ପ୍ରମୁଖ ଖବର
  • କେନ୍ଦୁଝରରେ ପୁଣି ହାତୀ ମୃତ୍ୟୁ, ପେଟରୁ ମଲା ଶାବକ ଉଦ୍ଧାର ପରେ ଆଖିବୁଜିଲା ମାଇ ହାତୀ
  • ||
  • ବାଙ୍ଗିରିପୋଷି, ସାପ କାମୁଡ଼ାରେ ୯ ବର୍ଷର ଶିଶୁପୁତ୍ର ମୃତ
  • ||
  • କଣ୍ଟାବାଞ୍ଜି ଆସନରୁ ନାମାଙ୍କନ ଭରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ସକାଳୁ ଆକାଶରୁ ନିଆଁ ବର୍ଷା, ସାଢ଼େ ୮ଟା ସୁଦ୍ଧା ତାଳଚେର ତାତି ୩୭ ଡିଗ୍ରୀ ପାର୍
  • ||
  • ଚାଉଳିଆଗଞ୍ଜ ଦୁର୍ଗା ମଣ୍ଡପ ନିକଟରେ ସ୍କୁଟିକୁ ପିଟିଲା ଟ୍ରକ, ମହିଳାଙ୍କ ଚାଲିଗଲା ଜୀବନ
  • ||
  • ଗୁରୁବାର ସମ୍ୱଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, ପୁରୀରୁ ଅରୁପ ପଟ୍ଟନାୟକ ଭରିବେ ନାମାଙ୍କନ
  • ||
  • ଆଇପିଏଲ 2024: ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ-ରାଜସ୍ଥାନ ରୟାଲ୍ସ
  • ||
  • ଆହୁରି ତିନି ଦିନ ଯାଏ ପ୍ରଚଣ୍ଡ ତାତି, ହିଟ୍ଓ୍ବେବ ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
  • ||

ନିର୍ବାଚନୀ ମାହୋଲ୍‌ରେ କଟକ ଠାଣି, ପ୍ରଚାର ବେଳେ ଖୋଜାପଡୁଛି ଦଳୀୟ ଗାମୁଛା

କଟକ,୧୮/୦୪: ସବୁଜ ରଂଗର ଗାମୁଛାରେ  ଧଳା ରଂଗରେ ଦଳୀୟ ଚିହ୍ନ ଶଂଖ ପ୍ରିଣ୍ଟ୍‌ ହୋଇଛି ।  ଏହା ବିଜେଡିର ଉତ୍ତରୀୟ, କୁହାଯାଇପାରେ ପରିଚୟ ।  ପୁଣି ବିଜେପି ପାଇଁ ଗେରୁଆ ରଙ୍ଗର ବିଭିନ୍ନ ପ୍ରକାରର  ଧଡ଼ି ବିଶିଷ୍ଟ ଉତ୍ତରୀୟ ବା ଗାମୁଛା ରହିଛି । ସେମିତି  କଂଗ୍ରେସ ଦଳ ପାଇଁ ଧଳା ରଙ୍ଗର ବିଭିନ୍ନ ପ୍ରକାରର  ଗାମୁଛା ବଜାରରେ ବିକ୍ରି ହେଉଛି । ଏବେ ବିଭିନ୍ନ ଦଳର  ନିର୍ବାଚନ ପ୍ରଚାର ବେଳେ ସମସ୍ତଙ୍କ ବେକରେ ଦେଖିବାକୁ  ମିଳୁଛି ଏମିତିକା ଦଳୀୟ ପ୍ରତୀକ ସାଜିଥିବା ଉତ୍ତରୀୟ  ବା ଗାମୁଛା । କେବଳ କଟକ ନୁହେଁ ସାରା ରାଜ୍ୟରେ  ଏବେ ନିର୍ବାଚନ ବେଳେ ଆଶାୟୀ ପ୍ରାର୍ଥୀଙ୍କଠାରୁ ଆରମ୍ଭ  କରି ସମର୍ଥକଙ୍କ ବେକରେ ଦଳୀୟ ଗାମୁଛା ଦେଖିବାକୁ  ମିଳୁଛି । ଏହାକୁ ଦୃଷ୍ଟିରେ ରଖି କଟକ  ସହରରେ ଥିବା ହୋଲ୍‌ସେଲ୍‌ କପଡା  ବ୍ୟବସାୟୀମାନେ ଏବେ ସହର ସମେତ  ସହର ବାହାରେ ଦୈନିକ ହଜାର ହଜାର  ଗାମୁଛା କାରବାର କରୁଥିବା ଜଣାପଡିଛି ।  

ପାର୍ବଣ ହେଉ କି କୌଣସି ଉତ୍ସବ  ବା କାର୍ଯ୍ୟକ୍ରମ, ସବୁଠି ଅତିଥିଙ୍କୁ  ଉତ୍ତରୀୟ ବା ଗାମୁଛା ଦେଇ ସ୍ୱାଗତ  କରାଯିବା କଟକର ଏକ ପରମ୍ପରା ।  କଟକିଆଙ୍କ ପାଇଁ ଗାମୁଛା ପରମ୍ପରାର  ପ୍ରତୀକ, ସ୍ୱାଗତ ସମ୍ବର୍ଦ୍ଧନାର ନିଦର୍ଶନ  ସହ ଏକ ପ୍ରକାରର ସୌକ୍‌ ବି ।  ସେଥିପାଇଁ ଦେବୀ ଭସାଣିରେ ପ୍ରତି  ପୂଜା କମିଟି ଭିନ୍ନ ଭିନ୍ନ ରଙ୍ଗର ଗାମୁଛା  ବେକରେ ପକାଇ ଶୋଭାଯାତ୍ରାରେ  ଯାଇଥାନ୍ତି । ଏହି ଠାଣି ଏବେ  ରାଜନୀତିରେ ବି ଦେଖିବାକୁ ମିଳୁଛି ।  ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥୀ ଓ  ସେମାନଙ୍କ ସମର୍ଥକମାନେ ନିଜ ନିଜ  ଦଳୀୟ ପ୍ରତୀକ ଉତ୍ତରୀୟ ବା ଗାମୁଛାକୁ  ବେକରେ ପକାଇ ବୁଲି ବୁଲି ପ୍ରଚାର ଓ ଭୋଟ୍‌ ଭିକ୍ଷା  କରୁଥିବା ଦେଖିବାକୁ ମିଳୁଛି । ବିଜେଡି ପାଇଁ ସବୁଜ  ଓ ଧଳା ମିଶା ଗାମୁଛାରେ ବିଜେଡି ଲେଖା ସହିତ  ଶଙ୍ଖ ଚିହ୍ନର ପ୍ରିଣ୍ଟ୍‌ ରହିଛି । ସେହିଭଳି ବିଜେପି ଓ  କଂଗ୍ରେସର ସ୍ୱତନ୍ତ୍ର ରଂଗ । ଯଦିଓ ଏହି ଗାମୁଛା ପ୍ରତ୍ୟହ  ବିକ୍ରି ହୋଇଥାଏ ଏବେ କିନ୍ତୁ ନିର୍ବାଚନ ଓ ଶ୍ରୀରାମ ନବମୀ  ଥିବାରୁ ଅଧିକ ପରିମାଣରେ ବଜାରରେ ବିକ୍ରି ହେଉଛି ।  

ଏହାକୁ ଦୃଷ୍ଟିରେ ରଖି କଟକ ଝୋଲାସାହି, ନନ୍ଦି ସାହି,  ପିଠାପୁର ଓ ଚୌଧୁରୀ ବଜାରରେ ଥିବା ୨ ଶହରୁ ଅଧିକ  ହୋଲ୍‌ସେଲ୍‌ ବ୍ୟବସାୟୀ ଦୈନିକ ହଜାର ହଜାର ଗାମୁଛା  ବିକ୍ରି କରୁଛନ୍ତି । କଟକ ସମେତ କେନ୍ଦ୍ରାପଡା, ଯାଜପୁର,  ଚଣ୍ଡିଖୋଲ ଆଦି ସ୍ଥାନକୁ ମଧ୍ୟ କଟକରୁ ଗାମୁଛା ଯାଉଛି । ଅଧିକ ଚାହିଦା ଥିବାରୁ ବ୍ୟବସାୟୀମାନେ ତାମିଲନାଡୁ,  ଉତ୍ତରପ୍ରଦେଶ, ଖୋର୍ଦ୍ଧା ଓ ସମ୍ବଲପୁର ଆଦି ସ୍ଥାନରୁ  ଭିନ୍ନ ରଂଗ, ପ୍ରକାରର ଗାମୁଛା ଆଣୁଛନ୍ତି । ଯାହାର ମୂଲ୍ୟ  ସର୍ବନିମ୍ନ ୧୫ ଟଙ୍କାରୁ ଆରମ୍ଭ କରି ୪୦୦ ଟଙ୍କା ପର୍ଯ୍ୟନ୍ତ  ରହିଛି । ଏ ନେଇ ଝୋଲାସାହି ସ୍ଥିତ ଶ୍ରୀ ମା ତାରିଣୀ କ୍ଲଥ୍‌  ଷ୍ଟୋର୍‌ର ମ୍ୟାନେଜର ଜୟ କ୍ରିଷ୍ଣା ଶର୍ମା କହିଛନ୍ତି, ତାଙ୍କ  ଦୋକାନରେ ପାଖାପାଖି ୨ ଶହରୁ ଅଧିକ ଭେରାଇଟି ଓ  ରଙ୍ଗର ଗାମୁଛା ରହିଛି । ଏବେ କିନ୍ତୁ ଦଳୀୟ ବ୍ରାଣ୍ଡ୍‌ ବିଶିଷ୍ଟ  ଗାମୁଛା ଅଧିକ ବିକ୍ରି ହେଉଛି । ଅନେକ ନେତା ଅର୍ଡର୍‌  କରି ପ୍ରିଣ୍ଟ୍‌ କରାଇ ଗାମୁଛା ନେଇ ସାରିଥିଲା ବେଳେ  ଏବେ ବି ଅର୍ଡର ଚାଲିଛି । ସାଧାରଣ ଦିନ ଅପେକ୍ଷା  ଏବେ ଦୁଇ ଗୁଣା କାର୍‌ବାର ହେଉଥିବା ସେ କହିଛନ୍ତି ।

Also Read :-

ଓଡ଼ିଶାରେ କେଉଁଠି କେତେବେଳେ ହେବ ମତଦାନ ? ଜାଣନ୍ତୁ...

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.