥିବାପ୍ରକାଶ କରିଥିଲେ । ଏହାପରେ ପରିବାର ଲୋକେ ବେଲପଡା ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ତଦନ୍ତ ଚଲାଇଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ପୁଲିସ ହସ୍ତାନ୍ତର କରିଛି ।