ପ୍ରମୁଖ ଖବର
  • ସୁନା ଦର ୭୪ ହଜାର ଟଙ୍କା ପାର୍, ବର୍ଷକରେ ୮୫,୦୦୦କୁ ଯିବ
  • ||
  • ରାଜଧାନୀରେ ରାଜନୈତିକ ହିଂସା, ବିଜେଡି କାର୍ଯାଳୟ ଉପରେ ବୋମା ମାଡ଼
  • ||
  • ମେ’ ୨୦ରେ ବଡ଼ଦାଣ୍ଡରେ ମୋଦିଙ୍କ ମେଗା ରୋଡ୍‌ ସୋ’, ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||
  • ରଥଖଳା ହାଲ୍‌ଚାଲ୍‌..ତୁମ୍ବରେ ସୁତା ବାଡ଼ିଆ ପରେ ବିନ୍ଧ ଅନୁକୂଳ, ଖଳାରେ ପହଞ୍ଚିଲା ତୁମ୍ବ ଖୋଦେଇ ଯନ୍ତ୍ର
  • ||
  • ଆଇପିଏଲ୍ ମହାସମର ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ
  • ||
  • ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ
  • ||
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

ପୁରୀ ବଡ଼ଦାଣ୍ଡ ନାୟକ ପ୍ଲାଜାରେ ଅର୍ଶ ଓ ମଳକଣ୍ଟକ ଚିକିତ୍ସା ଶିବିର , ଚିକିତ୍ସିତ ହେଲେ ଶତାଧିକ ରୋଗୀ

ପୁରୀ, ୦୧/୦୫ : ପୁରୀ ବଡ଼ଦାଣ୍ଡ ସ୍ଥିତ ନାୟକ ପ୍ଲାଜା ଠାରେ ଅର୍ଶ ଓ ମଳକଣ୍ଟକ ରୋଗର ଚିକିତ୍ସା ନିମନ୍ତେ ଏକ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ସକସେସ୍ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି ଚିକିତ୍ସା ଶିବିରରେ ଭାରତର ପ୍ରସିଦ୍ଧ ଅର୍ଶ ବିଶେଷଜ୍ଞ ଡ଼ଃ ଅରବିନ୍ଦ ତିଓ୍ୱାରୀ ଯୋଗ ଦେଇ ପ୍ରାୟ ଶହେରୁ ଉର୍ଦ୍ଧ୍ବ ରୋଗୀମାନଙ୍କ ଚିକିତ୍ସା କରିଛନ୍ତି। ରୋଗରୁ ଉପଶମ ପାଇବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଶତାଧିକ ରୋଗୀ ପୂର୍ବରୁ ନାମ ପଞ୍ଜିକରଣ କରି ଚିକିତ୍ସିତ ହୋଇଛନ୍ତି।

ଦୀର୍ଘ ୨୧ ବର୍ଷ ଧରି ରୋଗୀଙ୍କୁ ସେବା ଯୋଗାଇ ଆସୁଛି ପୁରୀର ଅଗ୍ରଣୀ ସକସେସ୍ ଅନୁଷ୍ଠାନ। ଅର୍ଶ ଓ ମଳକଣ୍ଟକ ରୋଗରେ ପଡ଼ି ଯନ୍ତ୍ରଣା ଅନୁଭବ କରୁଥିବା ରୋଗୀମାନଙ୍କୁ ଉପଶମ ଦେଉଛି ଏହି ଅନୁଷ୍ଠାନ। ଏହି ଚିକିତ୍ସା ଶିବିରରେ ରୋଗୀମାନେ ଉପଶମ ପାଉଥିବାବେଳେ ସକସେସ୍ ଅନୁଷ୍ଠାନକୁ ମଧ୍ୟ ସଫଳତା ମିଳୁଛି। କୌଣସି ଅପରେସନ୍ କିମ୍ବା ମେଡ଼ିସିନ ନୁହେଁ ମାତ୍ର ଗୋଟିଏ ଇଞ୍ଜେକସନରେ ଭଲ ହେଉଛି ଅର୍ଶ ଓ ମଳକଣ୍ଟକ ରୋଗ। ପୁରୀ ବଡ଼ଦାଣ୍ଡ ସ୍ଥିତ ନାୟକ ପ୍ଲାଜା ଠାରେ ଏହି ଚିକିତ୍ସା ଶିବିର ବର୍ଷକୁ ଚାରିଥର ଆୟୋଜନ କରାଯାଉଛି। ପ୍ରସିଦ୍ଧ ଅର୍ଶ ରୋଗ ବିଶେଷଜ୍ଞ ଡ଼ଃ ଅରବିନ୍ଦ ତିଓ୍ୱାରୀ  ଓଡ଼ିଶା ତଥା ଭାରତର ବିଭନ୍ନ ପ୍ରାନ୍ତରୁ ଆସିଥିବା ରୋଗୀଙ୍କ ଚିକିତ୍ସା କରୁଛନ୍ତି। ବୁଧବାର ପ୍ରାୟ ଶହେରୁ ଉର୍ଦ୍ଧ୍ବ ରୋଗୀ ଏହି ସ୍ୱାସ୍ଥ୍ୟ ଶିବିରରେ ସାମିଲ ହୋଇଛନ୍ତି। ଅନେକ ରୋଗୀ ଏଥିରୁ ଉପଶମ ପାଉଥିବାରୁ ସକସେସ୍ ଅନୁଷ୍ଠାନକୁ ଧନ୍ୟବାଦ ଜଣାଇଛନ୍ତି। 

ବଲାଙ୍ଗୀର, ମୟୁରଭଞ୍ଜ, କଳାହାଣ୍ଡି, କୋରାପୁଟ, ବାଲେଶ୍ଵର, ଖୋର୍ଦ୍ଧା, ଯାଜପୁର, ଭୁବନେଶ୍ୱର ସହ ରାଜ୍ୟ ବାହାରରୁ ଅର୍ଥାତ୍ ଆନ୍ଧ୍ର ଏବଂ କଲିକତାରୁ ମଧ୍ୟ ଶତାଧିକ ରୋଗୀ ଏଠାରେ ସ୍ୱଳ୍ପ ଟଙ୍କାରେ ଚିକିତ୍ସିତ ହୋଇ ଆରୋଗ୍ୟ ଲାଭ କରୁଛନ୍ତି। ତେବେ ସକସେସ୍ ଅନୁଷ୍ଠାନର ଏଭଳି ଅଭିନବ ପ୍ରୟାସକୁ ଡାକ୍ତର ଅରବିନ୍ଦ ତିୱାରୀ ବେଶ୍ ପ୍ରଶଂସା କରିଛନ୍ତି। ଭାଗ୍ୟରେ ଥିଲେ ଶ୍ରୀକ୍ଷେତ୍ର ଧାମରେ ଆସି ଏଭଳି ସେବା କରିବାର ସୁଯୋଗ ମିଳିଥାଏ ବୋଲି ସେ କହିଛନ୍ତି।‌ ତେବେ ଏହି ରୋଗରେ ଯନ୍ତ୍ରଣା ଅନୁଭବ କରୁଥିବା ରୋଗୀ ମାନେ ଠିକ୍ ସମୟରେ ଖାଦ୍ୟ ଖାଇବା, ଆମିଷ ଓ ମସଲା ଜାତୀୟ ଖାଦ୍ୟ ଠାରୁ ଦୂରରେ ରହିବା ପାଇଁ ଡଃ ଅରବିନ୍ଦ ତିୱାରୀ ପରାମର୍ଶ ଦେଇଛନ୍ତି। 

ଠିକ୍ ସମୟରେ ଖାଦ୍ୟ ନଖାଇବା, ତେଲ ଓ ମସଲା ଜାତୀୟ ଖାଦ୍ୟ ଅତ୍ୟଧିକ ପରିମାଣରେ ଖାଇବା ଏବଂ ଯଥେଷ୍ଟ ପରିମାଣରେ ପାନୀୟ ଜଳ ନପିଇବା ଦ୍ବାରା ଅର୍ଶ ଓ ମଳକଣ୍ଟକ ରୋଗ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଅର୍ଶ ଓ ମଳକଣ୍ଟକ ରୋଗ ଯୋଗୁ ରାଜ୍ୟ ତଥା ରାଜ୍ୟ ବାହରକୁ ଯାଇ ଅନେକ ଦୁରାରୋଗୀ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଅପରେସନ ଏବଂ ମେଡ଼ିସିନ୍ ଖାଉଥିଲେ ମଧ୍ୟ ଏଥିରୁ ଖୁବ୍ କମ୍ ଉପଶମ ପାଉଛନ୍ତି। ତେବେ ସକସେସ୍ ଅନୁଷ୍ଠାନର ଏଭଳି ଅଭିନବ ପ୍ରୟାସ ଯୋଗୁ ରାଜ୍ୟ ବାହାରୁ ଡ଼ଃ ଅରବିନ୍ଦ ତିଓ୍ୱାରୀ ମହାପ୍ରଭୁଙ୍କ ଧାମ୍ ଶ୍ରୀକ୍ଷେତ୍ରକୁ ଆସି ମାତ୍ର ଗୋଟିଏ ଇଞ୍ଜେକସନରେ ଉପଶମ କରୁଥିବାରୁ ରୋଗୀ ଓ ସମ୍ପର୍କୀୟମାନେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.